ପ୍ରମୂଖ ଖବର

ପାକିସ୍ତାନରୁ ଆସିଥିବା ସୀମା ହାଇଦର ଭାରତର ବିଜୟ ପାଇଁ ରଖିଲେ ବ୍ରତ , ପୂଜା ମଧ୍ୟ କଲେ

ନୋଏଡା – କ୍ରିକେଟ୍‌ ବିଶ୍ୱକପ୍‌ର ଫାଇନାଲକୁ ନେଇ ଲୋକଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ଲାଗି ରହିଛି। ସହରର ମଲ୍‌ରୁ ନେଇ ମଲଟିପ୍ଲେକ୍ସ ଯାଏ ସବୁ ସ୍ଥାନରେ ବିଶ୍ୱକପ୍‌ର ଫାଇନାଲର ଜୋସ୍‌ରେ ଲୋକେ ବୁଡ଼ି ରହିଛନ୍ତି। କ୍ରିକେଟ୍‌ର ସବୁଠୁ ବଡ଼ ଷ୍ଟାଡିୟମ୍‌ରେ କ୍ରିକେଟ୍‌ ବିଶ୍ୱର ଦୁଇ ପ୍ରସିଦ୍ଧ ଟିମ୍‌ ସାମ୍ନା ସାମ୍ନି ହୋଇଛନ୍ତି। ୫ଥରର ବିଶ୍ୱକପ୍‌ ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଦୁଇ ଥରର ବିଶ୍ୱକପ୍‌ ବିଜେତା ଭାରତୀୟ ଟିମ୍‌ ମଧ୍ୟରେ ଏହି ମୁକାବିଲା ଦ୍ୱିପ୍ରହର ୨ଟାରେ ଅହମ୍ମଦାବାଦ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ମଧ୍ୟ ଭାରତର ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି। 

ସୀମା ହାଇଦରଙ୍କ ଏକ ଭିଡ଼ିଓ ସାମ୍ନାରୁ ଆସିଛି, ଯେଉଁଥିରେ ସୀମା ହାଇଦର ପୂଜା କରୁଥିବାର ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ସୀମା କହିଛନ୍ତି କି, ଆଜି ତାଙ୍କର ଉପବାସ ଏବଂ ତାଙ୍କର ପ୍ରାର୍ଥନା ଖାଲିରେ ଯିବ ନାହିଁ। ସେ କହିଛନ୍ତି କି , ଆମେ ସବୁ ଦେବୀଦେବତାଙ୍କୁ ପ୍ରାର୍ଥନା କରୁଛି କି ଭାରତର ପତାକା ପୂରା ବିଶ୍ୱରେ ଫରଫର ହୋଇ ଉଡୁ। 

କହି ରଖୁଛୁ କି , ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଛି। ପୂରା ଦେଶର ନଜର ଏହି ମ୍ୟାଚ୍‌ ଉପରେ ରହିଛି। ଦେଶ ବିଦେଶରୁ ଅନେକ ବଡ଼ ବଡ଼ ବ୍ୟକ୍ତି ବିଶେଷ ଏହି ମ୍ୟାଚ୍‌ ଦେଖିବାକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଛନ୍ତି। ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟର ସବୁ ୧୦ଟି ମ୍ୟାଚ୍‌ରେ ଭାରତର ପ୍ରଦର୍ଶନ ଖୁବ୍‌ ଆକର୍ଷକ ରହିଛି। ଆଉ ଏହି କ୍ରମରେ ଲୋକଙ୍କ ପୂରା ବିଶ୍ୱାସ କି ଏହି ଥର ବିଜୟ ଭାରତକୁ ହିଁ ମିଳିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.