ପ୍ରମୂଖ ଖବର
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ମୁକ୍ତି ପରେ ବି ନର୍କ ଯନ୍ତ୍ରଣା, ହାଇକୋର୍ଟରେ ଆବେଦନ କଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

ନୂଆଦିଲ୍ଲୀ,୧୮।୧୧:  ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାର ଦୁଇ ଦୋଷୀ ବି ରବର୍ଟ ପାୟସ୍‌ ଓ ଏସ୍ ଜୟକୁମାରଙ୍କୁ ତ୍ରିଚିର ସ୍ପେଶାଲ କ୍ୟାମ୍ପରେ ରଖାଯାଇଛି। ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଜେଲ୍‌ରୁ ସମସ୍ତ ୬ ଜଣ ଦୋଷୀଙ୍କୁ ମୁକ୍ତ କରି ଦିଆଯାଇଛି। ଏବେ ତାଙ୍କ ଭିତରୁ ଦୁଇଜଣ ମାଡ୍ରାସ ହାଇକୋର୍ଟଙ୍କୁ ଅପିଲ କରିଛନ୍ତି, ତାଙ୍କୁ ଏହି କ୍ୟାମ୍ପରୁ ବାହାର କରାଯାଉ ଓ ନିଜର ପରିବାର ପାଖକୁ ଯିବାକୁ ଦିଆଯାଉ। ପାୟସ୍‌ ନେଦରଲ୍ୟାଣ୍ଡ ଯିବାକୁ ଚାହୁଁଛି ଓ ଜୟକୁମାର ଚେନ୍ନାଇରେ ନିଜ ପରିବାର ସହିତ ରହିବାକୁ ଚାହୁଁଛି। 

ଏହି ଆବେଦନରେ କୁହାଯାଇଛି, କ୍ୟାମ୍ପର ସ୍ଥିତି ଜେଲ୍‌ଠାରୁ ମଧ୍ୟ ଖରାପ। ତାଙ୍କୁ ନିଜ ରୁମ୍‌ରୁ ବାହାରିକି ସେଠାର ଲୋକଙ୍କ ସହ ମିଶିବାକୁ ଦିଆଯାଉନି। ତାଙ୍କୁ ବାହାରେ ବୁଲିବାକୁ ମଧ୍ୟ ଦିଆଯାଉନି। ତାଙ୍କର କହିବା ଅନୁସାରେ,ଯଦି ସ୍ଥିତି ଏଭଳି ହୁଏ ତେବେ ଆମେ ମାନସିକ ରୋଗୀ ହୋଇଯିବୁ। ତ୍ରିଚି ଡିଏମ୍‌ଙ୍କ ୨୦୨୨ର ଏକ ମିଡିଆ ଇଣ୍ଟରଭ୍ୟୁର କଥା କହି ସେ କହିଛନ୍ତି, ତାଙ୍କୁ ଶ୍ରୀଲଙ୍କା ଡିପୋର୍ଟ କରାଯିବ ଓ ୧୦ ଦିନରେ ନିର୍ଦେଶ ଆସିବାର ଥିଲା। ତେବେ ବହୁ ମାସ ବିତିଯିବା ପରେ ମଧ୍ୟ କୌଣସି ପକ୍ରିୟା ଆରମ୍ଭ ହୋଇନଥିଲା। ଏହାର ଅର୍ଥ ଶ୍ରୀଲଙ୍କା ତାଙ୍କୁ ଡକାଇବାକୁ ଚାହେଁ ନାହିଁ। ସେ ଏହା ମଧ୍ୟ କହିଛନ୍ତି, ଶ୍ରୀଲଙ୍କା ଫେରିବା ଯିବା ତାଙ୍କ ପାଇଁ ମୃତ୍ୟୁ ଭଳି ହେବ। 

ରବର୍ଟ ପାୟସ ଏହା ମଧ୍ୟ କହିଛନ୍ତି ଯେ, ସେ ନିଜର ଓକିଲ ମାଧ୍ୟମରେ ଏଭଳି ସଂଗଠନ ସହ ସମ୍ପର୍କ କରନ୍ତୁ ଯାହାକି ତାଙ୍କୁ ନେଦରଲ୍ୟାଣ୍ଡ ପଠାଇବାରେ ସାହାଯ୍ୟ କରିବ। ଉଲ୍ଲେଖନୀୟ ଯେ, ପାୟସଙ୍କ ପରିବାର ବର୍ତ୍ତମାନ ନେଦରଲ୍ୟାଣ୍ଡରେ ଅଛି। ତାଙ୍କର କହିବା ଅନୁସାରେ, କ୍ୟାମ୍ପରେ କଷ୍ଟଡିରେ ରହିବା କାରଣରୁ ସେ ପ୍ରଶାସନ ନିକଟରେ କୌଣସି ପକ୍ରିୟା ପୁରା କରିବା ପାଇଁ ହାଜର ହୋଇ ପାରୁନାହାନ୍ତି। ସେଭଳି ଜୟକୁମାର କହିଛନ୍ତି, ଡାକ୍ତରମାନେ ତାଙ୍କୁ ଆଖିର ସର୍ଜରୀ କରିବାକୁ କହିଛନ୍ତି, ନଚେତ ତାଙ୍କ ଆଖି ଖରାପ ହୋଇପାରେ। ତାଙ୍କର କହିବା ଅନୁସାରେ, କ୍ୟାମ୍ପର ସ୍ଥିତି ଜେଲ୍‌ଠାରୁ ମଧ୍ୟ ଖରାପ ଓ କଷ୍ଟକର। ଏହି ଦୁଇଜଣଙ୍କର କହିବା ଅନୁସା‌ରେ, ତାଙ୍କ ଆଖିର ଚିକିତ୍ସା ପାଇଁ ଚେନ୍ନାଇ ଓ ମଦୁରେ ନିଆଯାଇଥିଲା, କିନ୍ତୁ ଡିଟେସନ୍ କ୍ୟାମ୍ପରେ ଥିବା କାରଣରୁ ତାଙ୍କର ଠିକ୍ ଭାବରେ ଚିକିତ୍ସା କରାଯାଇନଥିଲା।ଜଷ୍ଟିସ୍ ଜିଆର ସ୍ବାମୀନାଥନ୍ ଜୟକୁମାରଙ୍କ ଆବେଦନ ଉପରେ ଶୁଣାଣି ୨୧ ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। 

ଉଲ୍ଲେଖନୀୟ ଯେ, ୨୧ ମଇ ୧୯୯୧ ରେ ଏକ ନିର୍ବାଚନୀ ରାଲି ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା କରାଯାଇଥିଲା। ଏହି ମାମଲାରେ ୪୧ ଜଣ ଅଭିଯୁକ୍ତ ଥିଲେ, ଯାହାଙ୍କ ଭିତରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ତିନି ଜଣ ଫେରାର ହୋଇଯାଇଥିଲେ। ୨୬ ଗିରଫ ହୋଇଥିଲେ ତାଙ୍କ ଭିତରେ କିଛି ଶ୍ରୀଲଙ୍କାର ନାଗରିକ ଥିଲେ। ଯେଉଁମାନେ ଫେରାର ଥିଲେ ତାଙ୍କ ଭିତରେ ପୋଟ୍ଟୁ ଓମ୍ମାନ, ଅକିଲା ଓ ପ୍ରଭାକରଣ ଥିଲେ। ୧୯୯୮ ରେ ଟାଡା କୋର୍ଟ ୨୬ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ

  • PrameyaOdia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.