ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟା, ଦେଢଶୁର ଶାବଳ ମାଡ଼ରେ ଭାଇବୋହୂ ମୃତ

ବାସୁଦେବପୁର, ୧୧/୦୬ : ଦେଢଶୁର ଶାବଳ ମାଡ଼ରେ ଭାଇ ବୋହୂ ମୃତ। ବାସୁଦେବପୁର ପୌରପାଳିକା ୭ ନମ୍ବର ୱାର୍ଡର ପ୍ରବୋଦପୁର ଗ୍ରାମରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଜମିଜମା ବିବାଦକୁ କେନ୍ଦ୍ର କରି ଦେଢଶୁର ଶାବଳ ମାଡ଼ରେ ଭାଇ ବୋହୂର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। 

ସୂଚନାନୁଯାୟୀ, ବାସୁଦେବପୁର ପୌରପାଳିକା ୭ ନମ୍ବର ୱାର୍ଡର ପ୍ରବୋଦପୁର ଗ୍ରାମର ବାୟାଧର ଜେନାଙ୍କ ପରିବାର ମଧ୍ୟରେ ଜମିଜମା ମାପଚୁପ ହୋଇଥିଲା। ଏହି ସମୟରେ ଦେଢଶୁର ରତିକାନ୍ତ ଜେନାଙ୍କ ସହିତ ଭାଇବାହୁ ପ୍ରୀତିରେଖାଙ୍କର ପାଟିତୁଣ୍ଡ ହୋଇଥିଲା। ଅପରାହ୍ନରେ ରତିକାନ୍ତ ନିଶାସକ୍ତ ଅବସ୍ଥାରେ ଆସି ହଠାତ୍ ଏକ ଶାବଳରେ ପ୍ରୀତିରେଖାଙ୍କ ମୁଣ୍ଡକୁ ୨ ଥର ଶକ୍ତ ପ୍ରହାର କରିଥିଲେ। ଫଳରେ ପ୍ରୀତିରେଖା ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ବାସୁଦେବପୁର ଓ ପରେ କଟକ ବଡ ଡାକ୍ତରଖାନାକୁ ନେବା ବାଟରେ ରାସ୍ତାରେ ମୃତ୍ୟୁ ହୋଇଯାଇଥିଲା। ସନ୍ଧ୍ୟାରେ ଏହି ଘାଟଣାକୁ ନେଇ ପ୍ରୀତିରେଖାଙ୍କ ପରିବାର ଲୋକେ ବାସୁଦେବପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ରତିକାନ୍ତକୁ ଖୋଜିବାକୁ ଯାଇଥିବା ବେଳେ ସେ ଫେରାର୍ ହୋଇଯାଇଥିଲେ। ପୋଲିସ ଓ ଗ୍ରାମବାସୀ ରାତିସାରା ଖୋଜାଖୋଜି କରିଥିବା ସତ୍ତ୍ଵେ ତାଙ୍କର କୌଣସି ସନ୍ଧାନ ମିଳିନାହିଁ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.