ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ହତ୍ୟା ମାମଲାରେ ମା’ ଦେଲେ ସାକ୍ଷୀ, ପୁଅକୁ ହୋଇଗଲା ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ ୪/୯: ତ୍ରିପୁରାରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଜଣେ ମା'ଙ୍କ ସାକ୍ଷୀରେ ତାଙ୍କ ପୁଅକୁ କୋର୍ଟ ଦଣ୍ଡ ଶୁଣାଇଛନ୍ତି । ବିଶାଳଗଡର ନଗର ପରିଷଦରେ କାମ କରୁଥିବା ସଫେଇ କର୍ମଚାରୀ କୃଷ୍ଣା ଦାସଙ୍କ ହତ୍ୟା ମାମଲାରେ ଶୁଣାଣି କରି ତ୍ରିପୁରାର ଜିଲ୍ଲା ଅଦାଲତ ୨୪ ବର୍ଷୀୟ ସୁମନ ଦାସ ଓ ୨୬ ବର୍ଷୀୟ ଚନ୍ଦନ ଦାସଙ୍କୁ କଠୋର ଦଣ୍ଡ ଶୁଣାଇଛନ୍ତି । ୫୫ ବର୍ଷୀୟ ବିଧବାଙ୍କ ହତ୍ୟା ମାମଲାରେ ଜଣେ ମା’ ଛାତିରେ ପଥର ରଖି ନିରପେକ୍ଷ ଭାବେ ନିଜ ପୁଅ ବିରୁଦ୍ଧରେ ସାକ୍ଷୀ ଦେଲେ । ମା’ଙ୍କ ଏହି ସାକ୍ଷୀରେ ତାଙ୍କ ପୁଅ ଏବଂ ପୁଅର ସାଙ୍ଗକୁ ଆଜୀବନ କାରାଦଣ୍ଡ ଶୁଣାଣି ହୋଇଛି ।  

କହିରଖୁଛୁ ସମ୍ପୂର୍ଣ୍ଣ ମାମଲା ଏପ୍ରିଲ ୨୦୨୦ର । ସିପାହୀଜଲାରେ ରହୁଥିବା କୃଷ୍ଣା ଦାସଙ୍କୁ ଦୁର୍ଷର୍ମ କରି ତାଙ୍କୁ ହତ୍ୟା କରିଦିଆଯାଇଥିଲା । ପୋଲିସ ଅନୁସାରେ ବୟସ୍କା ମହିଳାଙ୍କ ଘରେ ପଶି ପ୍ରଥମ ୨ ଯୁବକ ତାଙ୍କୁ ଦୁଷ୍କର୍ମ କଲେ ଏବଂ ପରେ ତଣ୍ଟି ଚିପି ହତ୍ୟା କଲେ । ପରେ ମୃତଦେହକୁ ଏକ କୂଅରେ ଫୋପାଡିଦେଲେ । ମୃତଦେହ ଜବତ ହେବା ପରେ ମୃତା ମହିଳାଙ୍କ ବୋହୂ ସୁମିତ୍ରା ଦାସ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଘଟଣାର ଯାଞ୍ଚ କରି ମାମଲାର କିଛି ଦିନ ଭିତରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । 

 ପୋଲିସ ମାମଲାରେ ଅଭିଯୁକ୍ତ ସୁମନଙ୍କ ମାଙ୍କ ସମେତ ୨୫ ଜଣଙ୍କ ବୟାନ ରେଜିଷ୍ଟର କରିଥିଲା । ସୁମନଙ୍କ ମା’ ନିଜ ପୁଅ ବିରୁଦ୍ଧରେ ସାକ୍ଷୀ ଦେଇଥିଲେ । ଜିଲ୍ଲା ଅଦାଲତରେ ଅତିରିକ୍ତ ଲୋକ ଅଭିଯୋଜକ ଗୌତମ ଗିରୀ କହିଲେ କି ମାମଲା ସେତେବେଳେ ବଦଳିଗଲା ଯେବେ ସୁମନଙ୍କ ମା ନମିତା ଦାସ ମାସେ ପୂର୍ବରୁ ଅଦାଲତରେ ନିଜ ପୁଅ ଏବଂ ତା ସାଙ୍ଗମାନଙ୍କୁ ଦଣ୍ଡ ଦେବା ସହ ତାଙ୍କୁ ଫାଶୀ ଦେବା ପାଇଁ ଦାବି କରିଥିଲେ । 

 ସୂଚନାଯୋଗ୍ୟ କୋର୍ଟରେ ଶୁଣାଣୀ ସମୟରେ ଦୁଷ୍କର୍ମ ଅଭିଯୋଗ ପ୍ରମାଣ ହୋଇପାରିନଥିଲା । କାରଣ ପୋଲିସ ସାକ୍ଷୀ ଜୁଟାଇପାରିନଥିଲା । କୁହାଯାଉଛି କି ହତ୍ୟାର ଏକ ସପ୍ତାହ ପରେ ମୃତଦେହ ଜବତ ହୋଇଥିଲା । ଏହି କାରଣରୁ ଦୁଷ୍କର୍ମ ପ୍ରମାଣ ହୋଇପାରିନଥିଲା । ମେଡିକାଲ ପରୀକ୍ଷଣ କରିବା ମଧ୍ୟ ସମ୍ଭବ ନଥିଲା । ଏହି କାରଣରୁ ଉଭୟଙ୍କୁ ଦୁଷ୍କର୍ମ ମାମଲାରେ କୋର୍ଟରୁ ଆଶ୍ୱସ୍ତି ମିଳିଯାଇଥିଲା କିନ୍ତୁ ହତ୍ୟା ପାଇଁ କଠୋର ଦଣ୍ଡ ଶୁଣାଯାଇଥିଲା ।

Copyright © 2022 - Summa Real Media Private Limited. All Rights Reserved.