ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଟି-୨୦ ବିଶ୍ବକପ୍‌: ଭାରତ ବନାମ କାନାଡା ମ୍ୟାଚ୍‌ ବାତିଲ୍‌

Image Courtesy: livemint

ଫ୍ଲୋରିଡ଼ା: ଟି-୨୦ ବିଶ୍ଵକପ୍ ୨୦୨୪ରେ ଶେଷ ଲିଗ୍‌ ମ୍ୟାଚ୍‌ ଖେଳିଥାନ୍ତା ଭାରତ । କାନାଡା ବିପକ୍ଷରେ ମ୍ୟାଚ୍‌ ହେବାର ଥିଲା । କିନ୍ତୁ ବାଧକ ସାଜିଲା ବର୍ଷା । ଗତକାଲି ଭଳି ଆଜି ମଧ୍ୟ ମ୍ୟାଚ୍‌ ଧୋଇ ହୋଇଯାଇଛି । ପଡ଼ିଆ ଖେଳିବା ଉପଯୋଗୀ ନ ହେବାରୁ ଶେଷରେ ବିନା ଟସରେ ମ୍ୟାଚକୁ ରଦ୍ଦ କରିବାକୁ ପଡ଼ିଛି। ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ଅମ୍ପାୟର ଭାରତୀୟ ସମୟ ରାତି ୯ଟାରେ ପଡ଼ିଆ ନିରୀକ୍ଷଣ କରିବା ପରେ ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ଗ୍ରାଉଣ୍ଡ ଷ୍ଟାଫ ପଡ଼ିଆକୁ ସୁଖାଇବା ପାଇଁ ବହୁତ ପରିଶ୍ରମ କରିଥିଲେ।  ସେଥିପାଇଁ ଦେଢ ଘଣ୍ଟା ଅପେକ୍ଷା କରାଯାଇଥିଲା।

ଭାରତ ଓ କାନାଡ଼ା ମ୍ୟାଚ୍ ଫ୍ଲୋରିଡ଼ାର ଲଡରହିଲ ସ୍ଥିତ ସେଣ୍ଟ୍ରାଲ ବ୍ରୋଭାର୍ଡ ରିଜନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡରେ ଖେଳା ଯିବାର ଥିଲା। ଭାରତୀୟ ସମୟ ଅନୁସାରେ ରାତି ସାଢେ ୭ଟାରେ ଟସ୍ ପଡ଼ିବାର ଥିଲା। କିନ୍ତୁ ଖରାପ ଆଉଟ୍ ଫିଲ୍ଡ କାରଣରୁ ନିର୍ଦ୍ଧାରିତ ସମୟରେ ଟସ୍ ପଡ଼ି ପାରି ନ ଥିଲା। ଏହାପରେ ପଡ଼ିଆ କର୍ମଚାରୀ ପଡ଼ିଆ ସୁଖାଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଶେଷରେ ଅମ୍ପାୟର ମ୍ୟାଚ୍ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। 

ଏବେ ସୁପର-୮ରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ୍ ଜୁନ ୨୦ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ। ଏହା ପରେ ଜୁନ ୨୨ରେ ଆଣ୍ଟିଗାରେ ବାଂଲାଦେଶ/ନେଦରଲାଣ୍ଡ ମଧ୍ୟରୁ ଗୋଟିଏ ଦଳ ସହ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଜୁନ ୨୪ରେ ସେଣ୍ଟ ଲୁସିଆରେ ଭାରତ ଅଷ୍ଟ୍ରେଲିଆ ସହ ହାଇଭୋଲଟେଜ୍ ମ୍ୟାଚ୍ ଖେଳିବ। ସୁପର-୮ରେ ଭାରତର ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ଖେଳାଯିବ। 

 

 

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.