ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚର୍ଚ୍ଚାରେ କଳାହାଣ୍ଡି ସାଂସଦଙ୍କ ନିର୍ବାଚନୀ ଷ୍ଟଣ୍ଟ୍, ଅଧିକାରୀଙ୍କୁ ତଳେ ବସାଇ ହିସାବ ମାଗିଲେ

ନୂଆପଡ଼ା, ୨୯।୧୧: ବିଜେପି ପକ୍ଷରୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ମଙ୍ଗଳବାର ନୂଆପଡ଼ା ବ୍ଲକ ଅଫିସ ଘେରାଉ କରାଯାଇିଥିଲା । ବ୍ଲକ ଅଫିସ ମୁଖ୍ୟ ଫାଟକରେ ସାଂସଦ ଶ୍ରୀ ପଣ୍ଡା ସମେତ ସମସ୍ତ ବିଜେପି ନେତା ଓ ନିର୍ବାଚିତ ପ୍ରତିନିଧି ଚଟାଣରେ ବସିଥିଲେ । ବ୍ଲକସ୍ତରୀୟ ସମସ୍ତ ଅଧିକାରୀଙ୍କୁ ଡାକି ଚଟାଣରେ ବସାଇଥିଲେ । ଗୋଟିଏ ପଟେ ବିଜେପି ନେତା ଓ ସମ୍ମୁଖରେ ବିଭାଗୀୟ ଅଧିକାରୀ ବସିଥିଲେ । ପରେ ସାଂସଦ ଉପସ୍ଥିତ ଅଧିକାରୀଙ୍କୁ ଗୁଡ଼ାଇ ତୁଡ଼ାଇ ଅନେକ ପ୍ରଶ୍ନ ପଚାରିଥିଲେ । ସାଂସଦଙ୍କ ଏପରି ଅପ୍ରତ୍ୟାଶିତ ପ୍ରଶ୍ନର ଉତ୍ତର ଦେଇନପାରି ଅଧିକାରୀମାନେ ହଟହଟା ହୋଇଥିଲେ । ସାଂସଦ ଶ୍ରୀ ପଣ୍ଡା ବିଡିଓ ବିପିନ ବିହାରୀ ଦୀପ, ଏସିଏସଓ ସଞ୍ଜୁ ପ୍ରଧାନ, ଏପିଓ ମୀନାଲାଲ ଚନ୍ଦ୍ରକାର, ସହକାରୀ ଯନ୍ତ୍ରୀ ଅରୁଣ ସାହୁ, ବିଏସଏସଓ ହରେକୃଷ୍ଣ ନାଏକ, ବ୍ଲକ ପ୍ରକଳ୍ପ ସଂଯୋଜକ(ବିପିସି) ସଚିନ ପାଢ଼ୀ ପ୍ରମୁଖଙ୍କୁ ତାଙ୍କ ସମ୍ମୁଖରେ ବସାଇଥିଲେ । ପରେ ଜଣ ଜଣ କରି ବିଭାଗୀୟ ଅଧିକାରୀଙ୍କୁ ସମ୍ପୃକ୍ତ ବିଭାଗରେ ସରକାରୀ ଅନୁଦାନର ଖର୍ଚ୍ଚ ହିସାବ କିତାବ ମାଗିବା ଆରମ୍ଭ କରିଥିଲେ । 

ବିଶେଷ କରି ଧାନସଂଗ୍ରହ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ ଓ ଅନ୍ୱେଷା ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ । ପ୍ରଥମେ ଏସିଏସଓ ଶ୍ରୀମତୀ ପ୍ରଧାନଙ୍କୁ ଚଳିବର୍ଷ ଧାନ ସଂଗ୍ରହ ଉପରେ ପ୍ରଶ୍ନ କରିଥିଲେ । ବର୍ତ୍ତମାନ ସୁଦ୍ଧା କେତେ ଚାଷୀଙ୍କ ଧାନ ସଂଗ୍ରହ ହୋଇଛି । ଏବେ ମଣ୍ଡିରେ କେତେ ଧାନ ପଡ଼ିଛି । କାହିଁକି ଚାଷୀଙ୍କ ଧାନ ସଂଗ୍ରହ ହେଉନି ବୋଲି ପ୍ରଶ୍ନ କରିଥିଲେ । ସେହିପରି ଏବେ ବି ଅନେକ ଗରିବ ପରିବାର ରାସନକାର୍ଡ ପାଇବାରୁ ବଞ୍ଚିତ ରହିଛନ୍ତି । ସେମାନଙ୍କୁ କେବେ ରାସନ କାର୍ଡ ମିଳିବ ବୋଲି ପଚାରିଥିଲେ । ନୂଆପଡ଼ା ବ୍ଲକ ସମ୍ପ୍ରସାରଣ ଅଧିକାରୀ(ଡବ୍ଲୁଇଓ) ଶ୍ୟାମସୁନ୍ଦର ଧରୁଆଙ୍କୁ ଅନ୍ୱେଷା ଯୋଜନାର କାର୍ଯ୍ୟକାରିତା ଉପରେ ପଚାରିଥିଲେ । ସେହିପରି ବିପିସି ଶ୍ରୀ ପାଢ଼ୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ, ବର୍ତ୍ତମାନ ସୁଦ୍ଧା ବ୍ଲକରେ କେତୋଟି ଆବାସ ସମ୍ପୂର୍ଣ୍ଣ ହୋଇଛି ? କେତେ ଜଣ ହିତାଧିକାରୀ ସରକାରଙ୍କ ୨୦ହଜାର ବୋନସ ଟଙ୍କା ପାଇଛନ୍ତି ଆଦି ପ୍ରଶ୍ନ ପଚାରିଥିଲେ । 

ଶେଷରେ ନୂଆପଡ଼ା ବିଡିଓ ଶ୍ରୀ ଦୀପଙ୍କୁ ଆପଣଙ୍କ ଅଧିକାରୀ ଓ କର୍ମଚାରୀ ଏଭଳି କାମ କରୁଛନ୍ତି ଓ ଏହାକୁ ସୁଧାରନ୍ତୁ ବୋଲି କହିଥିଲେ । ତେବେ, ବିଡିଓ ଗତ କିଛିଦିନ ତଳେ କାର୍ଯ୍ୟରେ ଯୋଗ ଦେଇଥିବାରୁ ସାଂସଦଙ୍କ ଆକ୍ରୋଶ ଶିକାରରୁ ବର୍ତ୍ତି ଯାଇଥିଲେ । ଏଭଳି ଦେଢ଼ଘଣ୍ଟା ଧରି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ତଳେ ବସାଇ ପ୍ରଶ୍ନ ପରେ ପ୍ରଶ୍ନକରି ସାଂସଦ ଘାଇଲା କରିଥିଲେ । ପ୍ରକାଶଥାଉକି, ଗତ ୨୪ରେ କୋମନା ବ୍ଲକ ଘେରାଉ କରି ବିଡିଓ ହିତାଂଶୁ ଶେଖର ସାମଲ ସମେତ ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଦୀର୍ଘ ୪ ଘଣ୍ଟା ପ୍ରଶ୍ନ କରି ଘାଇଲା କରିଥିଲେ ସାଂସଦ ଶ୍ରୀ ପଣ୍ଡା । ସାଂସଦଙ୍କ କାର୍ଯ୍ୟକାଳ ସରିବାକୁ ଆଉ କିଛି ମାସ ବାକି ରହିଛି । ଏହା ସାଂସଦଙ୍କ ନିର୍ବାଚନୀ ଷ୍ଟଣ୍ଟ କି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷେ ବିରୋଧୀ ଆଜି ସାଂସଦଙ୍କ ଜ୍ଞାନ ଉଦୟ ହେଲା କି ବୋଲି ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.