ପ୍ରମୂଖ ଖବର

ଶ୍ରୀଲଙ୍କାରୁ ପାକିସ୍ତାନ ଭେନ୍ୟୁକୁ ପରିବର୍ତ୍ତନ ହେବନି ଏସିଆ କପ୍ ମ୍ୟାଚ୍, ସ୍ପଷ୍ଟ କଲେ ଜୟ ଶାହ

ନୂଆଦିଲ୍ଲୀ,୫।୯: ଏସିଆ କପ୍‌କୁ ନେଇ ଆସିଛି ବଡ଼ ଖବର। ଏସିଆ କପ୍ ସୁପର- ୪ ରାଉଣ୍ଡର ସ୍ଥାନରେ କୌଣସି ପରିବର୍ତ୍ତନ ହେବ ନାହିଁଭାରତୀୟ ଦଳ ଏବଂ ସୁପର- ରାଉଣ୍ଡର ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ। ଶ୍ରୀଲଙ୍କାରେ ଲଗାତାର ବର୍ଷା ହେତୁ ସୁପର-  ରାଉଣ୍ଡର ସ୍ଥାନ ପରିବର୍ତ୍ତନ ହୋଇପାରିବ ବୋଲି ଚର୍ଚ୍ଚା ହେଉଥିଲା। ଶ୍ରୀଲଙ୍କା ପରିବର୍ତ୍ତେ ପାକିସ୍ତାନ ଭେନ୍ୟୁରେ ଏସିଆ କପ୍ ସୁପର- ୪ ରାଉଣ୍ଡ ମ୍ୟାଚ୍ ଖେଳାଯାଇପାରେ, କିନ୍ତୁ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଭେନ୍ୟୁରେ ପରିବର୍ତ୍ତନ ହେବ ନାହିଁ।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏସିଆନ୍ କ୍ରିକେଟ କାଉନସିଲ ପ୍ରେସିଡେଣ୍ଟ ଜୟ ଶାହ ପାକିସ୍ତାନ କ୍ରିକେଟ ବୋର୍ଡଙ୍କୁ କହିଛନ୍ତି, ଏସିଆ କପ୍ ସୁପର-୪ ରାଉଣ୍ଟ ଓ ଫାଇନାଲର ଭେନ୍ୟୁରେ ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥାତ ସୁପର-୪ ରାଉଣ୍ଡ ଓ ଫାଇନାଲ ମୁକାବିଲା ଶ୍ରୀଲଙ୍କାର ଫିଲ୍ଡରେ ଖେଳାଯିବ। ଜୟ ଶାହ ପାକିସ୍ତାନ ଭେନ୍ୟୁରେ ସୁପର-୪ ଓ ଫାଇନାଲ ଖେଳାଯିବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। ସେଭଳି ଏହାଛଡା କୁହାଯାଉଥିଲା ଯେ, କଲୋମ୍ବୋ ବଦଳରେ ମ୍ୟାଚ୍‌କୁ ହମ୍ବନତୋଟାକୁ ସିଫ୍ଟ କରାଯିବ, କିନ୍ତୁ ଏହି ସବୁ କଥାକୁ ସେ ଖାରଜ କରିଦେଇଛନ୍ତି। 

ଉଲ୍ଲେଖନୀୟ ଯେ, ବର୍ତ୍ତମାନ ଶ୍ରୀଲଙ୍କାରେ ବର୍ଷ ଲଗାତାର ହେଉଛି। ଭାରତ ଓ ପାକିସ୍ତାନ ଭିତରେ ମ୍ୟାଚ୍ ବର୍ଷା କାରଣରୁ ପ୍ରଭାବିତ ହେଉଛି। ଏହାଛଡା ଭାରତ-ନେପାଳ ମ୍ୟାଚ୍‌ର ନିଷ୍ପତ୍ତି ଡକଓ୍ବର୍ଥ ଲୁଇସ୍‌ ନିୟମ ଅନୁସାରେ, ଧାର୍ଯ୍ୟ କରାଯାଇଛି। ଏଭଳି ମନେକରାଯାଉଛି ଯେ, ଲଗାତାର  ବର୍ଷ କାରଣରୁ ଭେନ୍ୟକୁ ବଦଳାଇ ଯାଇପାରେ। ଅର୍ଥାତ ଶ୍ରୀଲଙ୍କାର ପଡିଆରେ ହେବାକୁ ଥିବା ମୁକାବିଲାକୁ ପାକିସ୍ତାନର ମୈଦାନକୁ ସିଫ୍ଟ କରାଯାଇପାରେ, କିନ୍ତୁ ଏବେ ଏସିଆନ୍‌ କ୍ରିକେଟ କାଉନସିଲ୍ର ଅଧ୍ୟକ୍ଷ ଜୟ ଶାହ ସବୁ ପ୍ରକାର କଥାକୁ ଖଣ୍ଡନ କରିଛନ୍ତି।ଏସିଆ କପ୍ ସୁପର-୪ ରାଉଣ୍ଡ ମୁକାବିଲା ୬ ସେପ୍ଟେମ୍ବରରେ ଖେଳାଯିବ, ସେଭଳି ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ୧୭ ସେପ୍ଟେମ୍ବରରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.