ପ୍ରମୂଖ ଖବର
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ସ୍କୁଲ ପିଲାଙ୍କ ପଢ଼ାକୁ ଗୁରୁତ୍ୱ, କ୍ଲାସରୁମ୍‌ରେ ଲାଗିବ ଟାଇମ୍‌ ଟେବୁଲ

ଭୁବନେଶ୍ୱର, ୧୯/୦୬ : ଗ୍ରୀଷ୍ମ ଛୁଟି ପରେ ରାଜ୍ୟର ଅଧା ସ୍କୁଲ ଖୋଲିଛି । ଅନ୍ୟ ସମସ୍ତ ଜିଲ୍ଲାର ସ୍କୁଲ ୨୦ ତାରିଖ ପରେ ଖୋଲିବ । ସ୍କୁଲ ଖୋଲିବା ପରେ ପାଠପଢ଼ାକୁ ତ୍ୱରାନ୍ୱିତ କରିବାକୁ ଅଣ୍ଟା ଭିଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବିଭିନ୍ନ କାର୍ଯ୍ୟକଳାପ ପ୍ରସ୍ତୁତ କରାଯାଇଛି । ସ୍କୁଲ ପ୍ରଧାନଶିକ୍ଷକ, ଶିକ୍ଷକ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍କୁଲ ଖୋଲିବା ମାତ୍ରେ ପ୍ରଧାନଶିକ୍ଷକ ଶିକ୍ଷକଙ୍କୁ ନେଇ ଏକ ବୈଠକ କରିବେ । ଏହି ବୈଠକରେ ପାଠପଢ଼ାର ଯୋଜନା ନେଇ ପ୍ରସ୍ତୁତି କରାଯିବ । ଟାଇମ୍‌ ଟେବୁଲ ପ୍ରସ୍ତୁତ କରାଯିବ । ଲେସନ୍‌ ପ୍ଲାନ୍‌ କିମ୍ବା ଲେସନ୍‌ ନୋଟ୍‌ ପ୍ରସ୍ତୁତ କରାଯିବ । ପାଠ୍ୟପୁସ୍ତକ ଓ ୱାର୍କବୁକ୍‌ସ ବଣ୍ଟନ କରିବାକୁ ନିଶ୍ଚିତ କରିବେ । 

ସ୍କୁଲ ଖୋଲିବା ଦିନ ଠାରୁ ବିଦ୍ୟା ପ୍ରବେଶ ମଡ୍ୟୁଲ୍‌ ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ କରାଯିବ । ହସ ଖେଳ ମାଧ୍ୟମରେ ପିଲାଙ୍କୁ ପଢ଼ାଯିବ । ଗ୍ରୀଷ୍ମଛୁଟି ପୂର୍ବରୁ ପିଲାଙ୍କୁ ଦିଆଯାଇଥିବା ହୋମ୍‌ୱାର୍କର ଯାଞ୍ଚ କରିବେ ଶିକ୍ଷକ । ଯଦି କୌଣସି ପିଲା ଏହାକୁ ସାରିନଥିବ ତେବେ ତାକୁ ସାରିବା ପାଇଁ ସହଯୋଗ କରିବେ ଶିକ୍ଷକ । ଜାରି ହୋଇଥିବା ଏକାଡେମିକ୍‌ କ୍ୟାଲେଣ୍ଡର ଅନୁଯାୟୀ ପାଠପଢ଼ା ହେବ । ଏଥିରେ ଯେପରି କୌଣସି ହେଳା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଗୋଟିଏ ୱାର୍କ ବୁକ୍‌ରେ ପିଲାର ଉନ୍ନତି ନେଇ ଉଲ୍ଲେଖ ରହିବ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ନେଇ ବିଜ୍ଞାନ ପରୀକ୍ଷାଗାରରେ ପ୍ରାକ୍ଟିକାଲ ଜ୍ଞାନ ପ୍ରଦାନ କରାଯିବ । ସ୍କୁଲ ପରିବେଶକୁ ଶୈକ୍ଷିକ ଓ ଛାତ୍ର ବାତାନୁକୂଳ ପରିବେଶ କରିବାକୁ କୁହାଯାଇଛି । ପ୍ରଧାନଶିକ୍ଷକ ପ୍ରତ୍ୟେକ ଶ୍ରେଣୀ ଗୃହ ପରିଦର୍ଶନ କରି ପାଠପଢ଼ା ଯାଞ୍ଚ କରିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.