ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ପେଟରେ ଏସିଡିଟି କମାଇବାରେ ରାମବାଣ ହୋଇପାରେ ହଳଦୀ, ମେଡିକାଲ୍‌ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ ୧୨/୦୯: ହାଣ୍ଡିଶାଳରେ ଉପଲବ୍ଧ ହଳଦୀ ବଦହଜମି ଦୂର କରିପାରିବାର କ୍ଷମତା ରଖିଛି । ମସଲା ପାଇଁ ବ୍ୟବହୃତ ହଳଦୀରେ ଅନେକ ଗୁଡ଼ିଏ ଔଷଧୀୟ ଗୁଣ ମଧ୍ୟ ରହିଛି । ଘା’ ଭଲ କରିବାରେ ହଳଦୀକୁ ଘରୋଇ ଉପଚାର ଭାବେ ବ୍ୟବହାର କରାଯାଏ । ଆଉ ଏବେ ହଳଦୀ ପେଟରେ ଅତ୍ୟଧିକ ଏସିଡ୍‌ କମ୍‌ କରିବା ପାଇଁ ବ୍ୟବହାର କରାଯାଇପାରିବ ବୋଲି ଜଣାପଡ଼ିଛି । ବ୍ରିଟିଶ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ଏକ ଗବେଷଣାତ୍ମକ ତଥ୍ୟ ଅନୁସାରେ, ହଳଦୀରେ ଥିବା ପ୍ରାକୃତିକ ତଥା ଯୌଗିକ ଓମିପ୍ରାଜୋଲ ଗୁଣ ବଦହଜମି ପାଇଁ ରାମବାଣ ସଦୃଶ । 

ବ୍ରିଟିଶ ମେଡିକାଲ ଆସୋସିଏସନ ଦ୍ବାରା ପ୍ରକାଶ ପାଏ ଏହି ମେଡିକାଲ ଜର୍ଣ୍ଣାଲ । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଦକ୍ଷିଣ ପୂର୍ବ ଏସିଆରେ ହଳଦୀକୁ ବଦହଜମିର ଉପଚାର ଭାବେ ବ୍ୟବହାର କରାଯାଏ । କିନ୍ତୁ ବିଶ୍ବର ବିଭିନ୍ନ ଦେଶ ହଳଦୀର ଏଭଳି ବ୍ୟବହାରକୁ ନେଇ ଅନିଶ୍ଚିତତା ଲାଗିରହିଛି । ହଳଦୀ ଉପରେ ଅଧ୍ୟୟନ ଲାଗି ଗେବଷକମାନେ ଏକ କ୍ଲିନିକାଲ୍‌ ଟେଷ୍ଟ କରିଥିଲେ । ଏଥିରେ ୧୮ରୁ ୭୦ ବର୍ଷ ବୟସର ୨୦୬ ରୋଗୀଙ୍କୁ ସାମିଲ କରିଥିଲେ । 

ରାମବାଣ ସ୍ତନ କର୍କଟ ପାଇଁ ଦାୟୀ ୪ ନୂଆ ଜିନ୍‌ ଚିହ୍ନଟ, ଅଧ୍ୟୟନରୁ ଖୁଲାସା

ଏମାନେ ୨୦୧୯-୨୦୨୧ ମଧ୍ୟରେ ପେଟ ରୋଗ ପାଇଁ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏମାନଙ୍କୁ ୫୬ ଦିନ ଲାଗି ୩ଟି ଗୋଷ୍ଠୀରେ ଭାଗ କରି ଚିକିତ୍ସା କରାଯାଇଥିଲା । ଗୋଟିଏ ଗୋଷ୍ଠୀକୁ ଗବେଷକମାନେ ହଳଦୀ ସହିତ ଡମି କ୍ୟାପସୁଲ୍ ଖାଇବାକୁ ଦେଇଥିଲେ । ଦ୍ବିତୀୟ ଗୋଷ୍ଠୀକୁ ଓମିପ୍ରାଜୋଲ ଏବଂ ତୃତୀୟ ଗୋଷ୍ଠୀକୁ ଓମିପ୍ରାଜୋଲ ସହ ହଳଦି ଖାଇବାକୁ ଦିଆଯାଇଥିଲା । ଓମିପ୍ରାଜୋଲର ବ୍ୟବହାର ଏସିଡିଟି କମ୍‌ କରିବା ପାଇଁ କରାଯାଏ । 

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ୩ ଗୋଷ୍ଠୀଙ୍କ ପରିସ୍ଥିତି ସମାନ ଥିଲା । ପ୍ରଥମେ ୨୮ ଦିନ ଏବଂ ପରେ ୫୬ ଦିନ ପରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାର ମୂଲ୍ୟାଙ୍କନ କରାଯାଇଥିଲା । ୩ ଦଳର ରୋଗୀଙ୍କ ଶରୀରରେ ସୁଧାର ଆସିଥିବା ଲକ୍ଷ୍ୟ କଲେ ଗବେଷକ । ହଳଦୀରେ ପ୍ରବଳ ମାତ୍ରାରେ କରକ୍ୟୁମିନ୍‌ ମିଳିଥାଏ । ଏହାକୁ ବିଶେଷ କରି ପାଉଡର ଏବଂ ପ୍ରସାଧନସମାଗ୍ରୀରେ ବ୍ୟବହାର କରାଯାଏ । ଏହାର କ୍ୟାପସୁଲ୍ ମଧ୍ୟ ବଜାରରେ ଉପଲବ୍ଧ । ତେବେ ଏହି କରକ୍ୟୁମିନ୍‌ ବଦହଜମିର ମଧ୍ୟମ ଉପଚାର କରିପାରିବାରେ ସକ୍ଷମ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି । 

ବର୍ତ୍ତମାନ ସମୟରେ ବିଶେଷ କରି ଥାଇଲାଣ୍ଡରେ ହଳଦୀକୁ ବଦହଜମିରୁ ମୁକ୍ତି ପାଇଁ ବ୍ୟବହାର କରାଯାଉଛି । ହେଲେ ଡାକ୍ତରମାନେ ଏହାକୁ ବଦହଜମିର ଔଷଧ ଭାବେ ବ୍ୟବହାର କରିବା ଉପରେ ସ୍ବଷ୍ଟ ମଥ ଦେଉନାହାନ୍ତି । କାରଣ ହଳଦୀରୁ ମିଳୁଥିବା ଔଷଧୀୟ ଗୁଣ କେତେ ପ୍ରଭାବୀ ସେନେଇ ଗବେଷଣା କରିବାକୁ ଉନ୍ନତ୍ତ ପ୍ରଣାଳୀର ବିକଶିତ ହୋଇନଥିବା କହିଛନ୍ତି ବିଶେଷଜ୍ଞ । ଅନ୍ୟପଟେ ବଦହଜମିର ଔଷଧ ରୂପେ ହଳଦୀର ବ୍ୟବହାର କରାଯାଇପାରେ । କିନ୍ତୁ ଏହାକୁ ଏକ ସ୍ଥାୟୀ ଉପଚାର ଭାବେ ଧରିନେବାକୁ ହେଲେ ଅଧିକରୁ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି ।

You can also read: କେରଳରେ ନିପା ଭାଇରସରେ ୨ଜଣଙ୍କ ମୃତ୍ୟୁ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପଠାଇଲେ ଏକ୍ସପର୍ଟ ଟିମ୍


  • Turmeric
  • Copyright © 2022 - Summa Real Media Private Limited. All Rights Reserved.