ପ୍ରମୂଖ ଖବର
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ହଜିଗଲା ସୌରଭ ଗାଙ୍ଗୁଲିଙ୍କ ଦାମୀ ମୋବାଇଲ, ଥାନାରେ ଅଭିଯୋଗ କଲେ ଦାଦା

Published By : Prameya | February 13, 2024 10:10 AM

କୋଲକାତା,୧୩/୦୨: ଭାରତୀୟ କ୍ରିକେଟ୍‌ ଦଳର  ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ (ଦାଦା) ଏକ ଦାମୀ ମୋବାଇଲ ହଜି ଯାଇଛି। ବହୁ ଖୋଜା ଖୋଜି କରିବା  ପରେ ନମିଳିବାରୁ ସେ ଏ ନେଇ  ଠାକୁରପୁକୁର ଥାନାରେ ଅଭିଯୋଗ  କରିଛନ୍ତି । ମୋବାଇଲର ମୂଲ୍ୟ ୧ ଲକ୍ଷ  ୬୦ ହଜାର ଟଙ୍କା ବୋଲି ଜଣା ପଡ଼ିଛି । 

ଗତ ମାସ ୧୯ ତାରିଖରେ ଦାଦା  ନିଜ ଘରେ ପୂର୍ବାହ୍ନ ୧୧ଟା ୩୦  ମିନିଟରେ ଶେଷ ଥର ନିଜ  ଫୋନ ବ୍ୟବହାର କରିଥିଲେ ।  କିନ୍ତୁ ତା’ ପରେ ଆଉ  ମିଳିନଥିଲା । ମୋବାଇଲରେ  ବ୍ୟାଙ୍କ ଖାତା ଓ ବ୍ୟକ୍ତିଗତ ତଥ୍ୟ  ସାଙ୍ଗକୁ ଫୋନ ନମ୍ବର ରହିଛି । ତେଣୁ ଦାଦା  ପୁଲିସକୁ ତାଙ୍କ ଫୋନ ଖୋଜି ଆଣିଦେବାକୁ  ଅଭିଯୋଗରେ ଅନୁରୋଧ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.