ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବ୍ୟାଟେରୀ ତିଆରି ପାଇଁ ଫ୍ୟାକ୍ଟ୍ରି ସ୍ଥାପନ କରିବେ ମୁକେଶ ଅମ୍ୱାନୀ

ନୂଆଦିଲ୍ଲୀ – ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ୍‌ ୨୦୨୬ ମସିହା ସୁଦ୍ଧା ବ୍ୟାଟେରୀ ଗିଗା ଫ୍ୟାକ୍ଟ୍ରି ସ୍ଥାପନ କରିବା ଯୋଜନା ଉପରେ କାମ କରୁଛି। ବାର୍ଷିକ ସାଧାରଣ ବୈଠକରେ ମୁକେଶ ଅମ୍ୱାନୀ କହିଛନ୍ତି,ଆମର ପ୍ରାଥମିକତା ୨୦୨୬ ସୁଦ୍ଧା ନିଜର ବ୍ୟାଟେରୀ ଗିଗା ଫ୍ୟାକ୍ଟ୍ରି ସ୍ଥାପନ କରିବାର ଅଛି। ଏହି ବ୍ୟାଟେରୀ କେମିକାଲ , ସେଲ୍‌ ଓ ପ୍ୟାକ୍‌ର ନିର୍ମାଣ କରିବ। ଏଥିରେ ଏନର୍ଜୀ ଷ୍ଟୋରେଜ୍‌ ସଲ୍ୟୁସନ ଯାଏ ପ୍ରଗତି ହେବ ଏବଂ ଏଥିରେ ବ୍ୟାଟେରୀ ରିସାଇକିଲିଂ ଫାସିଲିଟିଜ୍‌ ମଧ୍ୟ ସାମିଲ ହେବ। 

ଏହାସହ ମଧ୍ୟ ପଢ଼ନ୍ତୁ - ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର, ୟୁଜର୍ସଙ୍କୁ ମିଳିବ ବଡ଼ ଅଫର 

ବାୟୋ ଏନର୍ଜୀରେ ବଡ଼ ସଫଳତା –

କେବଳ ଗୋଟେ ବର୍ଷ ପୂର୍ବେ ବାୟୋ ଏନର୍ଜୀ କ୍ଷେତ୍ରକୁ ଓହ୍ଲାଇଥିବା ରିଲାଏନ୍ସ ଇନ୍ଧନ ତିଆରି କରୁଥିବା ଦେଶ ମଧ୍ୟରେ ସବଠୁ ବଡ଼ ଉତ୍ପାଦନ ହୋଇ ଯାଇଛି। ଉତ୍ତର ପ୍ରଦେଶର ବାରାବଙ୍କିରେ କମ୍ପାନୀ ପ୍ରଥମ କମ୍ପ୍ରେସ୍‌ଡ (ସିବିଜି) ପ୍ଲାଣ୍ଟ ସ୍ଥାପିତ କରିଛି। ଏଥିପାଇଁ ରିଲାଏନ୍ସ ସ୍ୱଦେଶୀ ସ୍ତରରେ କମ୍ପ୍ରେସ୍‌ଡ ବାୟୋଗ୍ୟାସ (ସିବିଜି) ଟେକନିକ୍‌ ବିକଶତି କରିଛି। ଏହି ଟେକ୍ନିକ୍‌ର ବିକାଶ ରିଲାଏନ୍ସର ଜାମ ନଗର ସ୍ଥିତ ଦୁନିଆର ସବୁଠୁ ବଡ଼ ରିଫାଇନାକରୀରେ କରାଯାଇଛି। 

କମ୍ପ୍ରେସ୍‌ଡ ବାୟୋଗ୍ୟାସ (ସିବିଜି) ପ୍ଲାଣ୍ଟର ସୂଚନା ଦେଇ ମୁକେଶ ଅମ୍ୱାନୀ କହିଛନ୍ତି , ଆମେ ରେକର୍ଡ ସଂଖ୍ୟକ ୧୦ ମାସରେ ଉତ୍ତର ପ୍ରଦେଶର ବାରାବଙ୍କିରେ ପ୍ଲାଣ୍ଟ ପ୍ରତିଷ୍ଠା କରିଛୁ , ଆମେ ଖୁବ୍‌ ଜୋରରେ ପୂରା ଭାରତରେ ଆଉ ୨୫ଟି ପ୍ଲାଣ୍ଟ ନିର୍ମାଣ କରିବୁ। ଆମର ଲକ୍ଷ୍ୟ ଆଗାମୀ ୫ ବର୍ଷରେ ୧୦୦ରୁ ଅଧିକ ପ୍ଲାଣ୍ଟ ତିଆରି କରିବାର ଅଛି। ଏହି ପ୍ଲାଣ୍ଟରେ ୫୫ ଲକ୍ଷ ଟନ୍‌ର କୃଷି-ଅବଶେଷ ଓ ଜୈବିକ ବର୍ଜ୍ୟବସ୍ତୁ ଉପଯୋଗ ହେବ। ଯେଉଁଥିରେ ପାଖାପାଖି ୨୦ ଲକ୍ଷ ଟନ୍‌ କାର୍ବନ ଉତ୍ସର୍ଜନ କମ୍‌ ହେବ ଏବଂ ବାର୍ଷିକ ୨୫ ଲକ୍ଷ ଟନ୍‌ ଜୈବିକ ସାର ଉତ୍ପାଦନ ହେବ। ରିଲାଏନ୍ସର ଏହି ବିଷୟରେ ବାୟୁ ପ୍ରଦ୍ୟୁଷଣରେ ବିଶେଷ ହ୍ରାସ ପାଇବାର ଆଶା ରହିଛି। 

ଏହାସହ ମଧ୍ୟ ପଢ଼ନ୍ତୁ - ରିଲାଏନ୍ସ ଇଣ୍ଡଷ୍ଟ୍ରୀରୁ ନୀତା ଅମ୍ବାନୀଙ୍କ ଇସ୍ତଫା, ବୋର୍ଡରେ ସାମିଲ ହେଲେ ଇଶା, ଅନନ୍ତ ଓ ଆକାଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.