ଭୁବନେଶ୍ଵର, ୦୯/୦୫ : ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ବଢିଲା ସମ୍ବଲପୁର ହୀରାକୁଦ ଡ୍ୟାମ୍ର ସୁରକ୍ଷା ବ୍ୟବସ୍ଥା। ଆଜିଠାରୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍ ମନା। ଡ୍ୟାମ୍ର ଉଭୟ ପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ସହ ଲାଇଟ୍ ମେସିନ୍ ଗନ୍ର ବ୍ୟବସ୍ଥା କରାଯାଇଛି।
ସୂଚନା ଥାଉକି, ଯୁଦ୍ଧ ମୁକାବିଲା ପାଇଁ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷାକର୍ମୀମାନେ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ପରିଚୟ ପତ୍ରକୁ ଯାଞ୍ଚ କରୁଛନ୍ତି। ପୁରୀରେ ମଧ୍ୟ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ା କରିଛି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥି ସହିତ ମନ୍ଦିର ଚତୁଃପାର୍ଶ୍ବରେ ବୋମା ନିରୋଧି ଦଳ ତନ୍ତନ୍ କରି ଯାଞ୍ଚ କରୁଛନ୍ତି। ଡଗ୍ ସ୍କ୍ବାର୍ଡ ମଧ୍ୟ ମୁତୟନ କରାଯାଇଛି। ସେପଟେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।
ଏହି ଖବରଟିକୁ ପଢନ୍ତୁ-ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି