ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ବଲିଉଡ ଅଭିନେତା ରିଓ କାପାଡିଆଙ୍କ ପରଲୋକ, ୬୬ ବର୍ଷରେ ଦୁନିଆକୁ କଲେ ଅଲବିଦା

ମୁମ୍ବାଇ,୧୪।୯: ବଲିଉଡରୁ ଆସିଛି ଏକ ଦୁଃଖଦ ଖବର। ଅଭିନେତା ରିଓ କାପାଡିଆଙ୍କ ପରଲୋକ। ୬୬ ବର୍ଷରେ ରିଓ କରିଛନ୍ତି ଦୁନିଆକୁ ଅଲବିଦା। ଯାହାଫଳରେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ରିଓ ବହୁ ବଡ ଫିଲ୍ମରେ କାମ କରିଛନ୍ତି ଓ ସେ ଜଣେ ପରିଚିତ ଚେହେରା ଥିଲେ। ସେଭଳି ଟେଲିଭିଜନ୍‌ରେ ମଧ୍ୟ ସେ ଖୁବ୍ କାମ କରିଛନ୍ତି। ତାଙ୍କର ପରଲୋକ ଖବର ପାଇ ପ୍ରଶଂସକମାନେ ଖୁବ୍ ନିରାଶ ହୋଇଛନ୍ତି।

ପରିବାର ଲୋକ ତାଙ୍କର ପରଳୋକ ବିଷୟରେ ଖବର ଦେଇଛନ୍ତି। ୧୪ ସେପ୍ଟେମ୍ବର ମଧ୍ୟାହ୍ନ ସାଢେ ୧୨ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତେବେ ଅଚାନକ ରିଓଙ୍କର ମୃତ୍ୟୁ କିଭଳି ହେଲା ତା’ର କାରଣ ଜଣା ନାହିଁ। ସେ ଅସୁସ୍ଥ ଥିଲେ କିମ୍ବା କୌଣସି ଦୁର୍ଘଟଣାର ଶିକାର ହେ‌ଲେ ତା’ର ଖୁଲାସା ହୋଇନି। କୁହାଯାଉଛି ଯେ,  ତାଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ଅର୍ଥାତ ୧୫ ସେପ୍ଟେମ୍ବରରେ କରଯିବ। ଅନ୍ତିମ ସଂସ୍କାର ସକାଳ ୧୧ଟା ବେଳେ ଶିବଧାମ୍ ଶଶ୍ମାନ ଭୂମିରେ ଗୋରୋଗାଓଁରେ ହେବ। ପରିବାର ପକ୍ଷରୁ ପୂରା ସୂଚନା ଦିଆଯାଇଛି। 


ରିଓ କାପାଡିଆଙ୍କ କ୍ୟାରିୟର ବିଷୟରେ ଯଦି କଥା ହେବା ତେବେ  ସେ ହାପି ନ୍ୟୁ ଇୟରମର୍ଦାନୀଦିଲ ଚାହାତା ହୈ, ଚକ ଦେ ଇଣ୍ଡିଆ ଭଳି ଫିଲ୍ମରେ ଅଭିନୟ କରିଥିଲେ ଏବଂ ଲୋକମାନେ ତାଙ୍କ କାମକୁ ବହୁତ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ରଗୁଡ଼ିକ ତାଙ୍କୁ ପ୍ରକୃତ ମାନ୍ୟତା ମଧ୍ୟ ଦେଇଥିଲା । ସେ ‘ଚକଦେ ଇଣ୍ଡିଆରେ ଜଣେ କମିଣ୍ଟିଟର ଭୂମିକାରେ ଅଭିନୟ କରିଥିବାବେଳେ ସେ ‘ମଦାନୀ’ରେ କମିଶନର ଭୂମିକାରେ ଅଭିନୟ କରିଥିଲେ। ଏହାର ଅର୍ଥ ସେ ବଡ ପରଦାରେ ସେ ଖବ୍ ପ୍ରତିଷ୍ଠିତ ଥିଲେ ତେବେ ସେ କେବଳ ବଡ ପରଦାରେ ନୁହେଁ ଛୋଟ ପରଦାରେ ମଧ୍ୟ କାମ କରି ଦର୍ଶକଙ୍କ ହୃଦୟ ଜିଣି ପାରିଥିଲେ। ୨୦୨୩ ରେ ଷ୍ଟାରପ୍ଲସରେ ପ୍ରସାରିତ ‘ମହାଭାରତ’ରେ ସେ ଖୁବ୍ ଚର୍ଚ୍ଚିତ ହୋଇଥିଲେ। ଏହି ସିରିୟଲରେ ସେ ‘ପଣ୍ଡୁ’ ଭୂମିକାରେ ଅଭିୟନ କରିଥିଲେ। ଏହାଛଡା ସେ ‘ସପନେ ସୁହାନେ ଲଡକପନ କେ’ ଭଳି ସିରିୟଲରେ କାମ କରିଛନ୍ତି।

  • bollywood
  • Copyright © 2022 - Summa Real Media Private Limited. All Rights Reserved.