ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଡରାଉଛି ନୂଆ ତଥ୍ୟ: ଯୁବପିଢ଼ିଙ୍କୁ ଗ୍ରାସ କରୁଛି କ୍ୟାନ୍ସର, ୩୦ ବର୍ଷରେ ୮୦ ପ୍ରତିଶତ ବୃଦ୍ଧି

ଏଦିନବର୍ଗ, ୦୭/୦୯: କ୍ୟାନ୍ସର ବା କର୍କଟ ଏବେ ମହାମାରୀ ଭଳି ବ୍ୟାପିବାରେ ଲାଗିଛି । ବିଶେଷ କରି ଯୁବପିଢ଼ି କ୍ୟାନ୍ସରରେ ପୀଡ଼ିତ ହେଉଥିବା ଜଣାପଡ଼ିଛି । ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହୋଇଛି । ୫୦ ବର୍ଷରୁ କମ୍ ଲୋକମାନଙ୍କ ଠାରେ କ୍ୟାନ୍ସର ମାମଲା ବଢ଼ିବାରେ ଲାଗିଛି । ୩୦ ବର୍ଷ ମଧ୍ୟରେ କ୍ୟାନ୍ସର ୮୦ ପ୍ରତିଶତ ବୃଦ୍ଧି ଘଟିଛି । ସମଗ୍ର ବିଶ୍ବରେ ୧୯୯୦ରେ ୧୮.୨ ଲକ୍ଷ ଲୋକ କ୍ୟାନ୍ସରରେ ପୀଡ଼ିତ ଥିଲେ । ହେଲେ ଏହି ସଂଖ୍ୟା ୨୦୧୯ରେ ବଢ଼ି ୩୨.୬ ଲକ୍ଷରେ ପହଞ୍ଚିଥିଲା । ସେପଟେ ୪୦ କିମ୍ବା ୩୦ରୁ କମ୍‌ ବୟସର କ୍ୟାନ୍ସର ପୀଡ଼ିତଙ୍କ ମୃତ୍ୟୁସଂଖ୍ୟା ୨୭ ପ୍ରତିଶତ ବଢ଼ିଛି। 

୬୦୦ ଏମ୍ଏଲ୍ ବିଷ କାଢ଼ିବାକୁ ଲାଗିଲା ୨୪ ଦିନ, ଦିନକୁ ୨୦୮ ଇଞ୍ଜେକ୍ସନ ଦେଇ ଚାଷୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

ଗବେଷଣାରୁ ଜଣାପଡ଼ିଛି ଯେ, ୫୦ ବର୍ଷରୁ କମ୍‌ ବୟସର ୧୦ ଲକ୍ଷରୁ ଅଧିକ ଲୋକ କ୍ୟାନ୍ସରରେ ମୃତ୍ୟୁବରଣ କରୁଛନ୍ତି । ତେବେ କ୍ୟାନ୍ସର ମାମଲାରେ ବୃଦ୍ଧି ପଛର ପ୍ରକୃତ କାରଣ ଜାଣିବାକୁ ବିଶେଷଜ୍ଞମାନେ ଚେଷ୍ଟା ଜାରି ରଖିଛନ୍ତି । ବିଏମଜେ ଓଙ୍କୋଲୋଜିର ଜଣେ ଗବେଷକଙ୍କ ମତରେ, ଖରାପ ଖାଦ୍ୟ , ମଦ ଏବଂ ତମାଖୁ ସେବନ, ଶାରୀରିକ ନିଷ୍କ୍ରିୟତା ଏବଂ ମୋଟାପଣ କ୍ୟାନ୍ସର ପ୍ରମୁଖ କାରଣ ହୋଇପାରେ । ତେବେ ୧୯୯୦ ପରେ କ୍ୟାନ୍ସର  ପୀଡ଼ିତ ଏବଂ ମୃତକଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । 

ସ୍କଟଲାଣ୍ଡର ଏଦିନବର୍ଗ ବିଶ୍ବବିଦ୍ୟାଳୟ ଏବଂ ଚୀନ୍‌ର ଝୋଜିୟାଙ୍ଗ ୟୁନିଭର୍ସିଟିର ମିଳିତ ଗବେଷଣା ରିପୋର୍ଟରୁ ଏକଥା ଜଣାପଡ଼ିଛି । ଏଥିରେ ଗବେଷକମାନେ ୨୯ ପ୍ରକାର କ୍ୟାନ୍ସର ଏବଂ ୨୦୪ ଦେଶର ପୀଡ଼ିତଙ୍କୁ ଅଧ୍ୟୟନରେ ସାମିଲ କରିଥିଲେ । ଗବେଷକମାନେ ୧୯୯୦ରୁ ୨୦୧୯ ମଧ୍ୟରେ କ୍ୟାନ୍ସରର ପ୍ରକାର ଏବଂ ୧୪ରୁ ୪୯ ବର୍ଷର ପୀଡ଼ିତଙ୍କ ଉପରେ ଅଧ୍ୟୟନ କରିଥିଲେ । ୨୦୧୯ରେ ୫୦ ବର୍ଷରୁ କମ୍‌ ବୟସର ମୋଟ କ୍ୟାନ୍ସର ପୀଡ଼ିତଙ୍କ ସଂଖ୍ୟା ୩୨.୬ ଲକ୍ଷ । ୧୯୯୦ ମସିହା ତୁଳନାରେ ଏଥିରେ ୭୯ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାପଡ଼ିଛି । ୨୦୧୯ରେ କ୍ୟାନ୍ସରରେ ୧୦.୦୯ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ଯାହା ୧୯୯୦ ତୁଳନାରେ ୨୭ ପ୍ରତିଶତ ଅଧିକ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

You can also read: ‘ଏଫ୍ଆଇଆରରେ ବିଳମ୍ବ ହେଲେ କୋର୍ଟ ସତର୍କ ରହିବା ଦରକାର’, ଜାଣନ୍ତୁ ସୁପ୍ରିମକୋର୍ଟ କାହିଁକି ଏଭଳି କହିଲେ?

  • Cancer
  • Copyright © 2022 - Summa Real Media Private Limited. All Rights Reserved.