ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ମନ୍ତ୍ରୀମାନଙ୍କୁ ପିଏମ ମୋଦୀଙ୍କ ପରାମର୍ଶ: ‘ସନାତନ ବିରୋଧୀ ମନ୍ତବ୍ୟର କଡ଼ା ଜବାବ ଦିଅ, ଇଣ୍ଡିଆ ବନାମ ଭାରତ ପ୍ରସଙ୍ଗରୁ ଦୂରେଇ ରୁହ’

Image Courtesy: aajtak

ନୂଆଦିଲ୍ଲୀ, ୦୬/୦୯: ବୁଧବାର ମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ ମନ୍ତ୍ରୀମାନଙ୍କୁ ବଡ଼ ସନ୍ଦେଶ ଦେଇଛନ୍ତି ମୋଦୀ । ଏନଡିଏ ମନ୍ତ୍ରୀଙ୍କୁ ମୋଦୀ କହିଛନ୍ତି ଯେ, ସନାତନ ଧର୍ମକୁ ନେଇ ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ କଡ଼ା ଜବାବ ଦିଆଯାଉ । ହେଲେ ଇଣ୍ଡିଆ ବନାମ ଭାରତକୁ ନେଇ ଉଠିଥିବା ବିବାଦ ଉପରେ କୌଣସି ମନ୍ତବ୍ୟ ଦିଅନାହିଁ ବୋଲି ମନ୍ତ୍ରୀଙ୍କୁ କହିଛନ୍ତି ମୋଦୀ । ପ୍ରଦାନମନ୍ତ୍ରୀ ମୋଦୀଙ୍କ ଏଭଳି ପରାମର୍ଶରୁ ସ୍ପଷ୍ଟ ହୋଇଯାଇଛି ଯେ, ଉଦୟନିଧିଙ୍କ ସନତାନ ଧର୍ମ ବିରୋଧୀ ମନ୍ତବ୍ୟକୁ ବିଜେପି ବଡ଼ ପ୍ରସଙ୍ଗ କରିବାକୁ ଯାଉଛି । 

ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ମାମଲା; ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ପୂଅ ପ୍ରିୟଙ୍କ ଖଡ୍‌ଗେଙ୍କ ବିରୋଧରେ ମାମଲା ରୁଜୁ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ସହ ଏହାକୁ ଡେଙ୍ଗୁ ସହ ତୁଳନା କରିଥିଲେ । ଉଦୟନିଧି ଷ୍ଟାଲିନ କହିଥିଲେ ଯେ, ସନାତନ ଧର୍ମକୁ କେବଳ ବିରୋଧ କରିବା କଥା ନୁହେଁ ବରଂ ଏହାକୁ ସମାପ୍ତ କରିଦେବା ଦରକାର। ଏହି ଧର୍ମ ସାମାଜିକ ନ୍ୟାୟ ଏବଂ ସମାନତା ବିରୋଧୀ । ଆମେ ଡେଙ୍ଗୁ, ମ୍ୟାଲେରିଆ ଏବଂ କରୋନାକୁ ବିରୋଧ କରୁନାହାନ୍ତି ବରଂ ଏହାକୁ ସମାପ୍ତ କରୁଛନ୍ତି । ଠିକ୍‌ ସେହିଭଳି ସନାତନ ଧର୍ମକୁ ଶେଷ କରିହଦେବା ଦରକାର ବୋଲି ଉଦୟନିଧି କହିଥିଲେ ।

ତେବେ ଉଦୟନିଧିଙ୍କ ଏଭଳି ମନ୍ତବ୍ୟ ପରେ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବହୁ ଧର୍ମଗୁରୁ ଉଦୟନିଧିଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି । ଅନ୍ୟପଟେ ଦେଶରେ ଅନ୍ୟ ଏକ ପ୍ରସଙ୍ଗକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ଇଣ୍ଡିଆ ବନାମ ଭାରତ ଚର୍ଚ୍ଚା ଜୋରସୋରରେ ଚାଲିଛି । ଜି-୨୦ରେ ରାତ୍ରିଭୋଜନ ଲାଗି ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ପରିବର୍ତ୍ତେ ପ୍ରେସିଡେଣ୍ଟ ଅଫ୍‌ ଭାରତ ଲେଖାଯିବାକୁ ନେଇ ଦେଶର ରାଜନୀତି ସରଗରମ ହୋଇଛି । 

ଦେଶର ନାଁ ଇଣ୍ଡିଆ ନୁହେଁ ବରଂ କେବଳ ଭାରତ ହୋଇଯିବ ବୋଲି କେହି କେହି ଆଶଙ୍କା ପ୍ରକାଶ କରୁଛନ୍ତି । ହେଲେ ଏସବୁ ଭିତରେ ବୈଠକ ଡାକି ମନ୍ତ୍ରୀଙ୍କୁ ଇଣ୍ଡିଆ ବନାମ ଭାରତ ପ୍ରସଙ୍ଗରେ ମୁହଁ ନଖୋଲିବାକୁ ମୋଦୀ ପରାମର୍ଶ ଦେଇଛନ୍ତି । ଏହା ସହ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ବିରୋଧରେ ଜବାବ ଦେବାକୁ ମନ୍ତ୍ରୀମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

You can also read: ଅକ୍ଟୋବର ୧ରୁ ସିମ୍‌ ଜାରି ନିୟମ କଡ଼ାକଡ଼ି, ଉଲ୍ଲଂଘନ କଲେ ୧୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା

  • India vs India
  • Copyright © 2022 - Summa Real Media Private Limited. All Rights Reserved.