ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଦୀର୍ଘ ୧୫ ବର୍ଷ ପରେ ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇଲେ ଜୟମ ରବି, ପତ୍ନୀ ଆରତୀଙ୍କଠୁ ହେଲେ ଅଲଗା

ମୁମ୍ବାଇ,୧୦/୦୯: ଦୀର୍ଘ ୧୫ ବର୍ଷ ପରେ ତାମିଲ ଅଭିନେତା ଜୟାମ ରବି  ପତ୍ନୀ ଆରତୀଙ୍କୁ ଦେଲେ ଛାଡ଼ପତ୍ର। ତେବେ ଏ ସମ୍ପର୍କରେ ନିଜେ ରବି ସୋଲିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ତାମିଲ ଓ ଇଂରାଜୀରେ ବିବୃତି ଜାରି କରି ଆରତୀଙ୍କ ସହ  ବିବାହରେ ପୂର୍ଣ୍ଣଚ୍ଛେଦ  କାଇଥିବା ସେ କହିଛନ୍ତି। ସବୁ କିଛିକୁ ବୁଝି ବିଚାରି ସେ ଏପରି ନିଷ୍ପତ୍ତି ନେଇଥିବା ବିବୃତିରେ ଉଲ୍ଲେଖ କରିଛନ୍ତି। ଏପରି କଷ୍ଟକର ସମୟରେ ସେ ଗୋପନୀୟତାକୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି।

ସୂଚନା ମୁତାବକ, କିଛି ମାସ ତଳୁ ରବି ଓ ଆରତୀଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହି ଚର୍ଚ୍ଚା ଭିତରେ ଆରତୀ ନିଜ ଇନଷ୍ଟାଗ୍ରାମରୁ ରବିଙ୍କର ସମସ୍ତ ଫଟୋକୁ ଡିଲିଟ କରି ଦେଇଥିଲେ। ସେବେଠାରୁ ଲାଗି ରହିଥିବା ଚର୍ଚ୍ଚା ଏବେ ସତ ପ୍ରମାଣିତ ହୋଇଛି। ଅଲଗା ହୋଇଛନ୍ତି ରବି ଓ ଆରତୀ । ଏନେଇ ରବି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଥିବା ବିବାହ ବିଚ୍ଛେଦ ସମ୍ପର୍କିତ ବିବୃତି ଶୀର୍ଷରେ ଲେଖିଛନ୍ତି ଯେ, ଆପଣମାନଙ୍କ ଭଲ ପାଇବା ଓ ବୁଝିବାର ଶକ୍ତି ପାଇଁ କୃତଜ୍ଞ।” ଆରତୀ ଓ ରବି ୧୫ ବର୍ଷ ତଳେ ବିବାହ କରିଥିଲେ। ୨୦୦୯ ରେ ଉଭୟ ପରସ୍ପରର ହାତ ଧରିଥିଲେ। ସେମାନଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି । ହେଲେ ଏବେ ରବି ଓ ଆରତୀ ବ୍ୟକ୍ତିଗତ କାରଣରୁ ଅଲଗା ହୋଇଛନ୍ତି। ପ୍ରକାଶ ଥାଉକି,'ପୋନିୟିନ୍ ସେଲଭାନ୍' ତାରକା ରବି ତାମିଲ ସିନେମାର ଜଣେ ଲୋକପ୍ରିୟ ଅଭିନେତା।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.