ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ

Published By : Harapriya Sethi | July 3, 2025 8:18 AM

ଜଳେଶ୍ୱର,୦୩/୦୭: ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡରେ ବନ୍ୟାପାଣି କମିଥିବା ବେଳେ ଏବେବି ତଳିଆ ଅଞ୍ଚଳର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କମିନି। ଦୀର୍ଘ ୫ଦିନର ଅଧିକ ସମୟ ହେବ ବାଲିଆପାଳ ବ୍ଲକର ୨୦ରୁ ଅଧିକ ଗାଁର ୧୫ହଜାରରୁ ଅଧିକ ଲୋକ ପାଣି ଘେରରେ ରହିଛନ୍ତି । ଜଳେଶ୍ୱର ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ଗୁରୁବାର ସକାଳ ୬ଟା ସୁଦ୍ଧା ସତର୍କ ସୂଚନା ତଳେ ପ୍ରବାହିତ ହେଉଛି । ସତର୍କ ସୂଚନା ୯. ୪୫ ମିଟର ଥିବାବେଳେ ୯.୧୭ ମିଟରରେ ପାଣି ପ୍ରବାହିତ ହେଉଛି। 

ବାଳିଆପାଳ ବ୍ଲକର ଜାମକୁଣ୍ଡା, ଅସ୍ତି, ମଧୁପୁରା, ବାଲିଆପାଳ, ବିଷ୍ଣୁପୁର, ନିଖିରା ଆଦି ୬ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି। ପାଣିର ମାତ୍ରା କମିଛି  ହେଲେ ରାସ୍ତା ଉପରେ ୩ରୁ ୪ଫୁଟ ଉଚ୍ଚର ପାଣି ରହିଛି । ଚାଷ ଜମିରେ ମଧ୍ୟ ପାଣି ଜମି ରହିଛି । ଅନେକ ସ୍ଥାନରେ ପ୍ରଶାସନ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚି ପାରିନି । ଲୋକଙ୍କୁ ଶୁଖିଲା ଖାଦ୍ୟ କିମ୍ବା ପିଇବା ପାଣି ଦିଆ ନଯିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅନ୍ୟପଟେ ଆଜି ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆକାଶ ମାର୍ଗରୁ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହିତ ବନ୍ୟାର ସମୀକ୍ଷା କରିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.