ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତିନି ବର୍ଷ ବୟସ ପରେ ଆଖିର ନିୟମିତ ଯାଞ୍ଚ କାହିଁକି ନିହାତି ଜରୁରୀ … କେମିତି ଜାଣିବା ପିଲାଙ୍କର କମିଛି ଦୃଷ୍ଟିଶକ୍ତି, ଜାଣନ୍ତୁ

ନୂଆଦିଲ୍ଲୀ : ଅଳ୍ପ ବୟସ ଓ ମୋଟା ମୋଟା ଚଷମା … ଗେଜେଟ୍ସର ଜୀବନରେ ପ୍ରବେଶ କରିବା ଓ ଖାଦ୍ୟପେୟ ମାମଲାରେ ସନ୍ତୁଳନର ଅଭାବରେ ଏବେ ଏହା ସାଧାରଣ କଥା ହୋଇ ଯାଇଛି। ଆଖି ସଂପର୍କିତ ସମସ୍ୟା କେବଳ ଆଖିର ଦୁର୍ବଳ ଦୃଷ୍ଟିଶକ୍ତି ସହ ସୀମିତ ନାହିଁ। ଏହାର ପ୍ରଭାବ ପିଲାଙ୍କର ଶିଖିବାର କ୍ଷମତା ଉପରେ ବି ପଡ଼ିଥାଏ। ଆଖିର ଦୁର୍ବଳ ଦୃଷ୍ଟିଶକ୍ତି କାରଣରୁ ଅନେକ ପିଲାଙ୍କ ପାଇଁ କାଗଜରେ ଛପା ଅକ୍ଷର ହେଉ କି ବ୍ଲାକବୋର୍ଡରେ ପଢିବା ମଧ୍ୟ ମୁସ୍କିଲ୍‌ ହୋଇଯାଏ। ଏହାର ବିକାଶ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପଡ଼ିଥାଏ ଏବଂ ପିଲାଙ୍କୁ ଏମିତି ଅନୁଭବ ହୋଇଥାଏ କି ସେ ପଛରେ ରହି ଯାଉଛନ୍ତି ।

ଖୁବ୍‌ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ଜରୁରୀ : ଏକ ପିଲାର ଜୀବନର ପ୍ରଥମ ୩ବର୍ଷ ତାର ସମଗ୍ର ବିକାଶ ପାଇଁ ଖୁବ୍‌ ପ୍ରମୁଖ ହୋଇଥାଏ , ଯେବେ ତାଙ୍କର ବ୍ୟକ୍ତିତ୍ୱର ବିକାଶର ମୂଳଦୁଆ ପ୍ରସ୍ତୁତ ହୋଇଥାଏ। ନିଜ ଜୀବନର ପ୍ରଥମ ୩ବର୍ଷ ସମୟରେ ପିଲା ସବୁଠୁ ନ୍ୟୁରଲ ସର୍କିଟ୍ ଗ୍ରହଣ କରିଥାଏ, ଯାହା କିଛି ନୂଆ ଶିଖିବା ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜରୁରୀ। ଅଳ୍ପ ବୟସରେ ହିଁ ଡାକ୍ତରୀ ସାହାଯ୍ୟରେ ଆଖିର ଦୃଷ୍ଟିଶକ୍ତି ଦୁର୍ବଳ ହେବା ସତ୍ତ୍ୱେ ପିଲାକୁ ଏହା ଶିଖା ଯାଇପାରେ କି, ସେ ନିଜର ହାତ ଓ ଆଖି ମଧ୍ୟରେ କେମିତି ଭଲ ସାମଞ୍ଜସ୍ୟ ସ୍ଥାପିତ କରିବ। ଆଖି ସଂପର୍କିତ ବ୍ୟାୟାମ ସାହାଯ୍ୟରେ ଆଖିର ମାଂସପେଶୀ ଗୁଡିକୁ ମଜବୁତ୍‌ କରାଯାଇ ପାରେ। 

ଆଖିର ବାର୍ଷିକ ଯାଞ୍ଚ ଜରୁରୀ : 

ଯେମତି ଜନ୍ମ ପରେ ନିୟମିତ ବ୍ୟବଧ୍ୟାନରେ ଶିଶୁର ଟିକାକରଣ ଜରୁରୀ, ଠିକ୍‌ ସେମିତି ହିଁ ବାର୍ଷିକ ଶିଶୁ ନେତ୍ର ରୋଗ ବିଶେଷଜ୍ଞଙ୍କ ପାଖକୁ ନେଇ ଯାଇ ତାଙ୍କର ଆଖିର ଯାଞ୍ଚ ବି ଜରୁରୀ। ଡାକ୍ତର ପିଲାର ଦୃଷ୍ଟିର ଯାଞ୍ଚ କରି ପତ୍ତା ଲଗେଇବେ କି, ଏହା କଣ ତାଙ୍କର ଦୂର କି ସମୀପ ଦୃଷ୍ଟିଶକ୍ତି ଦୁର୍ବଳ ? ତାକୁ କଣ ଚଷମାର ଆବଶ୍ୟକ ରହିଛି ? ଡାକ୍ତରଙ୍କ ଯାଞ୍ଚରୁ ଏହି ବୁଝିବାରେ ମଧ୍ୟ ସାହାଯ୍ୟ ମିଳିବ କି କଣ ପିଲାଙ୍କୁ ଧୂଆଁଳିଆ ନଜର ଆସୁଛି , ନା ତାଙ୍କୁ ପଢିବାରେ ସମସ୍ୟା ହେଉଛି ? ଏହି ସବୁ ସମସ୍ୟାକୁ ଚଷମା ସାହାଯ୍ୟରେ ଦୂର କରାଯାଇ ପାରେ। ନିୟମ ଏହାକି ପ୍ରତି ପିଲାର ୩ବର୍ଷ ବୟସରେ ଆଖିର ଯାଞ୍ଚ କରାଇବା ଉଚିତ୍‌। ଯଦି ଶୀଘ୍ର ଚିକିତ୍ସା କରା ନଯାଏ ତ ଦୃଷ୍ଟିଶକ୍ତି ଦୁର୍ବଳ ହୋଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.