ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ସୋମବାର ସରିବ ଯୁକ୍ତ ୩ ନାମଲେଖା ଆବେଦନ, ଏବେ ଯାଏଁ ଆବେଦନ କଲେଣି ୨ଲକ୍ଷ ୧୦ ହଜାର ଶିକ୍ଷାର୍ଥୀ

Published By : Prameya | June 17, 2024 11:32 AM

ଭୁବନେଶ୍ୱର,୧୭/୦୬: ଆଜି ଯୁକ୍ତ ୩ ନାମଲେଖା  ଅନ୍‌ଲାଇନ ଆବେଦନ ଶେଷ ହେବ ।  ରାତି ୧୧.୪୫ ପର୍ଯ୍ୟନ୍ତ ଆବେଦନ  କରିବାକୁ ସୁଯୋଗ ମିଳିବ । 

ଗତ  ୩ ତାରିଖରୁ ନାମଲେଖା ଆବେଦନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ୍‌  ୨ ଲକ୍ଷ ୧୦ ହଜାର ପିଲା ଆବେଦନ  କରିଛନ୍ତି । ଏଥିରୁ ୨ ଲକ୍ଷ ୮ ହଜାର ପିଲା ଅନ୍‌ଲାଇନ୍‌ ଫି ଦାଖଲ କରିଛନ୍ତି ।  ଚଳିତବର୍ଷ ୧୦୫୭ କଲେଜରେ  ନାମଲେଖାଇବା ପାଇଁ ମୋଟ ୨ ଲକ୍ଷ  ୪୭ ହଜାର ୫୦୭ ସିଟ୍‌ ରହିଛି ।  ସିଟ୍‌ ସଂଖ୍ୟାର ୬୦ ହଜାର ପିଲା  କମ୍‌ ଆବେଦନ କରିଛନ୍ତି । ୧୮ ଓ  ୧୯ ତାରିଖ ଦିନ ଫର୍ମ ସଂଶୋଧନ  ସୁଯୋଗ ଦିଆଯିବ । ୨୫ ତାରିଖରେ  ପ୍ରଥମ ରାଉଣ୍ଡ ଚୟନ ତାଲିକା ପ୍ରକାଶ  ପାଇବ । ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ  ଏହି ରାଉଣ୍ଡରେ ଚୟନ ହୋଇଥିବା  ପିଲାମାନେ ନାମଲେଖାଇବେ ।  

ସେହିପରି ଜୁଲାଇ ୫ରେ ଦ୍ୱିତୀୟ  ରାଉଣ୍ଡ ନାମଲେଖା ପାଇଁ ଚୟନ  ତାଲିକା ପ୍ରକାଶ ପାଇବ । ୬ରୁ ୯ ତାରିଖ  ମଧ୍ୟରେ ନାମଲେଖା ହେବ । ଜୁଲାଇ  ୧୫ରେ ତୃତୀୟ ରାଉଣ୍ଡ ନାମଲେଖା  ପାଇଁ ଚୟନ ତାଲିକା ପ୍ରକାଶ ପାଇବ ।  ୧୮ ତାରିଖ ମଧ୍ୟରେ ନାମଲେଖାଇବେ ଚୟନ ହୋଇଥିବା ଶିକ୍ଷାର୍ଥୀ । ଏନେଇ  ସମସ୍ତ ସୂଚନା ସାମ୍‌ସ ୱେବ୍‌ସାଇଟ୍ www.samsodisha.gov.in ରେ ରହିଛି । 

ସୂଚନାଯୋଗ୍ୟ, ୨ଟି  ପର୍ଯ୍ୟାୟରେ ନାମଲେଖା ହେବ । କଳା,  ବାଣିଜ୍ୟ, ବିଜ୍ଞାନରେ ସ୍ନାତକ ନାମଲେଖା  ସହ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌,  ଏମ୍‌ଏଡ୍‌ ଆଦି କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.