ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

ପାକ୍‌ରେ ବିଶ୍ୱର ଚତୁର୍ଥ ବୃହତ୍‌ ତୈଳ ଭଣ୍ଡାର ଠାବ, ଗବେଷଣା ପାଇଁ ଖର୍ଚ୍ଚ ହେବ ୪୨,୦୦୦ କୋଟି

ନୂଆଦିଲ୍ଲୀ,୦୮/୦୯: ଆର୍ଥିକ ସଂକଟରେ ଗତି କରୁଥିବା ପାକିସ୍ତାନର  ସମୁଦ୍ର ସୀମାରେ ତୈଳ ଏବଂ ଗ୍ୟାସର ଏକ  ବିଶାଳ ଭଣ୍ଡାର ଠାବ ହୋଇଛି । ପାକ୍‌ ମିଡିଆ  ହାଉସ୍‌ ଡନ୍‌ ଅନୁସାରେ, ଉକ୍ତ ସ୍ଥାନରେ ଏକ  ସହଯୋଗୀ ଦେଶ ସହ ମିଳିତ ହୋଇ ୩  ବର୍ଷ ପର୍ଯ୍ୟନ୍ତ ସର୍ଭେ କରାଯାଇଥିଲା । ଏହା  ପରେ ତେଲ ଏବଂ ଗ୍ୟାସ ଭଣ୍ଡାରକୁ ଚିହ୍ନଟ  କରାଯାଇଛି । 

ତଥ୍ୟ ଅନୁସାରେ, ପାକିସ୍ତାନରେ  ମିଳିଥିବା ଭଣ୍ଡାର ବିଶ୍ୱର ଚତୁର୍ଥ ବୃହତ୍‌  ତୈଳ ଏବଂ ଗ୍ୟାସ୍‌ ଭଣ୍ଡାର ହେବ । ବର୍ତ୍ତମାନ  ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍‌ ଭଣ୍ଡାର  ରହିଛି, ଯେଉଁଠାରେ ୩୪ ଲକ୍ଷ ବ୍ୟାରେଲ  ତେଲ ଅଛି । ସେହିଭଳି ଆମେରିକାରେ  ସବୁଠାରୁ ଶୁଦ୍ଧ ତୈଳ ଭଣ୍ଡାର ରହିଛି,  ଯାହାକୁ ଏ ଯାଏ ବ୍ୟବହାର କରାଯାଇନାହିଁ ।  ରିପୋର୍ଟ ଅନୁସାରେ, ପାକିସ୍ତାନରେ  ଠାବ ହୋଇଥିବା ତୈଳ ଓ ଗ୍ୟାସ ଭଣ୍ଡାର  ସହ ଜଡ଼ିତ ଗବେଷଣାକୁ ସମ୍ପୂର୍ଣ୍ଣ କରିବା  ପାଇଁ ପ୍ରାୟ ୪୨,୦୦୦ କୋଟି ଟଙ୍କା ଖର୍ଚ୍ଚ  ହେବ । ଏହା ପରେ ସମୁଦ୍ର ଗର୍ଭରୁ ଏହାକୁ ଉତ୍ତୋଳନ କରିବାରେ ୪ରୁ ୫ ବର୍ଷ ସମୟ  ଲାଗିପାରେ । ସେହିଭଳି ଗବେଷଣା ସଫଳ  ହେଲେ ତେଲ ଏବଂ ଗ୍ୟାସ ବାହାର କରିବା  ପାଇଁ କୂପ ଲଗାଇବା ଓ ଅନ୍ୟ ଭିତ୍ତିଭୂମି  ତିଆରି କରିବାରେ ଆହୁରି ଅଧିକ ଖର୍ଚ୍ଚ  ପଡ଼ିବ ।  

ପାକିସ୍ତାନର ସୁରକ୍ଷା ଅଧିକାରୀ କୁହନ୍ତି  ଯେ, ଦେଶରେ ତୈଳ ଏବଂ ଗ୍ୟାସ ଭଣ୍ଡାର  ମିଳିବା ଦେଶର ‘ବ୍ଲୁ ୱାଟର ଇକୋନୋମି’  ପାଇଁ ଅତ୍ୟନ୍ତ ଭଲ । ସମୁଦ୍ର ପଥ, ନୂଆ  ବନ୍ଦର ଏବଂ ମାରିଟାଇମ୍‌ ନୀତି ଜରିଆରେ  ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ  ‘ବ୍ଲୁ ଇକୋନୋମି’ କୁହାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.