ନୂଆଦିଲ୍ଲୀ,୫।୯: ଜି-୨୦ ସମ୍ମିଳନୀ ପୂର୍ବରୁ କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସର ବଡ ଅଭିଯୋଗ। ପାର୍ଟି ମହାସଚିବ ଜୟରାମ ରମେଶ ଦାବି କରିଛନ୍ତି ଜି-୨୦ ସମ୍ମିଳନୀ ପାଇଁ ୯ ସେପ୍ଟେମ୍ବରରେ ହେବାକୁ ଥିବା ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ ପତ୍ର ରାଷ୍ଟ୍ରପତି ଭବନ ପକ୍ଷରୁ ପଠାଯାଇଛି, ଏଥିରେ ସାଧାରଣ ଭାବରେ ବ୍ୟବହାର ହେଉଥିବା ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’କୁ ବଦଳାଇ ଦିଆଯାଇଛି। ରମେଶ କହିଛନ୍ତି, ଏଥିରେ ଇଣ୍ଡିଆ ଶବ୍ଦକୁ ହଟାଇ ଦିଆଯାଇ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ର ବ୍ୟବହାର କରାଯାଇଛି।
ଜୟରାମ ରମେଶ ଟ୍ବିଟ୍ କରି କହିଛନ୍ତି, କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟର(ଏକ୍ସ)ରେ ଲେଖିଛନ୍ତି ଯେ, ‘ଏହି ଖବର ବାସ୍ତବରେ ସତ୍ୟ। ସେପ୍ଟେମ୍ବର ୯ ରେ ହେବାକୁ ଥିବା ଜି -୨୦ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଯେଉଁ ନିମନ୍ତ୍ରଣ ପତ୍ର ପଠାଯାଇଛି ସେଥିରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖାଯାଇଛି।ସମ୍ବିଧାନର ଅନୁଚ୍ଛେଦ ୧ରେ କୁହାଯାଇଛି ଭାରତ, ଯାହାକି ଇଣ୍ଡିଆ ଥିଲା, ତାହା ରାଜ୍ୟ ଗୁଡିକର ସଂଘ, କିନ୍ତୁ ଏବେ ତେ ରାଜ୍ୟ ଗୁଡିକର ସଂଘ ଉପରେ ଆକ୍ରମଣ କରାଯାଉଛି। ’
So the news is indeed true.
— Jairam Ramesh (@Jairam_Ramesh) September 5, 2023
Rashtrapati Bhawan has sent out an invite for a G20 dinner on Sept 9th in the name of 'President of Bharat' instead of the usual 'President of India'.
Now, Article 1 in the Constitution can read: “Bharat, that was India, shall be a Union of States.”…
ଏହି ପୁରା ବିବାଦ ଉପରେ କଂଗ୍ରେସ ନେତା ଶଶି ଥରୁରଙ୍କ ମଧ୍ୟ ବୟାନ ଆସିଛି। ସେ କହିଛନ୍ତି, ଏମିତି ବି ଇଣ୍ଡିଆକୁ ଭାରତ ଡାକିବା ଉପରେ କୌଣସି ସମ୍ବିଧାନିକ ଆପତ୍ତି ନାହିଁ। ଏହା ଦେଶର ଦୁଇଟି ନାଁ ଭିତରୁ ଗୋଟିଏ। ମୁଁ ଆଶା କରୁଛି ସରକାର ଏତେ ବୋକା ନୁହେଁ ଯେ, ଇଣ୍ଡିଆର ନାଁକୁ ପୁରା ହଟାଇ ଦେବେ, ଯାହା ବହୁ ବର୍ଷ ହେବ ତିଆରି ହୋଉଥିବା ବ୍ରାଣ୍ଡ ଭ୍ୟାଲୁ। ଆମେ ଦୁହେଁ ହିଁ ନାଁର ବ୍ୟବହାର ଜାରି ରଖିବା ଦରକାର। ଗୋଟିଏ ନାଁ ଯାହାକି ପୁରା ଦୁନିଆର ପରିଚୟରେ ଜଣାଯାଏ।
ଅନ୍ୟପକ୍ଷେ କଂଗ୍ରେସ ସାଂସଦ ପ୍ରମୋଦ ତିଓ୍ବାରୀ ସମ୍ବିଧାନରେ ସଂଶୋଧନ କରି ଇଣ୍ଡିଆର ନାଁ ବଦଳାଇବାର ଆଲୋଚନା ଉପରେ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ଇଣ୍ଡିଆ ଶବ୍ଦକୁ ଏମାନେ ଡରି ଗଲେ। କ’ଣ ସେମାନେ ଏତେ ତଳକୁ ଖସି ଯିବେ ଯେ, ସମ୍ବିଧାନ ବଦଳାଇ ଦେବେ ? ସମ୍ବିଧାନରେ ଲେଖା ଅଛି, ଇଣ୍ଡିଆ ଦ୍ୟାଟ୍ ଇଜ୍ ଭାରତ...।’ ବିଜେପି ଭିତରର ଭୟ ମୋଦି ଜୀଙ୍କ ଭୟ ଦେଖାଉଛି। ଏପଟେ ଭାରତର ଗଠନ ହେଲା ଅନ୍ୟପକ୍ଷେ ବିଜେପି ନିଜର ଜିନିଷ ପତ୍ର ବାନ୍ଧିବା ଆରମ୍ଭ କରିଦେଲା... ଆପଣ ‘ଇଣ୍ଡିଆ’ ଶବ୍ଦକୁ ପୃଥିବୀ ପୃଷ୍ଠରୁ ହଟାଇ ପାରିବେନି। ଆମେ ନିଜର ଭାରତ ଓ ଇଣ୍ଡିଆ ଉପରେ ଗର୍ବିତ।
ଏହା ଭିତରେ ସୋସିଆଲ ମିଡିଆରେ ଜି-୨୦ ନିମନ୍ତ୍ରଣ ସମ୍ପର୍କୀତ ଫଟୋ ଭାଇରାଲ ହେଉଛି। ଏଥିରେ ଅଶୋକ ସ୍ତମ୍ବର ତଳେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆର ସ୍ଥାନରେ ପ୍ରେସିଡେଣ୍ଟ ଅଫ୍ ଭାରତ ଶବ୍ଦର ବ୍ୟବହାର କରାଯାଇଛି। ନିମନ୍ତ୍ରଣ ଜି-୨୦ ସମ୍ମିଳନୀ ପୂର୍ବର ଦିନ ଡିନର ଅର୍ଥାତ ୯ ସେପ୍ଟେମ୍ବରର ରହିଛି। ତେବେ ଏହି ଫଟୋ ପ୍ରକାଶ କରାଯାଇ ନାହିଁ।