ବାରଙ୍ଗ,୩୦।୧୧ ମୁଣ୍ଡରେ କ୍ୟାପ୍ ଆଖିରେ ସନଗ୍ଲାସ୍ ସାଙ୍ଗକୁ ପୁରା ଡ୍ରେସ୍ କୋଡ୍ ରେ ଆସିଲେ। ସତେ ଯେମିତି ଘରକୁ ବନ୍ଧୁ ଆସିଛନ୍ତି। ଆଉ ମାତ୍ର ୫୫ସେକେଣ୍ଡ ଭିତରେ ଘର ସମ୍ମୁଖରୁ ବାଇକ୍ ଚୋରି କରି ନେଇଗଲେ। ମଙ୍ଗଳବାର ରାତିରେ ସହିଦ୍ ନଗର ଥାନା ଅନ୍ତର୍ଗତ ଭି.ଏସ୍.ଏସ୍. ନଗରରେ ଖିତିସ୍ ଦାସଙ୍କ ଘରୁ ବାଇକ୍ ଚୋରି ହୋଇଛି। ଯାହାର ପୁରା କାରନାମା ସିସିଟିଭିରେ କଏଦ୍ ହୋଇଛି ।
ଦୁଇ ଜଣ ଲୁଟେରା ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଆଖପାଖର ସମ୍ପୂର୍ଣ ଗିତିବିଧି ଉପରେ ନଜର ରଖିଥିଲା। ଅନ୍ୟ ଜଣେ ବାଇକ୍ ହାଣ୍ଡେଲ୍ ଲକ୍ ଏବଂ ଚେନ୍ ତାଲା ଭାଙ୍ଗି କରିଥିଲେ ଲୁଟ୍। କର୍ପୋରେଟରଙ୍କ କାର୍ଯ୍ୟାଳୟ ଏବଂ ଏକ ସ୍କୁଲ୍ ମଝିରେ ଥିବା ଘରୁ ବାଇକ୍ ଚୋରି ପରେ ସେଠାରେ ପୁଲିସ୍ ପେଟ୍ରୋଲିଂ କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ।