ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଭାରତ-ପାକିସ୍ତାନ ଯୁଦ୍ଧ ନେଇ ଚିନ୍ତାରେ ସାରା ବିଶ୍ୱ; ଜାଣନ୍ତୁ କେଉଁ ଦେଶ କଣ କହିଲେ

Published By : Bijay Swain | May 9, 2025 7:09 AM

Image courtesy: americancommunitymedia

ନୂଆଦିଲ୍ଲୀ: ଗୁରୁବାର ରାତିରେ ପାକିସ୍ତାନ ଭାରତର ଜମ୍ମୁ, ପଞ୍ଜାବ ଏବଂ ରାଜସ୍ଥାନର ବିଭିନ୍ନ ସହରରେ ମିସାଇଲ୍ ଓ ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଭାରତ ମଧ୍ୟ ପାକିସ୍ତାନ ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ବିଶ୍ୱର ବିଭିନ୍ନ ଦେଶ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ଉତ୍ତେଜନାକୁ ଏଡାଇବା ପାଇଁ ଉଭୟ ପକ୍ଷଙ୍କୁ ସେମାନେ ଅନୁରୋଧ କରିଛନ୍ତି।   

ଉତ୍ତେଜନା ହ୍ରାସ ପାଇଁ ଆମେରିକାର ଅନୁରୋଧ

ଆମେରିକା ଉଭୟ ଭାରତ ଓ ପାକିସ୍ତାନକୁ ଉତ୍ତେଜନାରୁ ଦୂରେଇ ରହିବାକୁ ଅନୁରୋଧ କରିଛି।  ବୈଦେଶିକ ବିଭାଗର ମୁଖପାତ୍ର ଟାମି ବ୍ରୁସ୍ କହିଛନ୍ତି, " ବୈଦେଶିକ ସଚିବ ମାର୍କୋ ରୁବିଓ ଆଜି ଭାରତୀୟ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି। ସଚିବ ତୁରନ୍ତ ଉତ୍ତେଜନା ହ୍ରାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।" କେବଳ ସେତିକି ନୁହେଁ ରୁବିଓ ଦୁଇ ଦେଶ ମଧ୍ୟରେ ସିଧାସଳଖ ଆଲୋଚନାକୁ ଆମେରିକା ସମର୍ଥନ କରିବା ବୋଲି ରୁବିଓ ଅଫର ଦେଇଛନ୍ତି ବୋଲି ଟାମି ବ୍ରୁସ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, "ସଚିବ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପାଇଁ ତାଙ୍କର ଶୋକ ପ୍ରକାଶ କରିଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ସହିତ କାମ କରିବା ପାଇଁ ଆମେରିକାର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି।"

ସେହିପରି ଆମେରିକା ଉପରାଷ୍ଟ୍ରପତି ଜେଡି ଭେନ୍ସ କହିଛନ୍ତି ମଧ୍ୟ ଦୁଇ ଦେଶକୁ ଯୁଦ୍ଧରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି। ତେବେ ଆମେରିକାର ମୌଳିକ ଭାବେ ଏଥିରେ କୌଣସି ଯାଏଆସ ନାହିଁ। ଆମେରିକା ଯୁଦ୍ଧରେ ଭାଗ ନେବ ନାହିଁ ବୋଲି ଜେଡି ଭେନ୍ସ କହିଛନ୍ତି।

ଏହାକୁ ନିୟନ୍ତ୍ରଣ କରିବାରେ ଆମେରିକା କ୍ଷମତା ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଆମେରିକା ଉପରାଷ୍ଟ୍ରପତି।

ତୁର୍କୀ କହିଲା ଆଲୋଚନା କରି ସମାଧାନ କର

ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ କହିଛନ୍ତି, " ମିସାଇଲ ମାଡ଼ ସହିତ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଏକ ଖୋଲା ସଂଘର୍ଷରେ ପରିଣତ ହେଉଛି। ଯାହା ଫଳରେ ଅନେକ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଆମେ ପୁଣି ଥରେ ଭାତ୍ରୁରାଷ୍ଟ୍ର ଏବଂ ପାକିସ୍ତାନ ରାଜ୍ୟ ପ୍ରତି ଆମର ସମବେଦନା ଜଣାଉଛୁ। "ତା ସହିତ ତୁର୍କିଏ ସମସ୍ୟାର ସମାଧାନ ପାଇଁ ଆଲୋଚନାର ମାର୍ଗ ଖୋଲିବାକୁ ସବୁ ପ୍ରକାର ରାସ୍ତା ଖୋଲିବାକୁ ପ୍ରୟାସ କରୁଛି ବୋଲି ଏର୍ଦୋଗାନ କହିଛନ୍ତି।

ବ୍ରାଜିଲ କହିଲା ସଂଯମତା ରକ୍ଷା କର

ବ୍ରାଜିଲ ସରକାର କାଶ୍ମୀରରେ ଉଭୟ ଭାରତ ଓ ପାକିସ୍ତାନର ସାମରିକ କାର୍ଯ୍ୟକଳାପ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଏଥିସହିତ ଉତ୍ତେଜନା ବୃଦ୍ଧିକୁ ରୋକିବା ପାଇଁ ବ୍ରାଜିଲ ଉଭୟ ପକ୍ଷକୁ ସର୍ବାଧିକ ସଂଯମତା ଅବଲମ୍ବନ କରିବାକୁ ଆହ୍ୱାନ କରୁଛି। ତା ସହିତ ଜାମ୍ମୁ-କାଶ୍ମୀର ଏବଂ ଏହାର ଆଖପାଖ ଅଞ୍ଚଳ ଭ୍ରମଣରେ ନ ଯିବାକୁ ନିଜ ଦେଶର ନାଗରିକଙ୍କୁ ମନା କରିଛି। 

କୂଟନୈତିକ ଆଲୋଚନା ପାଇଁ ନରୱେରେ ଗୁରୁତ୍ୱ

ନରୱେର ବୈଦେଶିକ ମନ୍ତ୍ରୀ ଏସ୍ପେନ୍ ବାର୍ଥ ଏଡେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ ନେଇ ଚିନ୍ତା ପ୍ରକଟ କରିଛନ୍ତି। ନରୱେ ଉଭୟ ପକ୍ଷକୁ ସଂଯମତା ଅବଲମ୍ବନ କରିବା ସହିତ ପରିସ୍ଥିତିକୁ କମ କରିବାକୁ ଏବଂ ଏକ କୂଟନୈତିକ ସମାଧାନ ଖୋଜିବାକୁ ଆହ୍ୱାନ କରୁଛି।” ତେବେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ଏଡେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.