ଭୁବନେଶ୍ବର,୮।୫ : ସୁପ୍ରିମକୋର୍ଟ ରାୟ ପରେ ବିଶ୍ୱ ବିଦ୍ୟାଳୟ ନିଯୁକ୍ତିରେ ଫିଟିଲା ବାଟ । ଆଇନଗତ ପ୍ରତିବନ୍ଧକ ହଟିବା ପରେ ପ୍ରତିକ୍ରିୟା ରଖିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ । ଲେକଚର ଓ ପ୍ରଫେସର ନିଯୁକ୍ତିରେ ଅସଙ୍ଗତି ରହିଥିଲା ତାହାକୁ ସୁପ୍ରିମକୋର୍ଟ ଦୂର କରିଛନ୍ତି। ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ କହିଛନ୍ତି।
ନିଯୁକ୍ତିକୁ ନେଇ ନ୍ୟାୟକି ଅସଙ୍ଗତି ଯାହା ରହିଥିଲା ତାହା ଉଠି ସାରିଛି । ଖୁବଶୀଘ୍ର କୁଳପତି ଓ ପ୍ରଫେସର ନିଯୁକ୍ତି ଆରମ୍ଭ ହେବ। ସେଥିପାଇଁ ପ୍ରସ୍ତୁତ ଅଛୁ । ଏକା ସାଙ୍ଗ ରେ ଏହି ଦୁଇଟି ପ୍ରକ୍ରିୟା ଆଗକୁ ଆଗେଇବ । ଗତ ମାସ ରେ ରାଜ୍ୟ ସରକାର ଯେଉଁ ଅଧ୍ୟାଦେଶ ଆଣିଥିଲେ ତାହା ୟୁଜିସି ସହ ସମନ୍ୱୟ ରକ୍ଷା କରି ଅଣା ଯାଇଛି । ୨୦୨୦ ରେ ଯେଉଁ ନୀତି ଅଣା ଯାଇଥିଲା ତାହା ୟୁଜିସି ର ନିୟମକୁ ଉଲଂଘନ କରୁଥିଲା ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ କହିଛନ୍ତି।