ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଶିଶୁ କନ୍ୟାକୁ ପ୍ରଲୋଭିତ କରି ଅଶ୍ଳୀଳ ଫୋଟୋ ଭାଇରାଲ୍, ଅଭିଯୁକ୍ତ ଗିରଫ

Published By : prameya | May 8, 2025 2:46 PM

ବାଣପୁର,୦୮/୦୫: ଶିଶୁ କନ୍ୟାକୁ ପ୍ରଲୋଭିତ କରି ଅଶ୍ଳୀଳ ଫୋଟୋ ଭାଇରାଲ୍ ଅଭିଯୋଗ । ଗୁରୁବାର ସକାଳୁ ଚଢ଼ାଉ କରି ନାଚୁଣୀ ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମରରୁ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀସ୍ଥିତ ସିବିଆଇର ଏକ ଟିମ୍। 

ସୂଚନା ମୁତାବକ, ହରିଚନ୍ଦନପୁର ଗ୍ରାମର ୪୫ ବର୍ଷୀୟ ଦୋଳଗୋବିନ୍ଦ ଜେନା ଦେଢ଼ ବର୍ଷ ପୂର୍ବେ ଉକ୍ତ ଗ୍ରାମର ଏକ ଶିଶୁ କନ୍ୟାକୁ ପ୍ରଲୋଭନ ଦେଖାଇ ତାର ଅଶ୍ଳୀଳ ଫୋଟୋ ଉତ୍ତୋଳନ କରି ଭାଇରାଲ କରିଥିଲେ। ଏ ସମ୍ପର୍କରେ ଦିଲ୍ଲୀ ସ୍ଥିତ ସିବିଆଇ ବିଭାଗର ସ୍ପେସିଆଲ ଟିମ୍ ଗତମାସ ୧୧ ତାରିଖରେ ଆଇଟି ଆକ୍ଟ ୨୦୦୦ ଓ ପୋକ୍ସ ଆକ୍ଟ ୨୦୧୨ରେ ଏକ ମାମଲା ରୁଜୁ କରିଥିଲା। ମାମଲା ରୁଜୁ ପରେ ଏପ୍ରିଲ ମାସ ୨୮ ତାରିଖରେ ଦିଲ୍ଲୀ ସିବିଆଇର ଏକ ଟିମ ହରିଚନ୍ଦନପୁରରେ ଉକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା। ହେଲେ ଅଭିଯୁକ୍ତ ଦୋଳଗୋଵିନ୍ଦ ସେଠାରୁ ଖସି ପଲେଇଥିଲା। କିନ୍ତୁ ଆଜି ସକାଳ ସକାଳୁ ଦିଲ୍ଲୀ ସିବିଆଇର ଏକ ୫ ଜଣିଆ ଟିମ ନାଚୁଣୀ ପୋଲିସ ସହାୟତାରେ ଖଜୁରିଆ ସ୍ଥିତ ଦୋଳଗୋବିନ୍ଦ ଭେ୍ଣୋଇଙ୍କ ଘରେ ଚଢ଼ାଉ କରି  ଦୋଳଗୋବିନ୍ଦକୁ ଗିରଫ କରିଛି। ସିବିଆଇ ଅଧିକାରୀ ଏବଂ ଅଟକ ବ୍ୟକ୍ତି ମଧ୍ୟରେ ହାତାହାତି ହୋଇ ସିବିଆଇର ଜୈନିକ  ଅଧିକାରୀ ଆହାତ ହୋଇଛନ୍ତି। ସିବିଆଇ ଅଧିକାରୀ  ଏ ସମ୍ପର୍କରେ ବିଶେଷ କିଛି ତଥ୍ୟ ଦେଇ ନଥିବା ବେଳେ ଦୋଳଗୋବିନ୍ଦ ଏହି ଶିଶୁର ଅଶ୍ଳୀଳ ଫୋଟୋ  ବିଭିନ୍ନ ଅଶ୍ଳୀଳ ସାଇଟରେ ଅପଲୋଡ କରି ଟଙ୍କା ରୋଜଗାର କରୁଥିବା ଶୁଣିବାକୁ ମିଳିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.