ଭୁବନେଶ୍ବର,୨୯/୦୪: ପ୍ରେମ ପାଇଁ ଜୀବନ ହାରିଲେ ଯୁବକ । ସରକାରୀ ଚାକିରୀ କରିନଥିବାରୁ ବାହା ହେବାକୁ ମନା କଲା ପ୍ରେମିକା । ଫଳରେ ଧୋକା ସହି ନପାରି କଲେ ଆତ୍ମହତ୍ୟା । ତେବେ ଭୁବନେଶ୍ଵର ବରମୁଣ୍ଡା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା। ମୃତ ଯୁବକ ଜଣକ ୨୨ ବର୍ଷୀୟ ରାହୁଲ ଗୋଚ୍ଛାୟତ ବୋଲି ଜଣାପଡ଼ିଛି । ସେପଟେ ଆତ୍ମହତ୍ୟା ପାଇଁ ଯୁବତୀ ଜଣଙ୍କ ଉସୁକାଇଥିବାରୁ ଯୁବକ ଜୀବନ ହାରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ- ନୃତ୍ୟରେ ନିପୁଣା ଦିବ୍ୟାଙ୍ଗ ମୋନାଲି, ଗୋଡ଼ ନଥାଇ ବି କମ୍ପାନ୍ତି ମଞ୍ଚ... ଜିଣନ୍ତି ମନ
ସୂଚନା ମୁତାବକ, ୨୨ ବର୍ଷର ରାହୁଲ ଗୋଚ୍ଛାୟତ ନିଜ ଘର ଛାଡ଼ି ବରମୁଣ୍ଡା ମା ମଙ୍ଗଳା ଦଳିତ ସାହିରେ ନିଜ ଆଈ ସହ ରହୁଥିଲେ । ଏହାରି ଭିତରେ ସେଠାରେ ରହୁଥିବା ଜଣେ ଯବତୀଙ୍କ ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମିକାଙ୍କୁ ଦାମୀ ଉପହାର ଦେଉଥିଲେ ପ୍ରେମିକ। ହେଲେ ସନ୍ତକ ହେଇ ଉପହାର ରହିଗଲା ଆଉ ଜୀବନ ହାରିଦେଲେ ପ୍ରେମିକ । ହଠାତ ଝିଅଟି ବାହା ହେବାକୁ ମନା କରିବା ପରେ ଆତ୍ମହତ୍ୟା ପାଇଁ ଉସୁକାଉଥିବାରୁ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ରାହୁଲଙ୍କ ପରିବାର ଲୋକ ।