ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ସାତକୋଶିଆ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ

Published By : Prameya | April 29, 2025 4:57 PM

ଠାକୁରମୁଣ୍ଡା,୨୯/୪ : କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତର ଫୁଟବଲ ପଡ଼ିଆ ପାଖ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ । ସାତକୋଶିଆ ବନାଞ୍ଚଳ ସାତକୋଶିଆ, ଗୋଡ଼ଭଙ୍ଗା ଓ ଶାଳଚୁଆ ଜଙ୍ଗଲରେ ୪ଟି ହାତୀ ବହୁ ଦିନ ଆଗରୁ ରହି ଆସୁଥିଲେ । ଆଜି ସକାଳ ୭ଟା ସମୟରେ ୨ଜଣ ଯୁବକ ଶାଳଚୁଆ ଫୁଟବଲ ପଡ଼ିଆ ପାଖ ଜଙ୍ଗଲରେ ଥିବା ପୋଖରୀ ଯାଇଥିବାବେଳେ ଗୋଟିଏ ଦନ୍ତା ହାତୀ ପୋଖରୀରୁ ପାଣି ପିଇ ପୋଖରୀ ଉପରକୁ ଉଠୁଥିବାର ଦେଖିବାକୁ ପାଇଥିଲେ l ପରେ ଶାଳଚୁଆ ବନରକ୍ଷୀ ପଦ୍ମାବତୀ ପାତ୍ରଙ୍କୁ ଖବର ଦେଇଥିଲେ। ସେ ସଙ୍ଗେ ସଙ୍ଗେ ସାତକୋଶିଆ ରେଞ୍ଜର, ଫରେଷ୍ଟରଙ୍କୁ ଜଣାଇବା ସହ ହାତୀ ଉପରେ ନଜର ରଖିଥିଲେ। ଫୁଟବଲ ପଡିଆଠାରୁ ହାତୀଟି ପାଖ ଜଙ୍ଗଲର କିଛି ଦୂରକୁ ଯିବା ପରେ ତା’ର ମୃତ୍ୟୁ ହୋଇଥିଲା। 

ଖବରପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ସହକାରୀ ବନ ସଂରକ୍ଷକ ମଦନ ମୋହନ ମହାନ୍ତ, ସାତକୋଶିଆ ବନ୍ଯପ୍ରାଣୀ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ମହାନ୍ତ, ବନପାଳ ଗିରିଜା ନନ୍ଦନ ଦଳେଇ, ବନରକ୍ଷୀ ସନତ ମହାନ୍ତ ଓ ଅନ୍ଯ ବନକର୍ମଚାରୀ ସମେତ ଠାକୁରମୁଣ୍ଡା ପ୍ରଣୀ ଚିକିତ୍ସକ ଡା ପ୍ରିତି ପ୍ରସନ୍ନ ସାହୁ, ଚମ୍ପୁଆ ପ୍ରାଣୀ ଚିକିତ୍ସକ ଡା.ପ୍ରକାଶ ଚନ୍ଦ୍ର ଘଡ଼େଇ, କେନ୍ଦୁମୁଣ୍ଡି ପ୍ରାଣୀ ଚିକିତ୍ସକ ଡା.କଲ୍ଯାଣୀ ମାରାଣ୍ତି  ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁଧ୍ୟାନ କରିଛନ୍ତି। ତେବେ ବ୍ଯବଛେଦ ପରେ ଦନ୍ତା ହାତୀର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.