ପାରାଦୀପ,୮।୫ : ପାରାଦୀପ ତାରେଣୀଗଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକ ଉପରେ ଚଢିଗଲା ବସ। ଏଥିରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପାରାଦୀପ ବନ୍ଦରରେ ଇଲେକ୍ଟ୍ରିକାଲ ଡିଭିଜନରେ ଶ୍ରମିକ ଭାବରେ କାଯ୍ୟ କରୁଥିବା ଅଜିତ ହେମ୍ବ୍ରମ।
ମୟୂରଭଞ୍ଜ ଜିଲ୍ଲାର ଅଜିତ ହେମ୍ବ୍ରମ ପାରାଦୀପ ବନ୍ଦରରେ ଇଲେକ୍ଟ୍ରିକାଲ ଡିଭିଜନରେ ଶ୍ରମିକ ଭାବରେ କାଯ୍ୟ କରନ୍ତି।ଗୁରୁବାର ଅପରାହ୍ନରେ ଅଜିତ କାର୍ଯ୍ୟସାରି ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ କମ୍ପାନୀର ଏକ ଘରୋଇ ବସ ଅଜିତଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣା ସ୍ଥଳରେ ଅଜିତଙ୍କ ମୃତ୍ୟୁ ହୋଇଥିଲା । ତେବେ କ୍ଷତି ପୂରଣ ଦାବୀରେ ଉତ୍ତ୍ୟକ୍ତ ଲୋକେ କଟକ-ପାରାଦୀପ ରାସ୍ତା ଅବରୋଧ କରିଥିଲେ।ଫଳରେ ରାସ୍ତା ର ପାର୍ଶ୍ଵରେ ଯାନବାହନ ଗୁଡିକ ଅଟକି ରହିଛି। ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।