ଭୁବନେଶ୍ବର,୮।୫ : ଖରା ପାଇଁ ଛୁଟି ଘୋଷଣା ସ୍ଵତ୍ତେ ଖୋଲା ରହୁଛି କିଛି ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହାକୁ ନେଇ ତାଗିଦ୍ କରାଯାଇଛି। କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ।
ଖରାକୁ ନଜର ରଖି ସ୍କୁଲ ବନ୍ଦ ପାଇଁ ସରକାର ନିର୍ଦେଶ ଦେଇଥିଲେ। ଏହା ପରେ ବି କିଛି ସ୍କୁଲ ତାହାକୁ ଉଲଂଘନ କରିଛନ୍ତି। ସ୍କୁଲ ଖୋଲି ପିଲାଙ୍କୁ ପାଠ ପଢାଉଛନ୍ତି। ଏହା ବିଭାଗର ନଜରକୁ ଆସିଥିବା ଚିଠିରେ ଉଲ୍ଲେଖ କରାଯାଇଛି । ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏହା ଉପରେ ତୀକ୍ଷ୍ଣ ନଜର ରଖି କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ସୂଚନାଯୋଗ୍ୟ ଯେ, ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ ୨୨।୪।୨୦୨୫ରୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି।