ପ୍ରମୂଖ ଖବର
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଅଲ୍ଲୁ ଅର୍ଜୁନଙ୍କ ବ୍ଲକବ୍ଲଷ୍ଟର ଫିଲ୍ମ 'ପୁଷ୍ପା-ଦି ରୁଲ'ର ଘୁଞ୍ଚିଲା ରିଲିଜ ତାରିଖ

ମୁମ୍ବାଇ,୧୩/୬: ଅଲ୍ଲୁ ଅର୍ଜୁନଙ୍କ ବ୍ଲକବ୍ଲଷ୍ଟର ଫିଲ୍ମ  'ପୁଷ୍ପା-ଦି ରୁଲ'। ଏହି ଫିଲ୍ମଟି ପୁଷ୍ପାର ସ୍ବିକେଲ ଅଟେ । ତେବେ ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବାବେଳେ ବର୍ତ୍ତମାନ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି।  'ପୁଷ୍ପା -୨' ର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିବା ଏକ ରିପୋର୍ଟରୁ ଜଣାପଡିଛି ।

ତେବେ 'ପୁଷ୍ପା-ଦି ରୁଲ'  ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରେ ରିଲିଜ ହେବାକୁ ଥିଲାଷ କିନ୍ତୁ ଏବେ ଗୁଜବ ହେଉଛି ୟେ ଫ୍ଲିମର ରିଲିଜ ତାରିଖି  ଘୁଞ୍ଚିଯାଇଛି। ତେଣୁ ଏହି ଫିଲ୍ମଟି ପୂର୍ବ ନିର୍ଦ୍ଧାରିତ ରିଲିଜ ତାରିଖ ଦିନ ପ୍ରେକ୍ଷାଳରେ ଦର୍ଶକ ଦେଖିପାରିବେ ନାହିଁ। ହେଲେ ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାତା କୌଣସି ଘୋଷଣା କରିନାହାଁନ୍ତି। ସେପଟେ ଫିଲ୍ମ ନିର୍ଦ୍ଦେଶକ ସୁକୁମାର ଏପର୍ଯ୍ୟନ୍ତ ଫିଲ୍ମର ସୁଟିଂ ଏବଂ ପୋଷ୍ଟ ପ୍ରଡକ୍ସନ କାମ ଶେଷ କରିନାହାଁନ୍ତି।  

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଅଲ୍ଲୁ ଅର୍ଜୁନଙ୍କ ଚରିତ୍ରର ପ୍ରାରମ୍ଭିକ ଯାତ୍ରା ପୁଷ୍ପା: ଦ ରାଇଜରେ ପ୍ରଦର୍ଶିତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଏକ ଲାଲ ଚନ୍ଦନ କାଠ ଚୋରା ଚାଲାଣକାରୀ ଭୂମିକାରେ ଦେଖିବାକୁ ମିଳିଥିଲା, ଯିଏ ଧୀରେ ଧୀରେ ଏକ ବଡ ଚୋରା ଚାଲାଣକାରୀ ହୋଇଯାଏ । ଫଳରେ ପୁଷ୍ପା ରାଜ ଧୀରେ ଧୀରେ ଅନେକ ଶତ୍ରୁଙ୍କ ସମ୍ମୁଖୀନ ହୁଅନ୍ତି । ତେବେ ଅଭିନେତା ପୁଷ୍ପା ୨ରେ ଶତ୍ରୁମାନଙ୍କ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିବ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.