ପ୍ରମୂଖ ଖବର

ଉଦୟନିଧିଙ୍କ ପରେ ଏବେ ଆପ୍‌ ନେତା,ସନାତନ ଧର୍ମକୁ ଶେଷ କରିବା ନେଇ ଦେଲେ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ,୫।୯: ସନାତନ ଧର୍ମକୁ ନେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କ ବୟାନକୁ ନେଇ ସୃଷ୍ଟି ହୋଇଥିଲା ବିବାଦ।ଉଦୟନିଧି ସନାତନ ଧର୍ମର ତୁଳନା କରୋନା ଭାଇରସ୍‌ ଓ ଡେଙ୍ଗୁ-ମ୍ୟାଲେରିଆ ସହିତ ତୁଳନା କରିଥିଲେ।  ଏବେ ଏହା ଭିତରେ ପୁଣିଥରେ ଆମ୍‌ ଆଦମୀ ପାର୍ଟିର ନେତା ଓ ପୂର୍ବତନ ମନ୍ତ୍ରୀ ଠିକ୍ ସେଭଳି କଥା କହିଛନ୍ତି। ସେ ସନାତନ ଧର୍ମକୁ ନେଇ ଦେଇଛନ୍ତି ବିବାଦୀୟ ବୟାନ।

ରାମ ଓ କୃଷ୍ଣଙ୍କ ପୂଜା ନକରିବାକୁ ଶପଥ ଦେଇ ମନ୍ତ୍ରୀ ପଦ ହରାଇଥିବା ରାଜେନ୍ଦ୍ର ପାଲ ଗୌତମ୍‌ ଏବେ ସନାତନ ଧର୍ମକୁ ନେଇ ଏଭଳି କିଛି କଥା କହିଛନ୍ତି ଯେ, ଚର୍ଚ୍ଚାର ପରିସରକୁ ଆସିଯାଇଛନ୍ତି। ରାଜେନ୍ଦ୍ର ପାଲ୍‌ ଗୌତମ ଟ୍ବିଟର(ଏକ୍ସ)ରେ ଟ୍ବିଟ୍‌ କରି ଲେଖିଛନ୍ତି, ଏଭଳି କିଛି ବି ସାମାଜିକ ବ୍ୟବସ୍ଥା କିମ୍ବା ଧର୍ମକୁ ଶେଷ କରାଯିବା ଉଚିତ ଯାହାକି ଦେଶ ଓ ସମାଜ ପାଇଁ ଯଦି ହିତକର ନୁହେଁ ଓ ଘୃଣା ସୃଷ୍ଟି କରିଥାଏ। ବଞ୍ଚିତ ବହୁଜନ ଅଘାଡି ନେତା ପ୍ରକାଶ ଆମ୍ବେଦକରଙ୍କ ଏକ ପୋଷ୍ଟକୁ ସେୟାର କରି ରାଜେନ୍ଦ୍ର ପାଲ୍‌ ଏହି ଟ୍ବିଟ୍ କରିଛନ୍ତି।

ଆପ୍‌ ନେତା ରାଜେନ୍ଦ୍ର ପାଲ୍ ଗୌତମଙ୍କ ଏହି ଟ୍ବିପଣୀ ସାମନାକୁ ଆସିବା ପରେ ବିଜେପି ଆକ୍ରମକ ହୋଇଛି। ପୂର୍ବରୁ ବିଜେପି ଉଦୟନିଧିଙ୍କ ବୟାନକୁ ନେଇ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ଉପରେ ବର୍ଷିଥିଲା,ଯାହାକି ଡିଏମକେ ସହିତ ବିରୋଧି ମେଣ୍ଟ ‘ଇଣ୍ଡିଆ’ରେ ସାମିଲ ହୋଇଛନ୍ତି। ସେଭଳି ରାଜେନ୍ଦ୍ର ପାଲ୍‌ ଗୌତମଙ୍କ ବୟାନ ପରେ ବିଜେପିକୁ ‘ଇଣ୍ଡିଆ’ ଉପରେ ଆକ୍ରମଣ କରିବାର ସୁଯୋଗ ମିଳିଯିବ।

  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.