ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଡାକ୍ତରଙ୍କ ଫି' ମାତ୍ର ୫ ଟଙ୍କା, ୪୨ ବର୍ଷ ଧରି କରିଆସୁଛନ୍ତି ରୋଗୀ ସେବା

ବେଙ୍ଗାଲୁରୁ, ୩୧।୮: ଆଜିକା ଯୁଗରେ ରୋଗ ହେଲେ ଯେତେ ଡର ଲାଗୁନି, ତା’ର ଚିକିତ୍ସା ପାଇଁ କେତେ ଯେ ଟଙ୍କା ଖର୍ଚ୍ଚ ହେବ ସେନେଇ ଭାବିଲା ବେଳକୁ ଚିନ୍ତା ମାଡ଼ି ବସୁଛି । କାରଣ ଆଜିକାଲି ଡାକ୍ତରଙ୍କ ଫିସ୍ ଶୁଣିଲେ ମୁଣ୍ଡ ଘୂରେଇ ଦଉଛି । ଆଉ ଚିକିତ୍ସା କରିବା ତ ଦୂରର କଥା । କିନ୍ତୁ, ଆଜି ଆମେ ଆପଣଙ୍କୁ ଜଣେ ଏଭଳି ଡାକ୍ତରଙ୍କ ବିଷୟରେ କହିବୁ, ଯାହାଙ୍କ ଫିସ୍ ଶୁଣିଲେ ବୋଧହୁଏ ଅବିଶ୍ୱାସ ଲାଗିପାରେ । ଚିକିତ୍ସା ପାଇଁ ସେ ରୋଗୀଙ୍କଠାରୁ ନିଅନ୍ତି ମାତ୍ର, ୫ ଟଙ୍କା । ଡାକ୍ତରଙ୍କ ଫିସ୍ କଥା ଶୁଣି ଚମକିପଡ଼ିଲେ କି ? କିନ୍ତୁ, ଏହା ସତ ଆଜ୍ଞା । ଆଜିକାଲି ଯେଉଁଠି ୫ ଟଙ୍କାରେ ବିସ୍କୁଟ ଛଡ଼ା ଆଉ କିଛି ମିଳୁନି ସେଠି ଏ ଡାକ୍ତର ଜଣକ ୫ ଟଙ୍କାରେ ଚିକିତ୍ସା କରୁଛନ୍ତି । ଏହି ଡାକ୍ତର ଜଣକ ହେଉଛନ୍ତି କର୍ଣ୍ଣାଟକ ମାଣ୍ଡାର ବାସିନ୍ଦା ଡ. ଶଙ୍କରେ ଗୌଡ଼ା । ଶଙ୍କରେ ଗୌଡ଼ା ନାଁରେ ତାଙ୍କ ପରିଚୟ ପଚାରିଲେ ବୋଧହୁଏ ତାଙ୍କୁ କେହି ଚିହ୍ନିନଥିବେ । କିନ୍ତୁ, ୫ ଟଙ୍କିଆ ଡାକ୍ତର କହିଲେ ସମସ୍ତେ ଜାଣିଥିବେ । 

କିଏ ଏହି ଶଙ୍କରେ ଗୌଡ଼ା ? ସେ ରୋଗୀଙ୍କୁ କାହିଁକି ୫ ଟଙ୍କାରେ ଚିକିତ୍ସା କରୁଛନ୍ତି ? ଆସନ୍ତୁ ଜାଣିବା.. କ୍ଲିନିକ୍ ଖୋଲିବାକୁ ପଇସା ନଥିଲା । ରୋଗୀଙ୍କ ଚିକିତ୍ସା କରିବା ଥିଲା ତାଙ୍କ ମୁଖ୍ୟ ଲକ୍ଷ୍ୟ । ସେଥିପାଇଁ ତ ଏହି ମିଠା ଦୋକାନ ପାଖରେ ବସି ରୋଗୀଙ୍କ ଚିକିତ୍ସା କରିବା ଆରମ୍ଭ କଲେ । ଫୁଙ୍ଗୁଳା ପାଦ, ଶସ୍ତା ପ୍ୟାଣ୍ଟ-ସାର୍ଟ ପିନ୍ଧି ସାଧାରଣ ଦେଖାଯାଉଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଡାକ୍ତର । ୫ ଟଙ୍କିଆ ଡାକ୍ତର ଭାବେ ସେ ଜଣାଶୁଣା । ତାଙ୍କ ପାଖକୁ ଦୈନିକ ପାଖାପାଖି ୪୦୦ରୁ ୫୦୦ ରୋଗୀଙ୍କର ଲାଗେ ଲମ୍ୱା ଲାଇନ୍ । ୧୯୮୨ରେ ମେଡିକାଲ ପାସ୍ କରିବା ପରେ ଗତ ୪୨ ବର୍ଷ ଧରି ଗରିବଙ୍କୁ ସାହାଯ୍ୟ କରିଆସୁଛନ୍ତି । ଡ. ଶଙ୍କରେ ଗୌଡ଼ା ଜଣେ ଚର୍ମ ବିଶେଷଜ୍ଞ । କଠିନରୁ କଠିନ ଚର୍ମରୋଗକୁ ଭଲ କରିବାରେ ସେ ପାରଙ୍ଗମ । ସେ ଚାହିଁଥିଲେ ସହରରେ ରହି କୋଟି କୋଟି ଟଙ୍କା ରୋଜଗାର କରିପାରିଥାନ୍ତେ । କିନ୍ତୁ, ସେ ସବୁ ଛାଡ଼ି ଚାଲିଆସିଲେ କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲାର ଏହି ଛୋଟିଆ ଗାଁକୁ । ଏହି ଗାଁରେ ନାଁ ଭଲ ଡାକ୍ତରଟିଏ ଅଛନ୍ତି, ନାଁ ଭଲ ଡାକ୍ତରଖାନା । ଗୋଟିଏ ସରକାରୀ ଡାକ୍ତରଖାନା ଥିଲେ ସୁଦ୍ଧା ଏହା ଗାଁଠୁ ଖୁବ୍ ଦୂରରେ । 

ତେଣୁ ଏହି ଗାଁର ଗରିବ ଅସହାୟ ଗ୍ରାମବାସୀଙ୍କୁ ସାହାଯ୍ୟ କରୁଛନ୍ତି ଡ. ଶଙ୍କରେ । ମାତ୍ର, ୫ ଟଙ୍କାରେ ସେ ଚିକିତ୍ସା କରନ୍ତି । କେବଳ ଏତିକି ନୁହେଁ, ଯେଉଁମାନେ ୫ ଟଙ୍କା ଦେବାକୁ ବି ସକ୍ଷମ ନଥାନ୍ତି, ତାଙ୍କୁ ସେ ମାଗଣାରେ ଚିକିତ୍ସା କରନ୍ତି । ମାସକୁ ଯାହା ବି ରୋଜଗାର ହୁଏ, ସେଥିରୁ ବି ଟଙ୍କା ସଞ୍ଚୟ କରି ଗରିବଙ୍କୁ ଔଷଧ କିଣି ଦେଇଥାନ୍ତି । ୨୦୨୨ରେ ହୃଦ୍‌ଘାତର ଶିକାର ହୋଇଥିଲେ ସେ । ଡିସଟାର୍ଜ ନେବା ପର୍ଯ୍ୟନ୍ତ ଡାକ୍ତରଖାନା ବାହାରେ ତାଙ୍କ ପାଖକୁ ଚିକିତ୍ସା କରିବା ଲାଗି ଆସୁଥିବା ରୋଗୀଙ୍କ ଭିଡ଼ ଲାଗି ରହିଥିଲା । ଡାକ୍ତରଖାନା ବାହାରେ ବସି ତାଙ୍କ ଡାକ୍ତର ବାବୁ ଖୁବ୍ ଶୀଘ୍ର ଭଲ ହୋଇଯାନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ଆଉ ତାଙ୍କ ପ୍ରାର୍ଥନାରେ ଡାକ୍ତରବାବୁ ସମ୍ପୂର୍ଣ୍ଣ ଭଲହୋଇଯାଇଥିଲେ । ପୁଣି ନିଜ କର୍ମକ୍ଷେତ୍ରକୁ ଫେରିଆସିଥିଲେ । ପୂର୍ବଭଳି ଗରିବଙ୍କ ସେବାରେ ଲାଗିପଡ଼ିଲେ । ଆଜିକାଲି ଦୁନିଆରେ ଡ. ଶଙ୍କରେଙ୍କ ଭଳି ନିସ୍ୱାର୍ଥପର ଲୋକ ଖୁବ୍ କମ୍ । ସେ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିନାହାନ୍ତି ସତ, କିନ୍ତୁ, ତାଙ୍କର ଏଭଳି ସେବାରେ ଲୋକଙ୍କ ଭଲପାଇବା ଓ ଆଶିର୍ବାଦ ରହିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.