ପ୍ରମୂଖ ଖବର

ଟ୍ରକ୍‌କୁ ଜୋରଦାର୍ ଧକ୍କା ଦେଲା କାର୍, ଡ୍ରାଇଭର ସମେତ ୩ ମୃତ

ବାରଙ୍ଗ, ୦୨/୧୨ : ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍‌କୁ ପିଟିଲା କାର୍। ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଛି। ପାହାଳ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି।

ସୂଚନାନୁଯାୟୀ, ଶନିବାର ଭୋର୍ ପାଖାପାଖି ୩ଟାରେ ପାହାଳ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୧୬ ନମ୍ବର ଜାତୀୟ ରାଜପଥରେ କଟକ ପଟୁ ଆସୁଥିବା ଏକ OD02BE4699 ମାରୁତି ଡିଜେୟାର କାର୍ ଏକ ଟ୍ରକ୍‌କୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ କାର୍ ଡ୍ରାଇଭର ସମେତ ତିନିଜଣଙ୍କ ମୃତ୍ୟୁ ଘଟିଛି। ପାହାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.