ମୁଖ୍ୟମନ୍ତ୍ରୀ ଆସନ ପାଇଁ କଳ୍ପନାଜଳ୍ପନା ଜାରି ? ନିର୍ବାଚନ ଜିତିଥିବା ବିଜେପିର ସାଂସଦ ଓ ମନ୍ତ୍ରୀମାନେ ଲୋକସଭାରୁ ଦେଲେ ଇସ୍ତଫା
Published By : Prameya | December 6, 2023 4:26 PM

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶ, ରାଜସ୍ଥାନ , ଛତିଶଗଡ଼ ସମେତ ୪ଟି ରାଜ୍ୟରେ ବିଧାନସଭାର ନିର୍ବାଚନ ଜିତି ଥିବା ସବୁ ସାଂସଦ ଓ କେନ୍ଦ୍ର ମନ୍ତ୍ରୀମାନେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହିସବୁ ଲୋକେ ବିଧାୟକ ଭାବେ କାମ କରିବେ ଏବଂ ନିଜ ନିଜ ରାଜ୍ୟରେ ବିଜେପିକୁ ଦୃଢ଼ କରିବେ। ସବୁ ସାଂସଦମାନେ ବୁଧବାର ଲୋକସଭା ସ୍ପିକରଙ୍କ ଅଫିସରେ ପହଞ୍ଚି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ପରେ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନୁମାନ ଆହୁରି ଦ୍ରୁତତର ହୋଇ ଯାଇଛି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ପ୍ରହ୍ଲାଦ ପଟେଲ ମଧ୍ୟ ପ୍ରଦେଶରେ ନିର୍ବାଚନ ଲଢୁଥିଲେ ଏବଂ ଜିତିଛନ୍ତି ମଧ୍ୟ। ଏଥିରେ ତାଙ୍କର ଇସ୍ତଫା ପରେ ଅନୁମାନ ଆହୁରି ତୀବ୍ର ହୋଇଛି କି ସେ କଣ ମୁଖ୍ୟମନ୍ତ୍ରୀ ହେବେ କି ?
ଏସବୁ ନେତାଙ୍କ ବ୍ୟତୀତ ରାଜସ୍ଥାନରୁ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ଭଳି ନେତା ମାନେ ମଧ୍ୟ ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ବିଧାନସଭା ନିର୍ବାଚନରେ ବିଜେପିର ଅନେକ ସାଂସଦ ଓ ମନ୍ତ୍ରୀମାନେ ବିଜୟ ହାସଲ କରିଛନ୍ତି । ବିଧାନସଭା ନିର୍ବାଚନରେ ବିଜେପି ଅନେକ ସାଂସଦ ଓ ମନ୍ତ୍ରୀମାନେ ବିଜୟୀ ହୋଇଛନ୍ତି। ଏସବୁ ଲୋକଙ୍କ ଠାରୁ ଦଳ ଇସ୍ତଫା ନେଇଛି । ଏହି ଲୋକଙ୍କ ମଧ୍ୟରେ ନରେନ୍ଦ୍ର ସିଂହ ତୋମର , ପ୍ରହ୍ଲାଦ ପଟେଲ , ରାକେଶ ସିଂହ , ଉଦ. ପ୍ରତାପ ଓ ରୀତି ପାଠକ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ ମଧ୍ୟ ପ୍ରଦେଶରେ ଜିତିଛନ୍ତି । ଏହା ବ୍ୟତୀତ ଛତିଶଗଡ଼ରେ ଅରୁଣ ସାଓ ଓ ମୋମତୀ ସାଇ ବିଜୟୀ ହୋଇଥିଲା
ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ କାହିଁକି ଏବେ ବଢିଲା ସସପେନ୍ସ – ରାଜସ୍ଥାନରେ ବିଧାୟକ ହୋଇଥିବା ରାଜ୍ୟବର୍ଦ୍ଧନ ରାଠୋର , ମହନ୍ତ ବାଳକନାଥ , ଦୀୟା କୁମାରୀ ଓ କିରୋଡି ଲାଲ ମିଣା ମଧ୍ୟ ଇସ୍ତଫା ଦେଇଛନ୍ତି। ଏହି ଲୋକଙ୍କ ଇସ୍ତଫା ପରେ ୩ଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲୁଥିବା ଦୌଡ଼ରେ ସସପେନ୍ସ ଆହୁରି ବଢି ଯାଇଛି । ଅନୁମାନ କରାଯାଉଛି କି କେଉଁ ମନ୍ତ୍ରୀ ବା ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇ ପାରେ। ରାଜସ୍ଥାନରେ ଦୀୟା କୁମାରୀ ଓ ମହନ୍ତ ବାଳକନାଥଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି ।
ଲୋକନାଥ ଆଜି ଇସ୍ତଫା ହେବାକୁ ଆସି ନାହାନ୍ତି , ବର୍ତ୍ତମାନ ସୁଦ୍ଧା ୧୦ ପଦ ଛାଡ଼ିଲେ –
ଏବେସୁଦ୍ଧା ୧୦ ସାଂସଦ ଇସ୍ତଫା ଦେଇଛନ୍ତି, ରେଣୁକା ସିଂହ ଓ ବାଳକନାଥ ଆଜି ପହଞ୍ଚି ନାହାନ୍ତି । ଜଣାପଡ଼ୁଛି କି ସେ ଆଜି ନୁହେଁ ତ କାଲି ଇସ୍ତାଫା ଦେଇପାରନ୍ତି। ମହନ୍ତ ବାଳକନାଥ ଅଲୱର ସିଟ୍ରୁ ସାଂସଦ ଅଛନ୍ତି ଏବଂ ସେ ଏହି ଜିଲ୍ଲାର ତିଜାରା ସିଟ୍ରୁ ବିଧାନସଭା ଇଲେକ୍ସନରେ ବିଜୟୀ ହୋଇଛନ୍ତି। ତାଙ୍କୁ ଯୋଗୀ ଆଦିତ୍ୟନାଥଙ୍କର ନିକଟତର ଭାବେ ଜଣାଯାଏ । ଏଥିରେ ତାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି କି ହିନ୍ଦୁତ୍ୱର ଆଇକନ୍ ଓ ପଛୁଆ ସଂପ୍ରଦାୟରୁ ଆସୁଥିବା ବାଳକନାଥଙ୍କୁ ମଧ୍ୟ ସୁଯୋଗ ମିଳିପାରେ ।