ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ମଣିଷ ଶରୀରରେ ଲାଗିଲା ଘୁଷୁରୀ କିଡନୀ, ଆମେରିକାର ଡାକ୍ତର କହିଲେ ‘ସଠିକ୍ ଭାବେ କାମ କରୁଛି’

ୱାଂଶିଟନ୍, ୧୫/୦୯: ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁ ମାନେ ଅଙ୍ଗ ଦାନର ଅପେକ୍ଷା କରି କରି ପ୍ରାଣ ପଳାଉଛି । ଅନେକ ସମୟରେ ଆବଶ୍ୟକତା ଅନୁସାରେ ଅଙ୍ଗ ନ ମିଳିବାରୁ ଅନେକଙ୍କ ମୃତ୍ୟୁ ହେଉଛି । ମଣିଷ ଶରୀରର ଅଙ୍ଗ ସହଜରେ ଉପଲବ୍ଧ ହେଉ ନଥିବା ବେଳେ ଏବେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ଜୀବଜନ୍ତୁଙ୍କ ଅଙ୍ଗକୁ ମଣିଷ ଶରୀରରେ ପ୍ରତିରୋପଣ କରିବା ଲାଗି ପ୍ରୟାସ ହେଉଛି । 

ଡାକ୍ତରଙ୍କ ଏହି ପ୍ରୟାସକୁ ସଫଳତା ମଧ୍ୟ ମିଳିଛି । ଫ୍ରାନ୍ସ ପ୍ରେସ୍ ଖବର ଅନୁସାରେ, ନିକଟରେ ଆମେରିକାର ଡାକ୍ତର ଘୁଷୁରି କିଡନୀକୁ ମଣିଷ ଶରୀରରେ ପ୍ରତିରୋପଣ କରିଥିବା ବେଳେ ସଫଳତା ମିଳିଛି । ଡାକ୍ତରଙ୍କ କହିବା ଅନୁସାରେ, ମଣିଷ ଶରୀରରେ ପ୍ରତିରୋପଣ କରାଯାଇଥିବା ଘୁଷୁରୀ କିଡନୀ ୩୨ ଦିନ ଯାଏ ଠିକ୍ ଭାବେ କାମ କରିଛି ।

ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଆସିବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ପୁଟିନ୍ ବିରୋଧୀ ଲଢେଇକୁ ନେଇ ବାଇଡେନଙ୍କ ସହ କରିପାରନ୍ତି ଆଲୋଚନା…

ଜଣେ ବ୍ରେନ୍ ଡେଡ୍ ଘୋଷିତ ବ୍ୟକ୍ତିଙ୍କ ଶରୀରରେ ଆମେରିକୀୟ ଡାକ୍ତର ଘୁଷୁରୀ କିଡନିକୁ ତାଙ୍କ ଜିନରେ ପରିବର୍ତ୍ତନ କରି ପ୍ରତ୍ୟାରୋପଣ କରିଥିଲେ । ୬୧ ଦିନ ପରେ ପ୍ରୟୋଗ ପରେ ମାନବ ଶରୀରରେ ଘୁଷୁରି କିଡନି ଠିକ୍ ଭାବେ କାମ କରୁଥିବା କହିଛନ୍ତି ଡାକ୍ତର । ଏହି ସଫଳତା ପରେ ଡାକ୍ତରଙ୍କ ବିଶ୍ୱାସ ଜୋନୋଟ୍ରାନ୍ସପ୍ଲାଣ୍ଟ ଉପରେ ବଢ଼ିଛି । କୌଣସି ଜନ୍ତୁଙ୍କୁ ଅଙ୍ଗ ମଣିଷ ଶରୀରରେ ପ୍ରତ୍ୟାରୋପଣ ହେଲେ ତାହାକୁ ଜୋନୋଟ୍ରାନ୍ସପ୍ଲାଣ୍ଟ କୁହାଯାଇଥାଏ ।

ଜୁଲାଇ ମାସରେ ହୋଇଥିବା ଅସ୍ତ୍ରୋପଚାରରେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଲ୍ୟାଙ୍ଗୋନ୍ ଟ୍ରାନ୍ସପ୍ଲାଣ୍ଟ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ରବର୍ଟ ମୋଣ୍ଟେମରି କହିଛନ୍ତି, ବିଗତ ୨ ମାସ ହେଲା ସେ ବିଶ୍ଳେଷଣରୁ ବହୁତ କିଛି ଶିଖିଛନ୍ତି । ଡାକ୍ତରୀ ଦଳର ଏହା ପଞ୍ଚମ ଜୋନୋଟ୍ରାନ୍ସପ୍ଲାଣ୍ଟ ହୋଇଥିବା ବେଳେ ୨୦୨୧ ସେପ୍ଟେମ୍ବରରେ ପ୍ରଥମ ଅସ୍ତ୍ରୋପଚାର କରିଥିଲେ । 

ଘର କାମ କରିବା ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ସମାନ ଦାୟିତ୍ୱ: ବମ୍ବେ ହାଇକୋର୍ଟଙ୍କ ରାୟ

ଏହା ପୂର୍ବରୁ ୨୦୨୨ ଜାନୁଆରୀରେ ୟୁନିଭରସିଟି ଅଫ୍ ମେରିଲ୍ୟାଣ୍ଡ ମେଡିକାଲ୍ ଅଫ୍ ସ୍କୁଲର ଡାକ୍ତର ଜଣେ ଜୀବନ୍ତ ବ୍ୟକ୍ତିଙ୍କ ଠାରେ ଘୁଷୁରୀର ଅଙ୍ଗ ଆଣି ପ୍ରଥମଥର ପାଇଁ ପ୍ରତିରୋପଣ କରିଥିଲେ । ସେତେବେଳେ ହୃତପିଣ୍ଡ ପ୍ରତିରୋପଣ କରାଯାଇଥିଲା । ତେବେ ପ୍ରତିରୋପଣର ୨ ମାସ ପରେ ବ୍ୟକ୍ତି ଜଣଙ୍କଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ପୋର୍ସିନ୍ ସାଇଟୋମେଗାଲୋଭାଇରସ୍ ବୋଲି ଜଣାପଡ଼ିଥିଲା । 

  • Kidney Transplant
  • Copyright © 2022 - Summa Real Media Private Limited. All Rights Reserved.