ପ୍ରମୂଖ ଖବର

୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ଏବେ ହେବାକୁ ଯାଉଛି ଏହି ପରିବର୍ତ୍ତନ, ସଂସଦରେ ବିଲ୍ ଆଗତ କଲେ ଅମିତ ଶାହ

ନୂଆଦିଲ୍ଲୀ, ୦୫/୧୨: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ମୋଦି ସରକାର ନେବାକୁ ଯାଉଛନ୍ତି ଆଉ ଏକ ବଡ଼ ପଦକ୍ଷେପ । ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଜମ୍ମୁ-କାଶ୍ମୀର ସହ ଜଡ଼ିତ ୨ଟି ବିଲ୍ ଆଗତ କରିଛନ୍ତି । ପ୍ରଥମ ବିଲଟି ଜମ୍ମୁ-କାଶ୍ମୀର (ସଂଶୋଧନ) ବିଲ୍-୨୦୨୩ ଓ ଦ୍ୱିତୀୟଟି ଜମ୍ମୁ-କାଶ୍ମୀର (ପୁର୍ନଗଠନ) ବିଲ୍-୨୦୨୩ ।

ପ୍ରଥମ ବିଲରେ ଜମ୍ମୁ-କାଶ୍ମୀର ପ୍ରବାସୀ ଓ ପିଓକେରୁ ବିସ୍ଥାପିତ ଲୋକଙ୍କ ଲାଗି ଆସନ ସଂରକ୍ଷଣ ପାଇଁ ପ୍ରାବଧାନ ରହିଛି । ସେହିଭଳି ଅନ୍ୟ ବିଲରେ ବଞ୍ଚିତ ଓ ଓବିସି ବର୍ଗ ଲାଗି ସଂରକ୍ଷଣ ପ୍ରାବଧାନ ରଖାଯାଇଛି । ଉଭୟ ବିଲ୍ ଉପରେ ସଂସଦରେ ବୁଧବାର ଚର୍ଚ୍ଚା ହେବ । ପ୍ରଥମେ ଲୋକସଭାରେ ବିଲ୍ ପାରିତ ହେବା ପରେ ରାଜ୍ୟସଭାରେ ଆଗତ କରାଯିବ ।

ଜମ୍ମୁ-କାଶ୍ମୀର (ସଂଶୋଧନ) ବିଲ୍-୨୦୨୩

୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଇ ଦେଇଥିଲେ । ଏଥିସହ ଜମ୍ମୁ-କାଶ୍ମୀର ଓ ଲଦାଖକୁ ୨ଟି ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ଦେଇଥିଲେ ।

ଏବେ ନୂଆ ବିଲ୍ ଜମ୍ମୁ-କାଶ୍ମୀର ବିଧାନସଭାରେ ଆସନ ସଂଖ୍ୟା ବଢ଼ାଇବାର ପ୍ରାବଧାନ ରହିବ । ଏହା ଆଇନରେ ପରିଣତ ହେଲେ ଜମ୍ମୁ-କାଶ୍ମୀର ବିଧାନସଭାରେ ଆସନ ସଂଖ୍ୟା ୧୧କୁ ବୃଦ୍ଧି ପାଇବ । ଅନୁଛେଦ ୩୭୦ ହଟିବା ପରେ ଲଦାଖ ଅଲଗା ହେବା ପରେ ଏବେ ୮୩ଟି ଆସନ ରହିଛି ।  

ଜମ୍ମୁ-କାଶ୍ମୀର (ପୁର୍ନଗଠନ) ବିଲ୍-୨୦୨୩

ଏହି ବିଲ୍ ଅନୁସୂଚିତ ଜାତି ଓ ଜନଜାତି, ସାମାଜିକ ଓ ଆର୍ଥିକ ପଛୁଆ ବର୍ଗଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଦେବା ଲାଗି ପ୍ରାବଧାନ ରହିବ । ବିଲ୍ ଅନୁସାରେ, ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ସେହିମାନଙ୍କୁ କୁହାଯିବ, ଯେଉଁ ମାନଙ୍କର ଗାଁ ଏଲଓସି ଓ ଅନ୍ତର୍ଜାତୀୟ ସୀମାକୁ ଲାଗିଥିବ ଏବଂ ସରକାର ସେମାନଙ୍କୁ ପଛୁଆ ଘୋଷଣା କରିଥିବେ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.