ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଏସିଆ କପ୍-୨୦୨୩: ସୁପର-୪ର ପ୍ରଥମ ମ୍ୟାଚ୍ ଜିତିଲା ପାକିସ୍ତାନ

Image Courtesy: hindustantimes

ଲାହୋର, ୦୬/୦୯: ଇମାମ ଉଲ ହକ ଓ ମହମ୍ମଦ ରିଜଓ୍ଵାନଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଏସିଆ କପ୍ ୨୦୨୩ର ସୁପର-୪ର ପ୍ରଥମ ମ୍ୟାଚ ଜିତିଛି ପାକିସ୍ତାନ । ପାକିସ୍ତାନ ବାଂଲାଦେଶକୁ ୭ ଓ୍ଵିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ପାକିସ୍ତାନ ବୋଲରଙ୍କ ଶାଣିତ ବୋଲିଂର ଶିକାର ହୋଇଥିଲା । ମାତ୍ର ୧୯୩ ରନରେ ଅଲଆଉଟ୍  ହୋଇଥିଲା ଦଳ ।

ପାକିସ୍ତାନର ବ୍ୟାଟିଂ ବେଳେ ବନ୍ଦ ହୋଇଗଲା ଫ୍ଲଡଲାଇଟ୍, ପ୍ରାୟ ଅଧଘଣ୍ଟା ବନ୍ଦ ରହିଲା ଖେଳ

ହେଲେ ଇମାମ ଉଲ ହକଙ୍କ ୭୮ ରନ ଓ ମହମ୍ମଦ ରିଜଓ୍ଵାନଙ୍କ ଅପରାଜିତ ୬୩ ରନ ବଳରେ ୩ ଓ୍ଵିକେଟ୍ ହରାଇ ୩୯.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ପାକିସ୍ତାନ । ପାକିସ୍ତାନ ବ୍ୟାଟରଙ୍କ ଆଗରେ ବାଂଲାଦେଶ ବୋଲର ପ୍ରଭାବହୀନ ସାବ୍ୟସ୍ତ ହୋଇଛନ୍ତି । ସୁପର-୪ର ପ୍ରଥମ ମ୍ୟାଚ ଜିତିଥିବା ବେଳେ ପାକିସ୍ତାନ ସେପ୍ଟେମ୍ବର ୧୦ରେ ଭାରତକୁ ଭେଟିବ ।

ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ବାଂଲାଦେଶ । ହେଲେ ପାକିସ୍ତାନ ବୋଲରଙ୍କ ଘାତକ ବୋଲିଂରେ ଘାଇଲା ହୋଇଥିଲା ବାଂଲାଦେଶ । ୩୮.୪ ଓଭରରେ ୧୯୩ ରନରେ ଅଲଆଉଟ୍  ହୋଇଥିଲା ଦଳ । ଅଧିନାୟକ ସାକିବ ଉଲ ହସନ(୫୩) ଓ ମୁସଫିକର ରହିମ(୬୪)ଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର କ୍ରିଜରେ ଭଲ ପ୍ରଦର୍ଶନ କରିପାରିନଥିଲେ । 

ଦୁଇ ବ୍ୟାଟର ପଞ୍ଚମ ଓ୍ଵିକେଟ୍ ପାଇଁ ୧୦୦ ରନ ଯୋଡ଼ିବାରୁ ବାଂଲାଦେଶ ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଥିଲା । ପାକିସ୍ତାନ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ ରଖିଥିଲା ଆଫଗାନିସ୍ତାନ । ପାକିସ୍ତାନ ପକ୍ଷରୁ ହାରିସ ରଉଫ ୧୯ ରନ ଦେଇ ୪ ଏବଂ ନସୀମ ଶାହ ୩୪ ରନରେ ୩ଟି ଓ୍ଵିକେଟ୍ ନେଇଥିଲେ । ହେଲେ ସୁପର-୪ର ପ୍ରଥମ ମୁକାବିଲା ଜିତି ନେଇଛି ପାକିସ୍ତାନ ।

You can also read: ପାକିସ୍ତାନରୁ ଦୁଇ ଦିବସୀୟ ଗସ୍ତ ପରେ ଭାରତ ଫେରିଲେ ବିସିସିଆଇ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, କହିଲେ କିଭଳି ଥିଲା ସେଠାର ସ୍ଥିତି ?

  • Asia cup 2023
  • Pakistan vs Bangladesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.