ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଅଭିନେତା ଅନୁଭବ ମହାନ୍ତିଙ୍କୁ ଟାର୍ଗେଟ କଲେ ମନୋଜ ମିଶ୍ର, ଲେଖିଲେ- ସୁଧୁରି ଯାଅ ନଚେତ୍...

ଭୁବନେଶ୍ବର,୫/୧୨ :  କିଛିଦିନର ନିରବତା ପରେ ପୁଣି କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ଟାର୍ଗେଟ କରିଛନ୍ତି ଅଭିନେତା ମନୋଜ ମିଶ୍ର । ମୁଁ ଭୁବନେଶ୍ୱର ଛାଡ଼ି ସାରିଲିଣି, ତଥାପି ତମ ମନ ଶାନ୍ତି ହେଇନି ? ଏଭଳି ଲେଖି ଶ୍ରୀ ମହାନ୍ତିଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀ ମିଶ୍ର । ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେ ଆଜି କରିଥିବା ପୋଷ୍ଟରେ ଏଭଳି କିଛି ଦେଖିବାକୁ ମିଳିଛି । ଯାହା ଖୁବ୍ ଏବେ ଭାଇରାଲ ହେବାରେ ଲାଗିଛି । 

ସେ ଲେଖିଛନ୍ତି, Mr Anubhav Mohanty ମୁଁ ଭୁବନେଶ୍ୱର ଛାଡ଼ି ସାରିଲିଣି, ତଥାପି ତମ ମନ ଶାନ୍ତି ହେଇନି ?  ଲାଗୁଛି ତମେ ଓଡ଼ିଶା କୁ ଭାଗ ଭାଗ କରିକି ହିଁ ଛାଡିବ । ଅଜୟ ପାଢ଼ୀ ସହିତ ଫିଲ୍ମ କରୁଛ ଯଦି ଫିଲ୍ମ କର, ତା ସହିତ ମିଶିକି ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କାଇଁ କରୁଛ । ତମେ ଜାଣିନ "ମା ସମଲେଇ" ମୋ ପାଇଁ ଅଛନ୍ତି, ତମର ସବୁ ପ୍ଲାନ୍ ମତେ କହି ଦେଉଛନ୍ତି । ତମେ ଯାହାକୁ ବି କହିଛ ଯେ "ସକାଳୁ ମନୋଜ ମିଶ୍ରର ବେହେନେ ସିରିଏଲର ଫଟୋଟେ ନେଇ ସମ୍ବଲପୁରୀ ଭାଷାରେ ଲେଖ, ମହା ଖଳନାୟକଙ୍କର ମହା ଖୁଲସା" ସେଇ କଥାର ପ୍ରମାଣ ବି ମୋ ପାଖରେ ଅଛି । କାଇଁ ଏମିତି ହେଉଛ। ତମେ ଆମ କେନ୍ଦ୍ରାପଡ଼ାର ଜନପ୍ରତିନିଧି ଏମିତି ଯଦି କରିବ, ତାହେଲେ ଆଗକୁ ତମ ଉପରେ ଲୋକଙ୍କର କ’ଣ ଆଉ ଭରସା ରହିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ସେହିଭଳି ସେ ଆହୁରି ମଧ୍ୟ ଲେଖିଛନ୍ତି, ଗତକାଲି ତମର ଜଣେ ଚେଲା ମତେ ପରୋକ୍ଷ ଭାବେ ଟିଭିରେ କହୁଥିଲା "Villain ଟା Villain ହେଇକି ରହ, ହିରୋ ହେବାକୁ ଚେଷ୍ଟା କର ନାହିଁ" । ତାଙ୍କୁ କହିଦେବ ମୁଁ ଭୁବନେଶ୍ୱର ଛାଡ଼ି ଦେଲି ଏବେ ସମ୍ବଲପୁରରେ ରହିବି ଆଉ ତମ ମାନଙ୍କର କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ଏମିତି ମୋ ବିପକ୍ଷରେ ଷଡ଼ଯନ୍ତ୍ର କରିକି ସମ୍ବଲପୁରୀ ଭାଷାକୁ ନିଜେ ଗାଳି ନ ଦେଇ ନିଜ ଚେଲାମାନଙ୍କୁ ଶିଖେଇ ସେମାନଙ୍କ ଜରିଆରେ ସମ୍ବଲପୁରୀ ଭାଷାକୁ ଗାଳି ଦେଇ ପଶ୍ଚିମ ଓଡ଼ିଶାର ଲୋକଙ୍କ ହୃଦୟକୁ କଷ୍ଟ ଦିଅ ନାହିଁ ।

ବି: ଦ୍ର: ଯେଉଁମାନଙ୍କୁ ଲାଗୁଛି ମୁଁ ପୁଣି କାହିଁକି ଏ ସବୁ ପୋଷ୍ଟ କଲି, ଦୟାକରି ମତେ ଗାଳି ଦେବା ପୂର୍ବରୁ ନିର୍ଦ୍ଦେଶକ ଅଜୟ ପାଢ଼ୀ ଏବଂ ଅନୁଭବ ମହାନ୍ତିଙ୍କୁ ପଚାରନ୍ତୁ । ମୁଁ କାହିଁକି ଏ ସବୁ ପୋଷ୍ଟ କରିଛି । 

( ମୁଁ ତ ଚୁପ୍ ହେଇ ମୋ କାମରେ ଧ୍ୟାନ ଦେଇ କାମ ଆରମ୍ଭ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଜନତାଙ୍କ ସାମ୍ନାରେ ଭଦ୍ର ଦେଖେଇ ହେଇ ମୋ ପଛରେ ଷଡ଼ଯନ୍ତ୍ର କାଇଁ କରୁଛ । ଜନସାଧାରଣଙ୍କ ଇମୋସନ୍ସ ସହିତ କାଇଁ ଖେଳୁଛ ? ତୁମେ ମାନେ କରୁଥିବା ଷଡ଼ଯନ୍ତ୍ରର ପ୍ରମାଣ ବି ଅଛି ଦରକାର ପଡ଼ିଲେ ପୁରା ଓଡ଼ିଶା ଜାଣିବ । ଧମକ ଦଉନି, ବୁଝାଉଛି । ସୁଧୁରି ଯାଅ ନଚେତ୍......)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.