ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତୀୟ ବାୟୁସେନା ଲାଗି ବିମାନ ନିର୍ମାଣ କରିବ ମହିନ୍ଦ୍ରା, ବ୍ରାଜିଲର ଏହି କମ୍ପାନୀ ସହ କଲା ଚୁକ୍ତି

ନୂଆଦିଲ୍ଲୀ, ୦୯/୦୨: ଭାରତର ସବୁଠୁ ବଡ଼ ଅଟୋମୋବାଇଲ୍ କମ୍ପାନୀ ମହିନ୍ଦ୍ରା ଏବେ ଭାରତୀୟ ବାୟୁସେନା ଲାଗି ପରିବହନ ବିମାନ ନିର୍ମାଣ କରିବ । ଏଥିପାଇଁ ବ୍ରାଜିଲର ଏମ୍ବ୍ରଏର୍ କମ୍ପାନୀ ସହ ମହିନ୍ଦ୍ରା ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ଭାରତ ସରକାରଙ୍କ ମଧ୍ୟମ ପରିବହନ ବିମାନ କ୍ରୟ ପ୍ରକଳ୍ପ ଅଧିନରେ କରା ଯାଇଛି ।

ବାୟୁସେନା ପାଇଁ ପରିବହନ ବିମାନ ଭାରତରେ ନିର୍ମାଣ କରାଯିବ । ଏହି ବିମାନର ନାମ ସି-୩୯୦ ମିଲେନିୟମ୍ । ଏହା ଏକ ମଲ୍ଟିମିଶନ ଏୟାରକ୍ରାଫ୍ଟ । ଏହାର ବ୍ଯବହାର ଭାରତୀୟ ବାୟୁସେନା କରିବା ସହ ଅନ୍ୟ ଦେଶକୁ ରପ୍ତାନୀ କରାଗଲେ ଦେଶକୁ ଲାଭ ମିଳିବ । ଏଥିସହ ଦେଶର ପ୍ରତିରକ୍ଷା ଶିଳ୍ପକୁ ପ୍ରୋତ୍ସାହନ ମିଳିବ ।

ସି-୩୯୦ ମିଲେନିୟମ୍ ହେଉଛି ମଧ୍ୟମଧରଣର ଏୟାରକ୍ରାଫ୍ଟ । ଯାହା ପ୍ରଥମଥର ଲାଗି ୨୦୧୫ ଫେବ୍ରୁଆରୀ ୩ରେ ବ୍ରାଜିଲରେ ଉଡ଼ାଣ ଭରିଥିଲା । ସେବେଠୁ ଏବେ ଯାଏଁ ୯ଟି ବିମାନ ନିର୍ମାଣ ହୋଇଛି । ଏବେ ଏହି ବିମାନର ବ୍ୟବହାର ବ୍ରାଜିଲ୍, ପର୍ତ୍ତୁଗାଲ୍ ଓ ହଙ୍ଗରୀର ବାୟୁସେନା କରୁଛି ।

ଏହି ପରିବହନ ବିମାନକୁ ୩ ଜଣ ମିଳିତ ଭାବେ ଉଡ଼ାନ୍ତି । ୨ ପାଇଲଟଙ୍କ ସହ ଜଣେ ଲୋଡମାଷ୍ଟର ରୁହନ୍ତି । ଏହା ୨୬ ହଜାର କିଲୋଗ୍ରାମ ଓଜନ ଅଥବା ୮୦ ସୈନିକ ଅବା ୭୪ ଷ୍ଟ୍ରେଚର ଓ ୮ ଆଟାଣ୍ଡାଣ୍ଟ କିମ୍ବା ୬୬ ପାରାଟ୍ରୁପସଙ୍କୁ ନେଇ ଉଡ଼ାଣ ଭରି ପାରିବ । ୧୧୫.୬ ଫୁଟ୍ ଲମ୍ବ ବିମାନର ଉଚ୍ଚତା ୩୮.୧୦ ଫୁଟ୍ ।

ଏହି ବିମାନରେ ଗୋଟିଏ ଥରରେ ୨୩ ହଜାର କିଲୋଗ୍ରାମ ଇନ୍ଧନ ଭର୍ତ୍ତି କରି ହେବ । ଯାହାକି ସମ୍ପୂର୍ଣ୍ଣ ଲୋଡ୍ ସହ ୫୦୨୦ କିଲୋମିଟ ପର୍ଯ୍ୟନ୍ତ ଯାତ୍ରା କରି ପାରିବ । ଏହା ଘଣ୍ଟାପ୍ରତି ସର୍ବାଧିକ ୯୮୮ କିଲୋମିଟର ବେଗରେ ଯାଇ ପାରିବ । ପ୍ରାୟତଃ ଏହା ଘଣ୍ଟାପ୍ରତି ୮୭୦ କିଲୋମିଟର ବେଗରେ ଉଡ଼ାଣ କରୁଛି ।

ଏହି ବିମାନ ସର୍ବାଧିକ ୩୬ ହଜାର ଫୁଟ୍ ଉଚ୍ଚରେ ଉଡ଼ାଣ ଭରି ପାରିବ । ଏଥିରେ ୩ ହାର୍ଡପଏଣ୍ଟ୍ସ ରହିଛି । ଯାହାକି ପଣ୍ଡ ରକେଟ୍ସ, ଆଇଆର୍ ରାଫେଲ୍ ଓ ଲାଇଟନିଙ୍ଗ ଋ ଅଥବା ଆଇଏଫ୍ଆର୍ କୋବହ୍ୟାମ୍ ୯୦୦ ସିଇ ଅସ୍ତ୍ରଶସ୍ତ୍ର ମୁତୟନ କରି ପାରିବ । ତେବେ ଏହି ବିମାନ ଶତ୍ରୁ ପକ୍ଷଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରି ସୁରକ୍ଷିତ ସ୍ଥାନରେ ଅବତରଣ କରି ପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.