ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତୀୟ ବୈଜ୍ଞାନିକଙ୍କ ଉପଲବ୍ଧି, ଶରୀର ଉତ୍ତାପରୁ କରିହେବ ଫୋନ୍ ଚାର୍ଜ

ନୂଆଦିଲ୍ଲୀ ୧୩/୦୨:  ଆଇଆଇଟି ମଣ୍ଡିର ଅନୁସନ୍ଧାନକାରୀ ଟିମ୍‌ ଏକ ଅଭିନବ ଉପକରଣ ପ୍ରସ୍ତୁତ କରିଛନ୍ତି। ଯାହା ଶରୀର ଉତ୍ତାପକୁ ବିଦ୍ୟୁତ୍‌ ଶକ୍ତିରେ ରୂପାନ୍ତର କରିବାରେ ସକ୍ଷମ । ପୁନଃନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ର ନିମନ୍ତେ ଏହି ଅଧ୍ୟୟନ ସୁଦୂରପ୍ରସାରୀ ପ୍ରମାଣିତ ହୋଇପାରିବ । କାରଣ ବିଭିନ୍ନ କ୍ଷେତ୍ରରେ ଏହାର ଉପଯୋଗ କରାଯାଇ ପାରିବ । ବୈଜ୍ଞାନିକଙ୍କ ଥର୍ମୋନ୍ୟୁକ୍ଲିୟର ଉପକରଣ ବିଷୟରେ ଜର୍ମାନୀର ବୈଜ୍ଞାନିକ ପତ୍ରିକା ଆଞ୍ଜେୱାଣ୍ଟେ କେମିରେ ପ୍ରକାଶ ପାଇଛି । 

ଆଇଆଇଟି ମଣ୍ଡିର ସ୍କୁଲ ଅଫ୍‌ ଫିଜିକାଲ ସାଇନ୍ସେସ୍‌ର ଆସୋସିଏଟ୍‌ ପ୍ରଫେସର ଡ. ଅଜୟ ସୋନି ଏହି ଅଧ୍ୟୟନର ନେତୃତ୍ୱ ନେଇଥିଲେ ।ଥର୍ମୋଇଲେକ୍ଟ୍ରିକ୍‌ ଜେନେରେଟର୍‌ର କାମ ବିଷୟରେ ସେ କହିଛନ୍ତି, ଏହି ଉପକରଣ କେବଳ ମାନବ ସ୍ପର୍ଶ ଜରିଆରେ ଚାର୍ଜ ହେବ । ଏହା ପ୍ରାୟତଃ ସମସ୍ତ ବୈଦ୍ୟୁତିକ ଗ୍ୟାଜେଟ୍‌କୁ ଚାର୍ଜ କରିପାରିବ । 

ଅନୁସନ୍ଧାନକାରୀ ଟିମ୍‌ ସିଲଭର ଟେଲୁରାଇଡ୍‌ ନାନୋୱେୟାର୍‌ରୁ ଥର୍ମୋଇଲେକ୍ଟ୍ରିକ୍‌ ମଡ୍ୟୁଲ ପ୍ରସ୍ତୁତ କରିଥିଲେ । ମଣିଷର ସ୍ପର୍ଶ ଆଧାରରେ ଏହି ଉପକରଣ କିଭଳି ବିଦ୍ୟୁତ୍‌ ଶକ୍ତି ପ୍ରଦାନ କରୁଛି, ତାହା ସେମାନେ ଦେଖାଇଲେ । କମ୍‌ ବିଜୁଳି ଶକ୍ତିରେ ଚାର୍ଜ ହୋଇପାରୁଥିବା ଉପକରଣ ପାଇଁ କୌଣସି ସମସ୍ୟା ନାହିଁ । ଏଗୁଡ଼ିକ ମାନବ ଶରୀରର ଉତ୍ତାପ ଦ୍ୱାରା ଚାର୍ଜ ହୋଇପାରିବ । ବୈଜ୍ଞାନିକଙ୍କ ଅନୁସାରେ, ଥର୍ମୋଇଲେକ୍ଟ୍ରିସିଟି ହେଉଛି ଦୁଇଟି ସମ୍ବନ୍ଧିତ ତନ୍ତ୍ର ଜରିଆରେ ଉତ୍ତାପରୁ ବିଦ୍ୟୁତ୍‌ ଶକ୍ତି କିମ୍ବା ବିଦ୍ୟୁତ୍‌ ଶକ୍ତିରୁ ଉତ୍ତାପର ପ୍ରତ୍ୟକ୍ଷ ରୂପାନ୍ତରଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.