ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବିବାହ ଋତୁରେ ବଢ଼ିଲା ସୁନାର ଚମକ: ୬୪ ହଜାର ପାର୍, ବର୍ଷକରେ ୬୭ ହଜାର ଛୁଇଁପାରେ

ନୂଆଦିଲ୍ଲୀ/ଭୁବନେଶ୍ୱର,୦୫/୧୨: ବିବାହ ଋତୁଜନିତ ଚାହିଦା ସୁନାର ଚମକକୁ ଆହୁରି ବଢ଼ାଇଦେଇଛି । ଆଜି ଏହା ୬୪,୦୦୦ ଟଙ୍କା ପାର୍‌ କରିଯାଇଛି । ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୬୪,୨୦୦ ଟଙ୍କା ଛୁଇଁଥିବାବେଳେ ୨୨ କ୍ୟାରେଟ୍‌ ଦାମ ୫୮,୮୫୦ ଟଙ୍କା ରହିଛି । ସେହିଭଳି କିଲୋଗ୍ରାମ ପିଛା ରୁପା ୮୩,୫୦୦ ଟଙ୍କାରେ ପହଞ୍ଚିଛି । 

ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର କମୋଡିଟି ଏବଂ କରେନ୍ସି ମୁଖ୍ୟ ଅନୁଜ ଗୁପ୍ତା କହିଛନ୍ତି ଯେ, ବିବାହ ଋତୁ ଆରମ୍ଭ ହୋଇଗଲାଣି । ତେଣୁ ସୁନା ଚାହିଦା ବଡ଼ ଆକାରରେ ବଢ଼ିଛି । ଏହାସହିତ ଚୀନ୍‌ରେ ଅଜଣା ରୋଗ ଯୋଗୁ ଆଶଙ୍କାରେ ଲୋକେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣୁଛନ୍ତି । ଆଗାମୀ ବର୍ଷକ ମଧ୍ୟରେ ୧୦ ଗ୍ରାମ ପିଛା ସୁନା ୬୭ ହଜାର ଟଙ୍କା ପାର୍‌ କରିପାରେ ।

ବଜାର ବିଶେଷଜ୍ଞଙ୍କ କହିବାନୁସାରେ, ୨୦୨୪ରେ ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା ରହିଛି । ଚୀନ୍‌ରେ ଅଜଣା ରୋଗ ଲୋକଙ୍କୁ ଭୟଭୀତ କରୁଛି । ଏହାସହିତ ବିବାହ ଋତୁ ଜନିତ ଚାହିଦା ବଢ଼ିଛି । ଡଲାର ସୂୂଚକାଙ୍କ ଖସିଛି । ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପ୍ରଚୁର ମାତ୍ରାରେ ସୁନା କିଣୁଛନ୍ତି । ଏସବୁ କାରଣ ଯୋଗୁ ସୁନା ଦରରେ ବୃଦ୍ଧି ଘଟୁଛି ।

Also Read :-

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ସୌରିନ୍‌ଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.