ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବିଦ୍ୟୁତ୍‌ ନଥିବା ଷ୍ଟାଡିୟମ୍‌କୁ ମ୍ୟାଚ, ବାରବାଟୀ ନିରାଶ: ବିଶ୍ୱକପ୍‌ ପରେ ଆଫଗାନିସ୍ତାନ, ଇଂଲଣ୍ଡ ବିପକ୍ଷ ସିରିଜରେ ଓଡ଼ିଶାକୁ ଅଣଦେଖା

କଟକ,୦୨/୧୨: ଗତ ଚାରିବର୍ଷ  ହେଲାଣି ବାରବାଟୀ ଷ୍ଟାଡିୟମ୍‌ରେ କୌଣସି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯାଇ ନାହିଁ । ବର୍ଷେ ତଳେ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ କେବଳ ଗୋଟିଏ ଟି-ଟ୍ୱେଣ୍ଟି ଖେଳାଯାଇଥିଲା । ଯେଉଁଠି ଭାରତର ଅନ୍ୟ ରାଜ୍ୟରେ ଲଗାତାର ମ୍ୟାଚ୍‌ ଆୟୋଜିତ ହେଉଛି,  ସେଠାରେ ବର୍ଷକରେ ଓଡ଼ିଶାକୁ ଗୋଟିଏ  ବି ମ୍ୟାଚ୍‌ ମିଳୁ ନାହିଁ । ବିସିସିଆଇର ଏଭଳି ପାତର ଅନ୍ତର ନୀତିକୁ ନେଇ ଓଡ଼ିଶା କ୍ରିକେଟ୍‌ପ୍ରେମୀ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପ୍‌ରେ ବାରବାଟୀର ଭାଗ କଟିବା ପରେ ଭାରତର ଆଗାମୀ ୩ଟି ଘରୋଇ ସିରିଜ୍‌ରେ ଓଡ଼ିଶାକୁ ଅଣଦେଖା  କରାଯାଇଛି । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି ଶୁକ୍ରବାର ରାୟପୁରର ସହିଦ  ବୀରନାରାୟଣ ସିଂ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା । ଷ୍ଟାଡିୟମର ବିଦ୍ୟୁତ୍‌  ଦେୟ ଦେଇନଥିବାରୁ ମ୍ୟାଚ୍‌ ଆୟୋଜନ  ନେଇ ଆଶଙ୍କା ପ୍ରକାଶ ପାଇଥିଲା । ୩  କୋଟିରୁ ଅଧିକ ଟଙ୍କା ବାକି ଥିବାରୁ  ଷ୍ଟାଡିୟମ୍‌ରେ ଗତ ୫ବର୍ଷ ଧରି  ବିଦ୍ୟୁତ୍‌ ସଂଯୋଗ ନଥିଲା । ତାହା  ପରେ ବି ବିସିସିଆଇ ରାୟପୁରକୁ ମ୍ୟାଚ୍‌ ଦେବାକୁ କୌଣସି କୁଣ୍ଠାବୋଧ  କଲାନି । କିନ୍ତୁ ବାରବାଟୀ ଷ୍ଟାଡିୟମ୍‌ରେ  ସବୁ ସୁବିଧା ଥାଇ ମଧ୍ୟ ମ୍ୟାଚ୍‌ ନମିଳିବା କ୍ରିକେଟ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। 

କଟକରେ ଶେଷଥର ପାଇଁ  ୨୦୧୯ ଡିସେମ୍ବର ୨୨ରେ ଭାରତ ଓ  ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ମ୍ୟାଚ୍‌  ଖେଳାଯାଇଥିଲା । ପରେ କରୋନା ଯୋଗୁଁ  ଦୁଇବର୍ଷ କ୍ରିକେଟ ପ୍ରଭାବିତ ହୋଇଥିଲା ।  ୨୦୨୨ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ବାରବାଟୀରେ ଆୟୋଜିତ ହୋଇଥିଲା । ଏହାପରେ ଭାରତୀୟ ଦଳ  ଅନେକ ଘରୋଇ ସିରିଜ ଖେଳିଥିଲେ ମଧ୍ୟ ବାରବାଟୀକୁ ବିସିସିଆଇ ଦୃଷ୍ଟି ଦେଇନି । ଦୁର୍ଭାଗ୍ୟକୁ ଗତ ଦିନିକିଆ ବିଶ୍ୱକପ୍‌ର କୌଣସି ଗୋଟିଏ ମ୍ୟାଚ୍‌ ମିଳିବା ତ’ ଦୂରର କଥା ଅଭ୍ୟାସ ମ୍ୟାଚ  ଗୋଟିଏ ବି ମିଳିଲା ନାହିଁ । 

ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ ଇତିହାସ ଦେଖିଲେ ପୂର୍ବାଞ୍ଚଳର ଇଡେନ୍‌  ଗାର୍ଡେନସ ପରେ ଦ୍ୱିତୀୟ ସର୍ବବୃହତ ଦର୍ଶକ ଧାରଣ କ୍ଷମତା ରଖିଥିବା  ଷ୍ଟାଡିୟମ୍‌ । ତେଣୁ ବିଶ୍ୱକପ୍‌ରେ ମ୍ୟାଚ୍‌ ପାଇବାକୁ ଦାବିଦାର ଥିଲା । କିନ୍ତୁ ଓସିଏ ମ୍ୟାଚ୍‌ ଆଣିବାକୁ ଫେଲ୍‌ ମାରିଲା । ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବାକୁ ଓସିଏ ସବୁବେଳେ ପ୍ରାୟ ପ୍ରସ୍ତୁତ ରହୁଛି । ନାଲି ମାଟି ପିଚ୍‌ ସହିତ ଗ୍ୟାଲେରୀ ଗୁଡିକର ସୁରକ୍ଷା ପାଇଁ ମଧ୍ୟ ନିୟମିତ ବ୍ୟବଧାନରେ ଯାଞ୍ଚ୍‌ କରାଯାଉଛି । କିନ୍ତୁ ଏହା ସତ୍ତେ୍ୱ ବାରବାଟୀକୁ ମ୍ୟାଚ୍‌ ନମିଳିବା ଚିନ୍ତାର ବିଷୟ ।  

ଯାହା ଆଶା କରାଯାଉଛି,  ବିସିସିଆଇ ସ୍ତରରେ ଓସିଏ ମ୍ୟାଚ୍‌  ପାଇଁ ସ୍ୱର ଉଠାଇବାରେ ଅବହେଳା  କରୁଛି । ଟେଷ୍ଟ୍‌ ମ୍ୟାଚ୍‌ ଆୟୋଜନ ଆଶା ବାନ୍ଧି ବର୍ଷ ବର୍ଷ ଧରି ଓସିଏର  ସ୍ୱପ୍ନ କେବେ ପୂରଣ ହେବ ତାହା ମଧ୍ୟ  ଏବେ ଦ୍ୱନ୍ଦ୍ୱରେ । ବିଶ୍ୱକପ୍‌ ଆୟୋଜନ କରିନଥିବା ଷ୍ଟାଡିୟମ୍‌ ଗୁଡିକୁ ଆସନ୍ତା  ଦିନରେ ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ମ୍ୟାଚ୍‌  ଦିଆଯାଇଛି । ରାଜକୋଟ, ରାଞ୍ଚି ଭଳି ଷ୍ଟାଡିୟମ୍‌ ଏଥିରେ ଅନ୍ତର୍ଭୁକ୍ତ ରହିଥିବା ବେଳେ ଓଡ଼ିଶା ସ୍ଥାନ ପାଇନାହିଁ । ଯଦିଓ ଜାନୁୟାରୀରେ ହେବାକୁ ଥିବା  ଆଫଗାନିସ୍ତାନ ସିରିଜ୍‌ରେ ଓଡ଼ିଶାକୁ ଏକ  ମ୍ୟାଚ୍‌ ଦେବା ନେଇ ଓସିଏକୁ ଅଫର୍‌  ଆସିଥିଲା କିନ୍ତୁ ଓସିଏ ଏଥିରେ ରାଜି  ହୋଇନଥିବା ଜଣାପଡିଛି । ତେଣୁ  ବାରବାଟୀକୁ କେବେ ଅନ୍ତର୍ଜାତୀୟ  ମ୍ୟାଚ୍‌ ଫେରୁଛି ତାହାକୁ କ୍ରିକେଟ ପ୍ରେମୀ  ଅପେକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.