ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

୩୦ ସ୍କୁଲ୍ ଛୁଆଙ୍କୁ ନଦୀ ପାର୍ କଲା ବେଳେ ବୁଡ଼ିଗଲା ଡଙ୍ଗା; ୨୦ ଉଦ୍ଧାର, ୧୦ ନିଖୋଜ

ମୁଜଫରପୁର, ୧୪/୦୯: ସ୍କୁଲ୍ ଛୁଆଙ୍କୁ ନେଇ ଡଙ୍ଗା ଯାଉଥିବା ବେଳେ ବଡ଼ ଅଘଟଣ ଘଟିଛି । ବିହାରର ମୁଜଫରପୁରର ବାଗମତୀ ନଦୀରେ ଓଲଟି ପଡ଼ିଛି ଡଙ୍ଗା । ଡଙ୍ଗାରେ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଥିଲେ । ସ୍ଥାନୀୟ ଲୋକ ୨୦ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ୧୦ ଜଣଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । 

ବାଗମତି ନଦୀର ମଧୁରପଟ୍ଟି ଘାଟରେ ଏହି ଅଘଟଣ ଘଟିଛି । ଗୁରୁବାର ସକାଳେ ଏକ ଡଙ୍ଗାରେ ପ୍ରାୟ ୩୦ ଛାତ୍ରଛାତ୍ରୀ ସ୍କୁଲ୍ ଯାଉଥିଲେ । ଡଙ୍ଗା ଓଲଟିବା ପରେ ସ୍ଥାନୀୟ ଲୋକଙ୍କ ସହ ଏନଡିଆରଏଫ୍ ଉଦ୍ଧାର କାର୍ଯ୍ୟରେ ଲାଗିଛି । ନଦୀ ଆରପଟେ ଥିବା ବିଦ୍ୟାଳୟକୁ ଡଙ୍ଗାରେ ଛାତ୍ରଛାତ୍ରୀ ପ୍ରତିଦିନ ଏଭଳି ଯିବା ଆସିବା କରନ୍ତି । 

ଇନ୍ଧନ ଭରିବା ପରେ ଟଙ୍କା ଦେଇ ପାରିଲାନି ପାକିସ୍ତାନ, ବିମାନ ରଖିଦେଲା ସାଉଦି ଆରବ

ଘଟଣାସ୍ଥଳରେ ଭିଡ଼ ଲାଗି ରହିଥିବା ବେଳେ ଅନେକ ଛାତ୍ରଛାତ୍ରୀଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରଭାବିତ ପରିବାରକୁ ତୁରନ୍ତ ସହାୟତା ଦେବା ଲାଗି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ଅନୁସାରେ, ଅଧିକ ପବନ ଯୋଗୁଁ ଡଙ୍ଗା ଓଲଟି ଯାଇଥିଲା । 

ତେବେ ସ୍ଥାନୀୟ ଏସଡିଓଙ୍କ ଅନୁସାରେ, ଡଙ୍ଗାରେ ସ୍କୁଲ୍ ଛୁଆଙ୍କ ସହ ଅନ୍ୟ ଲୋକ ଥିଲେ । ମହିଳା ଓ ବୟସ୍କ ମଧ୍ୟ ଡଙ୍ଗା ଓଲଟିବାରୁ ବୁଡ଼ି ଯାଇଛନ୍ତି । ଉକ୍ତ ସ୍ଥାନରେ ବ୍ରିଜ୍ ନିର୍ମାଣ ପାଇଁ ଲୋକେ ଅନେକ ଦିନରୁ ଦାବି କରି ଆସୁଛନ୍ତି । 

ଦେଶର ୧୦ ରାଜ୍ୟରେ ‘ନିପା’ ସଂକ୍ରମଣ, ଗ୍ରାଉଣ୍ଡ ଉପରେ ନଜର ରଖିବାକୁ ରାଜ୍ୟକୁ ବୈଜ୍ଞାନିକଙ୍କ ପରାମର୍ଶ

  • Boat Capsized
  • Copyright © 2022 - Summa Real Media Private Limited. All Rights Reserved.