ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ଓବିସିକୁ ପ୍ରାଧାନ୍ୟ, ବାଦ୍‌ ପଡ଼ିଲେ ପ୍ରଜ୍ଞା, ଲେଖି, ବିଧୁରି

ନୂଆଦିଲ୍ଲୀ,୦୩/୦୩: ୨୦୨୪ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଶାସକ ଦଳ ବିଜେପିି ଶନିବାର ଏହାର ପ୍ରଥମ  ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ମୋଟ  ୧୯୫ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।  ଟିକେଟ୍‌ ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଓବିସିରୁ  ସର୍ବାଧିକ ୫୭ ଜଣ ରହିଛନ୍ତି । ସେହିଭଳି ଏସ୍‌ସିରୁ  ୨୭ ଓ ଏସ୍‌ଟିରୁ ୧୮ ଜଣ ରହିଛନ୍ତି । ୫୦ ବର୍ଷରୁ  କମ୍‌ ବୟସର ୪୭ ଜଣ ନେତାଙ୍କୁ ବିଜେପିର ଟିକେଟ୍‌  ମିଳିଥିବା ବେଳେ ୨୮ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । 

ଅନ୍ୟପକ୍ଷରେ ବର୍ତ୍ତମାନ ସାଂସଦ ପଦରେ  ରହିଥିବା ଦଳର କିଛି ନେତାଙ୍କ ଟିକେଟ୍‌ କଟିଯାଇଛି । ସେମାନଙ୍କ ମଧ୍ୟରେ ପ୍ରଜ୍ଞା ସିଂହ ଠାକୁର, ମୀନାକ୍ଷୀ  ଲେଖି, ରମେଶ ବିଧୁରି, ଡ. ହର୍ଷବର୍ଦ୍ଧନ, ପର୍ବେଶ  ବର୍ମା, ରମାକାନ୍ତ ଭାର୍ଗବ, କୃଷ୍ଣପାଲ୍‌ ସିଂହ ଯାଦବ  ଏବଂ କୁମ୍ମନମ୍‌ ରାଜଶେଖରନ୍‌ ପ୍ରମୁଖ ରହିଛନ୍ତି । ଭୋପାଳରୁ ପ୍ରଜ୍ଞା ସିଂହ ଠାକୁରଙ୍କ ସ୍ଥାନରେ ଦଳ ଆଲୋକ  ଶର୍ମାଙ୍କୁ ଟିକେଟ୍‌ ଦେଇଥିବା ବେଳେ ନୂଆଦିଲ୍ଲୀରୁ  ମୀନାକ୍ଷୀ ଲେଖିଙ୍କ ସ୍ଥାନ ନେଇଛନ୍ତି ପୂର୍ବତନ ବିଦେଶ  ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂଶୁରୀ ସ୍ୱରାଜ। ଦକ୍ଷିଣ ଦିଲ୍ଲୀ ଲୋକସଭା ଆସନରୁ ରମେଶ  ବିଧୁରିଙ୍କ ପରିବର୍ତ୍ତେ ବିଜେପି ରାମବୀର ସିଂହ  ବିଧୁରିଙ୍କୁ ଲଢ଼ିବାକୁ ସୁଯୋଗ ଦେଇଛି । ଦିଲ୍ଲୀର  ଚାନ୍ଦିନୀ ଚୌକରୁ ହର୍ଷବର୍ଦ୍ଧନଙ୍କ ସ୍ଥାନରେ ପ୍ରବୀଣ  ଖଣ୍ଡେଲୱାଲଙ୍କୁ ଟିକେଟ୍‌ ମିଳିଛି । ପଶ୍ଚିମ ଦିଲ୍ଲୀରେ  କମଲଜିତ ଶେରାୱତଙ୍କ ଉପରେ ବିଜେପି ଭରସା  କରିଥିବା ବେଳେ ଏହି ଆସନରେ ସାଂସଦ  ଥିବା ପର୍ବେଶ ବର୍ମାଙ୍କ ଟିକେଟ୍‌ କଟିଯାଇଛି । 

ମଧ୍ୟ ପ୍ରଦେଶର ବିଦିଶା ଲୋକସଭା ଆସନରୁ ଏଥର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲଢ଼ିବେ । ରମାକାନ୍ତ ଭାର୍ଗବଙ୍କ ସ୍ଥାନରେ ଚୌହାନଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିଭଳି ମଧ୍ୟ ପ୍ରଦେଶର ଗୁନା ଆସନରୁ କୃଷ୍ଣପାଲ୍‌ ସିଂହ ଯାଦବଙ୍କ ପରିବର୍ତ୍ତେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ  ସିନ୍ଧିଆଙ୍କୁ ବିଜେପି ପ୍ରାର୍ଥୀ କରିଛି । କେରଳର ଥିରୁଅନନ୍ତପୁରମ୍‌ ଆସନରୁ କୁମ୍ମନମ୍‌ ରାଜଶେଖରନଙ୍କ ସ୍ଥାନରେ ରାଜୀବ ଚନ୍ଦ୍ରଶେଖରଙ୍କୁ ପ୍ରାର୍ଥୀ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.