ପ୍ରମୂଖ ଖବର
  • ପୁରୀ : ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫୦ ଗୁଳି ଜବତ
  • ||
  • ଦେବଗଡ : ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ଯା
  • ||
  • ଭୁବନେଶ୍ୱର : ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ: ୨ ଯୁବତୀଙ୍କ ସହ ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ସୂର୍ଯ୍ୟମନ୍ଦିରରେ ବଙ୍ଗୀୟ ପର୍ଯ୍ୟଟକ ଆହତ, ଦୀର୍ଘ ସମୟ ଧରି ଫାଟକ ବାହାରେ ଠିଆ ହୋଇ ରହିଲା ଆମ୍ବୁଲାନ୍ସ
  • ||
  • ବିହାରରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା
  • ||
  • ବଡ଼ବିଲ ଷ୍ଟେସନ ରୋଡ଼ରେ ଅଘଟଣ, ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଟେଣ୍ଟ କର୍ମଚାରୀଙ୍କ ଜୀବନ
  • ||
  • ବୌଦ୍ଧ : ବସ୍ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କଟକ : କ୍ରାଇମବ୍ରାଞ୍ଚ ହାତରେ ସାଇବର ଠକ ରାକେଟ, ରାଜ୍ୟ ବାହାରୁ ୨୪ ଜଣ ଗିରଫ
  • ||
  • ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ନିଖୋଜ ହୋଇଥିଲେ ଯୁବକ, ମିଳିଲା ମୃତଦେହ
  • ||
  • ବାରିପଦା : କାର୍ଯ୍ୟରେ ଅବହେଳା ପରେ କଠୋର ପଦକ୍ଷେପ ନେଲେ ଜିଲ୍ଲାପାଳ, ୮୪୩ ଟ୍ୟାଗ୍ ଅଫିସର୍‌ଙ୍କ ଦରମା ବନ୍ଦ
  • ||
  • କେନ୍ଦୁଝର : ଅଷ୍ଟମ ବେତନ କମିଶନ ଓ ୟୁପିଏସକୁ ନେଇ ଶ୍ରମିକ ୟୁନିଅନର ସାଧାରଣ ସଭା ଅନୁଷ୍ଠିତ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜ‌ରେ ରାଗିଂ ଘଟଣା: ମୁହଁ ଖୋଲିଲେ ଦ୍ଵିତୀୟ ବର୍ଷ ଛାତ୍ର
  • ||
  • ଗଜପତିରୁ ଗୋରୁ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଅଟକ
  • ||
  • କୁହୁଡିର ଧଳା ଚାଦର ତଳେ କେନ୍ଦୁଝର ସହର, ରାସ୍ତାରେ ଗାଡି ମୋଟର ଚଳାଚଳରେ ସମସ୍ୟା
  • ||
  • ବାଲିପାଟଣା : ଗୋମାଂସ ଚୋରା ଚାଲାଣ ବେଳେ ଗାଡି ଅଟକାଇଲେ ଲୋକେ, ୩ ବସ୍ତା ଗୋମାଂସ ଜବତ
  • ||
  • ସୁନ୍ଦରଗଡ଼ : କରମଡିହିରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୫ ଜଣକୁ ନିର୍ମମ ହତ୍ୟା, ୪ ଗୁରୁତର
  • ||
  • ରାଜଧାନୀରେ ହତ୍ୟାକାଣ୍ଡ: ମାଛ ଖାଇବାକୁ ନଦେବାରୁ ଗଡିଲା ମୁଣ୍ଡ, ସହକର୍ମୀଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ
  • ||

ଅସ୍କାର ପେଜ୍‌ରେ ‘୩ ଇଡିଅଟ୍ସ’ ସିନ୍‌, ଇନଷ୍ଟାଗ୍ରାମରେ ସେୟାର କରି ଏମିତି କିଛି ଲେଖିଲା ଏକାଡେମୀ

ନୂଆଦିଲ୍ଲୀ ୧୪/୦୭: ଆମିର ଖାନ୍‌, କରୀନା କପୁର, ଆର ମାଧବନ ଓ ଶରମନ ଯୋଶୀ ଷ୍ଟାରର୍‌ ସୁପର୍‌ହିଟ୍‌ ଫିଲ୍ମ ‘୩ ଇଡିଅଟ୍ସ’ ପୁଣି ଥରେ ଚର୍ଚ୍ଚାରେ । ଫିଲ୍ମର ଏକ ଦୃଶ୍ୟକୁ ଦ ଏକାଡେମୀ (ଅସ୍କାର)ର ଔପଚାରିକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ପୋଷ୍ଟ୍‌ କରାଯାଇଛି । ଏକାଡେମୀ ପୋଷ୍ଟ୍‌ କରିଥିବା ସିନ୍‌ରେ ରାଞ୍ଚୋ (ଆମିର) ପରୀକ୍ଷା ହଲ୍‌ରେ ନିଜର ଓ ନିଜ ସାଙ୍ଗଙ୍କ ପରୀକ୍ଷା ଖାତାକୁ ଅନ୍ୟ ପରୀକ୍ଷାର୍ଥୀଙ୍କ ଖାତା ସହ ମିଶାଇବା ପରେ ଦୌଡ଼ୁଥିବା ନଜର ଆସିଛନ୍ତି । 

୨୦୦୯ ମସିହାରେ ମୁକ୍ତିପ୍ରାପ୍ତ ଏହି ଫିଲ୍ମ ବିଶ୍ୱ ବକ୍ସ ଅଫିସ୍‌ରେ ୪୦୦ କୋଟି ବ୍ୟବସାୟ କରିଥିଲା । ଏହି ଦୃଶ୍ୟ ଶେୟାର କରି ଏକାଡେମୀ ପକ୍ଷରୁ କ୍ୟାପ୍‌ସନରେ ଉଲ୍ଲେଖ ହୋଇଛି ‘ରାଞ୍ଚୋର ଉପସ୍ଥିତ ବୁଦ୍ଧି ଏଠି ୧୦୦ ପ୍ରତିଶତ ଥିଲା ।’ ଏକାଡେମୀ ପୋଷ୍ଟ୍‌ରେ ଚେତନ ଭଗତ, ଅଭିନେତା ଓମି ବୈଦ୍ୟ, ଆର ମାଧବନ, ଶରମନ ଯୋଶୀ, ବିଧୁ ବିନୋଦ ଚୋପ୍ରା ଓ ଆମିର ଖାନ୍‌ ପ୍ରଡକ୍ସନ୍ସକୁ ମଧ୍ୟ ଟ୍ୟାଗ୍‌ କରିଛି । ଶରମନ ଯୋଶୀ ଏହି ପୋଷ୍ଟ୍‌କୁ ହାର୍ଟ ଇମୋଜି ସହିତ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଶେୟାର କରି ଏକାଡେମୀକୁ ଧନ୍ୟବାଦ ଦେଇଛନ୍ତି । 




ପୋଷ୍ଟ୍‌ ଉପରେ ଫ୍ୟାନ୍‌ ବି ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ‘ଏକାଡେମୀ ଭାରତୀୟ ଫିଲ୍ମର ଦିୱାନା ହୋଇଯାଇଛି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘୩ ଇଡିଅଟ୍ସ’ ଅସ୍କାର ପୁରସ୍କାର ପାଇଁ ଯୋଗ୍ୟ । ଏକାଡେମୀ ଚଳିତ ବର୍ଷ ମେ ୨୨ ତାରିଖରେ ଫିଲ୍ମ ‘କଲଙ୍କ୍‌’ର ଗୀତ ‘ଘର ମୋରେ ପରଦେଶୀୟା’ ଓ ଏପ୍ରିଲ ୩ ତାରିଖରେ ଫିଲ୍ମ ‘ବାଜିରାଓ ମସ୍ତାନୀ’ର ଗୀତ ‘ଦିୱାନୀ ମସ୍ତାନୀ’ର ଦୃଶ୍ୟ ପୋଷ୍ଟ୍‌ କରିଥିଲା । ଗତ ଜାନୁଆରୀ ୧୩ ତାରିଖରେ ଶାହରୁଖ ଖାନ୍‌ଙ୍କ ସୁପର୍‌ହିଟ୍‌ ଫିଲ୍ମ ‘ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ’ର ଗୀତ ‘ମେହନ୍ଦୀ ଲଗା କେ ରଖ୍‌ନା’ ମଧ୍ୟ ପୋଷ୍ଟ୍‌ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.