ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମହିଳା ଟି-୨୦ ଏସିଆ କପ୍‌ ୨୦୨୪ : ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ଦାମ୍ୱୁଲା – ମହିଳା ଟି-୨୦ ଏସିଆ କପ୍ ୨୦୨୪ରେ ଭାରତୀୟ ଟିମ୍‌ ବିଜୟ ସହ ଯାତ୍ରା ଆରମ୍ଭ କରିଛି। ୧୯ ଜୁଲାଇ (ଶୁକ୍ରବାର)ରେ ରଙ୍ଗିରି ଦାମ୍ୱୁଲା ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇ ଥିବା ମ୍ୟାଚ୍‌ରେ ଭାରତ ଚିରପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଛି। ଉକ୍ତ ମୁକାବିଲାରେ ଭାରତର ବିଜୟ ପାଇଁ ୧୦୯ ରନ୍‌ର ଟାର୍ଗେଟ୍‌ ମିଳି ଥିଲା, ଯାହାକୁ ସେ ୧୪.୧ ଓଭରରେ ହିଁ ହାସଲ କରି ନେଇଛି। ଭାରତୀୟ ଟିମ୍‌ ଏବେ ଗ୍ରୁପ୍‌-ଏର ନିଜର ଆଗାମୀ ମୁକାବିଲାରେ ୨୧ ଜୁଲାଇରେ ୟୁଏଇର ସାମନା କରିବେ।

ଭାରତ ପାଇଁ ଓପନର ବ୍ୟାଟର ସ୍ମୃତି ମନ୍ଧାନା ଓ ଶେଫାଳୀ ବର୍ମା ଧୂଆଁଦାର ବ୍ୟାଟିଂ କରିଥିଲେ। ସ୍ମୃତି ୩୧ଟି ବଲ୍‌ରେ ୪୫ ରନ୍‌ କରିଥିଲେ। ଯେଉଁଥିରେ ୯ଟି ଚୌକା ସାମିଲ ଅଛି। ସେପଟେ ଶେଫାଳୀ ୬ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ୨୯ ଟି ବଲ୍‌ରେ ୪୦ ରନ୍‌ର ପାଳି ଖେଳିଛନ୍ତି। 

ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ୍‌ ପାଇଁ ୫୭ ଟି ବଲ୍‌ରେ ୮୫ ରନ୍‌ର ପାର୍ଟନରସିପ୍‌ ହୋଇଛି, ଯିଏକି ଭାରତର ବିଜୟକୁ ସହଜ କରି ଦେଇ ଥିଲା। ଏହା ବ୍ୟତୀତ ଡି.ହେମଲତା ୧୪ରନ୍‌ କରିଛନ୍ତି। ଅନ୍ୟପଟେ ଅଧିନାୟକ ହରମନପ୍ରୀତ କୌର ୫ ଓ ଜେମିମା ରୋଡ୍ରିଗ୍ସ ୩ରନ୍‌ରେ ଅପରାଜେୟ ଫେରିଥିଲେ। ପାକିସ୍ତାନ ପକ୍ଷରୁ ସୈୟଦା ଅରୁବ ଶାହ ଦୁଇ ଓ ନାଶରା ସନ୍ଧୁ ଗୋଟିଏ ୱିକେଟ୍‌ ନେଇଥିଲେ। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.