ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଛଡ଼ାଇ ନେଲେ ଅଧିକାର, ବଦଳିଲା ବ୍ରିଟିଶ ଅମଳର ଲୁହା ବାଡ଼, ଲାଗିଲା ପିତ୍ତଳର ରେଲିଂ

Published By : Prameya | July 1, 2025 9:11 AM

ପୁରୀ,୦୧/୦୬: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣ ସ୍ତମ୍ଭ ଚତୁଃପାଶ୍ୱର୍ରେ ନୂତନ ବାଡ଼ ଲାଗିଛି ।  ବ୍ରିଟିଶ ଅମଳର ପୁରୁଣା ଲୁହା ବାଡ଼ କଢ଼ାଯାଇ ପିତ୍ତଳର ବାଡ଼ ଲଗାଯାଇଛି ।  ତେବେ ଅରୁଣ ସ୍ତମ୍ଭକୁ ପ୍ରାୟ ୪ ଫୁଟ ଉଚ୍ଚର ବାଡ଼ ଘେରା ଯିବାରେ ଭକ୍ତର ଧର୍ମୀୟ ଭାବନାକୁ ଆଘାତ ପହଞ୍ଚିଥିବା ଅଭିଯୋଗ ହୋଇଛି । ଠାକୁରଙ୍କ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାରରେ ପ୍ରବେଶ କରିବା ପୂର୍ବରୁ ଅରୁଣ  ସ୍ତମ୍ଭକୁ ସ୍ପର୍ଶ କରି ମୁଣ୍ଡିଆ ମାରନ୍ତି । ଏବେ ଛାତିଏ ଉଚ୍ଚତା ବିଶିଷ୍ଟ ବାଡ଼ ଲାଗିବାରେ ଭକ୍ତମାନେ ଏହି ଅଧିକାରରୁ ବଞ୍ଚିତ  ହୋଇଥିବା କ୍ଷୋଭର ସହ କହିଛନ୍ତି ।  

ଆଗେ ଶ୍ରୀମନ୍ଦିରରେ ରତ୍ନସିଂହାସନ ସମ୍ମୁଖକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲୁ । ସାହାଣମେଲା ଦର୍ଶନ ବନ୍ଦ କରି ସେତକ ବାରଣ କଲେ। ପରେ ରଥରେ ଶ୍ରୀବିଗ୍ରହଙ୍କୁ ଛୁଇଁବା ମନା ହେଲା ।  ଠାକୁରଙ୍କ ରଥ ଛୁଇଁବାକୁ ମଧ୍ୟ ଦେଉ ନାହାନ୍ତି । ବର୍ତ୍ତମାନ ସିଂହଦ୍ୱାର ସମ୍ମୁଖ  ଅରୁଣ ସ୍ତମ୍ଭଙ୍କୁ ସ୍ପର୍ଶ କରିବାର ଅଧିକାର ମଧ୍ୟ ଛଡ଼ାଇ ନିଆଗଲା ବୋଲି କହିଛନ୍ତି ବ୍ରହ୍ମପୁରରୁ ଆସିଥିବା ସୂର୍ଯ୍ୟନାରାୟଣ ପାଣିଗ୍ରାହୀ । ଅନ୍ୟ କିଛି ଶ୍ରଦ୍ଧାଳୁ କୁହନ୍ତି ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ଅରୁଣ ସ୍ତମ୍ଭକୁ ଛୁଇଁ ମୁଣ୍ଡିଆ ମାରିବା ଅଧିକାଂଶ  ଶ୍ରଦ୍ଧାଳୁଙ୍କ ଧର୍ମାଭ୍ୟାସ ।  

ବାଡ଼ ଲଗାଯିବା ନେଇ ଅରୁଣ  ସ୍ତମ୍ଭରେ ସେବା ଦେଉଥିବା ଚୁନରା  ସେବାୟତଙ୍କୁ ପଚାରିବାରେ ଏନେଇ  ତାଙ୍କ ନିକଟରେ କୌଣସି ପୂର୍ବ ସୂଚନା  ନଥିବା ଜଣାଯାଇଛି । ୩୪ ଫୁଟ ଉଚ୍ଚ  ଏହି ଶିଳାସ୍ତମ୍ଭ ଆଗେ କୋଣାର୍କ ମନ୍ଦିରର  ଶୋଭାବର୍ଦ୍ଧନ କରୁଥିଲା । ୧୬ କୋଣୀ ଏହି ଶିଳାସ୍ତମ୍ଭର ଉପରି ଭାଗରେ ସୂର୍ଯ୍ୟଙ୍କ  ସାରଥି ଅରୁଣ ଅଧିଷ୍ଠିତ ହୋଇଛନ୍ତି । ଅରୁଣଙ୍କ ସମାନ ଉଚ୍ଚତାରେ ବଡ଼ଦେଉଳ ରତ୍ନବେଦି ରହିଛି ବୋଲି କୁହାଯାଏ । ଅଷ୍ଟାଦଶ ଶତାବ୍ଦୀରେ ତତ୍କାଳୀନ  ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନ କାଳରେ କୋଣାର୍କରୁ ସ୍ଥାନାନ୍ତର ହୋଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶୋଭା ପାଉଛି ଅରୁଣ ସ୍ତମ୍ଭ ।  ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ କୁହନ୍ତି ପୂର୍ବ ଲୁହାର ବାଡ଼ ମୁନିଆ ଥିଲା । ପ୍ରବଳ ଭିଡ଼ରେ ଭକ୍ତ ଆହତ ହେବାର ଆଶଙ୍କା ରହିଥିଲା ।  ବର୍ତ୍ତମାନ ପିତ୍ତଳ ବାଡ଼ ସୁନ୍ଦର ଦେଖାଯିବା ସହ ବିପଦର ସମ୍ଭାବନା ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.