ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପ୍ରଦୂଷଣ ଉପରେ ବଡ଼ ପ୍ରହାର; ପେଟ୍ରୋଲ ପମ୍ପରେ ପୁରୁଣା ଗାଡ଼ିକୁ ତେଲ ମନା, ନିୟମ ନମାନିଲେ ଜରିମାନା

Published By : Rasmita Pradhan | July 1, 2025 10:29 AM

ନୂଆଦିଲ୍ଲୀ, ୦୧/୦୭: ପ୍ରଦୂଷଣ ଉପରେ ବଡ଼ ପ୍ରହାର। ଦିଲ୍ଲୀ ସରକାରଙ୍କ ଆକ୍ସନ ପ୍ଲାନ୍। ଆଜିଠୁ ପେଟ୍ରୋଲ ପମ୍ପରେ ପୁରୁଣା ଗାଡ଼ିକୁ ତେଲ ମନା। ଜୁଲାଇ ୧ରୁ ଲାଗୁ ହେଲା ନିୟମ। ପୁରୁଣା ଗାଡ଼ି ଚଳାଚଳ ଉପରେ ଲାଗିବ ଲଗାମ୍। ପେଟ୍ରୋଲ ଟାଙ୍କିରେ ଲାଗିବ ଏଆଇ କ୍ୟାମେରା। ନିୟମ ନମାନିଲେ ଜରିମାନା। ସମୟ ସରିଯାଇଥିବା ଗାଡିକୁ ଚିହ୍ନଟ କରି ଜବତ କରିବେ ସରକାର। ୩୫୦ ପେଟ୍ରୋଲ ପମ୍ପରେ କଡ଼ା ପହରା। ସଙ୍କଟରେ ୬୨ ଲକ୍ଷ ପୁରୁଣା ବାହନ। 

ଦିଲ୍ଲୀରେ ଆଜିଠୁ ୧୫ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ଗାଡ଼ି ଏବଂ ୧୦ବର୍ଷ ପୁରୁଣା ଡିଜେଲ ଚାଳିତ ଗାଡ଼ିକୁ ଇନ୍ଧନ ମିଳିବ ନାହିଁ। ଧରାପଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯେଉଁ ଦୁଇ ଚକିଆ ଗାଡ଼ିର ସମୟ ସୀମା ସରିଯାଇଛି ତାକୁ ଜବତ କରାଯାଇ ମାଲିକଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ଲଗାଯିବ। କମିଶନ୍ ଫର୍ ଏୟାର କ୍ଵାଲିଟି ମ୍ୟାନେଜମେଣ୍ଟ, ଟ୍ରାନ୍ସପୋର୍ଟ ବିଭାଗ, ଦିଲ୍ଲୀ ମୁନିସପାଲ କର୍ପୋରେସନ, ଏବଂ ଦିଲ୍ଲୀ ପୁଲିସ ସହିତ ଅନ୍ୟ ଟିମ୍ ପେଟ୍ରୋଲ୍ ପମ୍ପ ଗୁଡ଼ିକରେ ଚେକିଂ କଡ଼ାକଡ଼ି କରିବେ। ପୁରୁଣା ଗାଡ଼ି ଗୁଡ଼ିକୁ ଚିହ୍ନଟ କରିବା ପାଇଁ ପେଟ୍ରୋଲ ପମ୍ପ ଗୁଡ଼ିକରେ ଅଟୋମେଟିକ୍ ନମ୍ଵରପ୍ଲେଟ୍ ରିକଗନାଇଜେସନ ସିଷ୍ଟମ ଲଗାଯାଇଛି। ଏହି ମେସିନ୍ ପେଟ୍ରୋଲ ପମ୍ପକୁ ଆସୁଥିବା ସବୁ ଗାଡିର ନମ୍ଵର ପ୍ଲେଟ୍ ଯାଞ୍ଚ କରି ତଥ୍ୟ ବାହାର କରିବ। ନିୟମ ଅମାନ୍ୟ କରି ପ୍ରଥମ ଥର ଧରାପଡ଼ିଲେ ଗାଡି ମାଲିକଙ୍କୁ ଗୋଟିଏ ସୁଯୋଗ ଦିଆଯିବ। ଜରିମାନା ଭରି ସେମାନେ ଗାଡ଼ି ନେଇପାରିବେ। ହେଲେ ଦ୍ଵିତୀୟ ଥର ଧରାପଡ଼ିଲେ ଗାଡ଼ିକୁ ସମ୍ପୂର୍ଣ୍ଣ ରୂପେ ଜବତ କରି ନିଆଯିବ। 

ଏବେ ଦିଲ୍ଲୀ ସରକାର କେବଳ ପେଟ୍ରୋଲ ଏବଂ ଡିଜେଲ୍ ଚାଳିତ ଗାଡି ପାଇଁ ଏହି ନିୟମ ଲାଗୁ କରିଛନ୍ତି। ସିଏନ୍‌ଜି ଗାଡି ଗୁଡ଼ିକ ଉପରେ ଏହି ନିୟମ ଲାଗୁ ହେବ ନାହିଁ। ଯଦି ପେଟ୍ରୋଲ ପମ୍ପ ମାଲିକମାନେ ଏହି ନିୟମରେ କୋହଳ କରିବେ ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପେଟ୍ରୋଲ ପମ୍ପ ଗୁଡ଼ିକରେ ତେଲ ଦେବାକୁ ମନା କଲେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏଥିପାଇଁ ସମ୍ଵେଦନଶୀଳ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକରେ ଦିଲ୍ଲୀ ଟ୍ରାଫିକ୍ ପୁଲିସ ଏବଂ ସ୍ଥାନୀୟ ପୁଲିସ ଟିମ୍ ନିୟୋଜିତ କରାଯିବ। ଯଦି କୌଣସି ବ୍ୟକ୍ତି ବିବାଦ କରନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ। ଏହି ନିୟମ କେବଳ ଦିଲ୍ଲୀରେ ଲାଗୁ ହୋଇଛି। ହେଲେ ନଭେମ୍ଵର ୧ ଠାରୁ ନୋଏଡା, ଗାଜିଆବାଦ, ଫରିଦାବାଦ, ଏବଂ ସୋନିପତରେ ନିୟମ ଲାଗୁ ହେବ। ବାହାନ ତଥ୍ୟ ଅନୁସାରେ, ଦିଲ୍ଲୀରେ ଏବେ ସମୟ ସୀମା ସରି ଯାଇଥିବା ୬୨ ଲକ୍ଷ ପୁରୁଣା ଗାଡ଼ି ଅଛି। ଏଥିରୁ ୪୧ ଲକ୍ଷ ଦୁଇ ଚକିଆ ଏବଂ ୧୮ ଲକ୍ଷ ଚାରି ଚକିଆ ଗାଡି ଅଛି। 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.