ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଜାଡେଜାଙ୍କ ସହ ହାତ ମିଳାଇଲେ... ଶାମୀଙ୍କୁ ଆଲିଙ୍ଗନ କଲେ, ଖାସ୍ ଅନ୍ଦାଜରେ ଖେଳାଳୀଙ୍କୁ ଭେଟିଲେ ପିଏମ୍ ମୋଦୀ

ଅହମ୍ମଦାବାଦ,୨୦/୧୧ : ଆଇସିସି କ୍ରିକେଟ ବିଶ୍ବକପର ଫାଇନାଲ୍ ମୁକାବିଲାରେ ଭାରତୀୟ ଟିମ୍ ୬ଓ୍ବିକେଟରେ ପରାଜୟ ହୋଇଛି । ଏହି ପରାଜୟ ଭାରତୀୟ ଦଳକୁ ତୃତୀୟ ଥର ଚାମ୍ପିୟନ ହେବାରୁ ବଞ୍ଚିତ କରିଛି । ସେହିଭଳି ଅଷ୍ଟେ୍ରଲିଆ ଟିମ୍ ଷଷ୍ଠ ଥର ଲାଗି ଚାମ୍ପିୟନ ହୋଇଛି   । ଏହି ପରାଜୟ ପରେ ଭାରତୀୟ ଖେଳାଳୀ ଏବଂ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଯାଇଛି । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲୀ ଏବଂ ମହମ୍ମଦ ସିରାଜଙ୍କ ଆଖି ଛଳଛଳ ହୋଇଯାଇଥିଲା । ଏହି ଦୃଶ୍ୟ ଦେଖି ଫ୍ୟାନ୍ସମାନେ ବି ଭାବୁକ ହୋଇଯାଇଛନ୍ତି । 

ଭାରତୀୟ ଟିମ୍‌ର ପରାଜୟରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ନିଜ ଖେଳାଳୀଙ୍କ ମନୋବଳ ବଢାଇବାକୁ ଡ୍ରେସିଂ ରୁମରେ ପହଞ୍ଚିଥିଲେ । ମହମ୍ମଦ ଶାମୀ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲିଙ୍ଗନ କରି ବହୁତ ଭାବୁକ ହୋଇଯାଉଛନ୍ତି । ଶାମୀ ଏହି ଫଟୋକୁ ସେୟାର କରି ଲେଖିଛନ୍ତି କି, ‘ଦୁର୍ଭାଗ୍ୟପୂର୍ଣ୍ଣ ଭାବେ କାଲି ଆମ ଦିନ ନ ଥିଲା । ପୁରା ଟୁର୍ଣ୍ଣାମେଣ୍ଟ ସମୟରେ ଆମ ଟିମ୍ ଏବଂ ମୋତେ ସମର୍ଥନ କରିଥିବା ସମସ୍ତ ଭାରତୀୟ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ପିଏମଙ୍କ ପାଖରେ କୃତଜ୍ଞ ଯିଏ ବିଶେଷ ରୂପରେ ଡ୍ରେସିଂ ରୁମରେ ଆସି ଆମର ଉତ୍ସାହ ବଢାଇଥିଲେ । ଆମେ ପୁଣି ଫେରିବୁ। ’




ରବିନ୍ଦ୍ର ଜାଡେଜା ବି ପିଏମଙ୍କୁ ଭେଟି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ପିଏମ୍ ଜାଡେଜାଙ୍କ ସହ ହାତ ମିଳାଉଛନ୍ତି । ଜାଡେଜା ଲେଖିଛନ୍ତି କି, ଆମ ଟୁର୍ଣ୍ଣାମେଣ୍ଟ ବହୁତ ଭଲ ଥିଲା । କିନ୍ତୁ କାଲି ଆମେ ହାରିଗଲୁ । ଆମେ ସବୁ ଦୁଃଖିତ ଅଛୁ, କିନ୍ତୁ ଲୋକଙ୍କ ସମର୍ଥନ ଆମକୁ ମନୋବଳ ଦେଉଛି । ପିଏମ କାଲି ଡ୍ରେସିଂ ରୁମରେ ପହଞ୍ଚିବା ଯାହା ଆମ ପାଇଁ ବିଶେଷ ଏବଂ ବହୁତ ପ୍ରେରଣାଦାୟୀ ଥିଲା ।



ସେହିଭଳି ଶ୍ରେୟସ ଆୟର ବି ଏକ ଇମୋଶନାଲ ପୋଷ୍ଟ ସେୟ କରିଥିଲେ, ଶ୍ରେୟସ ଲେଖିଛନ୍ତି କି, ‘ଆମ ହୃଦୟ ଭାଙ୍ଗି ଯାଇଛି । ଏହା ଏବେ ବି ଶାନ୍ତ ହୋଇନାହିଁ ଏବଂ କିଛି ସମୟ ପର୍ଯ୍ୟନ୍ତ ଏହା ହେବ ବି ନାହିଁ । ଏହା ମୋର ପ୍ରଥମ ବିଶ୍ବକପ ଥିଲା ଯାହା ମୋତେ ବହୁତ କିଛି ଶିଖାଇଲା । ବିସିସିଆଇ ଟିମ୍ ମ୍ୟାନେଜମେଣ୍ଟ, ସହଯୋଗୀ ଷ୍ଟାଫ ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଯେଉଁମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମକୁ ସମର୍ଥନ କରିଥିଲ । ପୁରା ଅଷ୍ଟେ୍ରଲିଆ ଟିମ୍‌କୁ ଶୁଭେଚ୍ଛା । 

ଅ‌ଷ୍ଟେ୍ରଲିଆ ଟିମ୍ ୮ମ ଥର ଫାଇନାଲ ମ୍ୟାଚ‌ ଖେଳିବାକୁ ଓହ୍ଲାଇଥିଲେ । ୧୯୭୫ରେ ଓ୍ବେଷ୍ଟଇଣ୍ଡିଜ ଏବଂ ୧୯୯୬ରେ ଶ୍ରୀଲଙ୍କାଠାରୁ ପରାସ୍ତ ହେବାକୁ ପଡ଼ିଥିଲା । ଯାହାକି ଅଷ୍ଟେ୍ରଲିଆ ଷଷ୍ଠ ଥର ୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ ଏବଂ ୨୦୨୩ରେ ବିଜୟୀ ହୋଇଛି । ୧୯୯୯ରୁ ୨୦୦୭ପର୍ଯ୍ୟନ୍ତ ଲଗାତର ଭାବେ ୩ଥର ଚାମ୍ପିଅନ ହୋଇଛି । 

 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.