ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଦଳିତ ମହିଳାଙ୍କୁ ପୁଲିସର ମାଡ଼ ମାମଲା: ଭଦ୍ରକ ଏସ୍‌ପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନୋଟିସ୍‌, ୪ ସପ୍ତାହରେ ରିପୋର୍ଟ ଦିଅ...

ଭଦ୍ରକ, ୧୩/୦୭: ଚାନ୍ଦବାଲି ଥାନା ସମ୍ମୁଖରେ ଜଣେ ଦଳିତ ମହିଳାଙ୍କୁ ଘୋଷାରି ଘୋଷାରି ମାଡ଼ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଭଦ୍ରକ ଏସ୍‌ପିଙ୍କୁ ନୋଟିସ୍‌ ଜାରି କରିଛନ୍ତି । ୪ସପ୍ତାହ ମଧ୍ୟରେ ଆକ୍ସନ ଟେକେନ୍‌ ରିପୋର୍ଟ ପ୍ରଦାନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶର ଏକ କପି ରାଜ୍ୟ  ପୁଲିସ ଡିଜିଙ୍କୁ ପ୍ରଦାନ କରିଛନ୍ତି । 

ଗତ ଜୁନ୍‌ ୨୫ତାରିଖରେ ଥାନାରେ ଥିବା ନିଜ ସ୍ୱାମୀଙ୍କୁ ଦେଖାକରିବାକୁ ନିଜ  ଛୋଟ ୨ ଛୁଆଙ୍କ ସହ ଚାନ୍ଦବାଲି ଥାନାକୁ ଯାଇଥିଲେ ଚାନ୍ଦବାଲି ଏନ୍‌ଏସି ଅଞ୍ଚଳର  ମିତା ଓରଫ୍‌ ପୂର୍ଣ୍ଣିମା ସେଠୀ । ସେଠାରେ ପଡ଼ିଥିବା ଏକ ଚପଲ ଖୋଳକୁ ତାଙ୍କ ଝିଅ  (ନାବାଳିକା) ହାତରେ ଧରି ଥାନା ପରିସରରେ ଫିଙ୍ଗିବା ନେଇ ପୁଲିସ କନ୍‌ଷ୍ଟେବଲ୍‌  ରବୀନ୍ଦ୍ର ସେଠୀଙ୍କ ସହ ମିତାଙ୍କର ଯୁକ୍ତିତର୍କ ହୋଇଥିଲା ।  ପରେ ୩ ଜଣ ପୁଲିସ କର୍ମଚାରୀ ଅତି ଅମାନୁଷିକ  ଭାବେ ଉକ୍ତ ମହିଳାଙ୍କୁ ଘୋଷାରି ଘୋଷାରି ମାଡ଼  ମାରିଥିଲେ । ଘଟଣାର ଭିଡିଓ ବିଭିନ୍ନ ସାମାଜିକ ତଥା  ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା । ସମ୍ପୃକ୍ତ ମହିଳା ତାଙ୍କୁ ଆକ୍ରମଣ କରିଥିବା ୩ ଜଣ  ପୁଲିସ କର୍ମଚାରୀ ଏଏସ୍‌ଆଇ ନେପାଳ ସାହା, କନ୍‌ଷ୍ଟେବଲ୍‌ ରବୀନ୍ଦ୍ର ସେଠୀ ଓ ଜଣେ  ହୋମଗାର୍ଡଙ୍କ ନାମରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ  ପାଇବା ପରେ ଚାନ୍ଦବାଲି ଥାନାଧିକାରୀ ମାମଲା ରୁଜୁ କରିଥିଲେ । ଏସ୍‌ପି ନିର୍ଦ୍ଦେଶ କ୍ରମେ  ୩ କର୍ମଚାରୀଙ୍କୁ ଜିଲ୍ଲା କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା । ପରେ ଏଏସ୍‌ଆଇ ନେପାଳ  ଓ କନ୍‌ଷ୍ଟେବଲ୍‌ ରବୀନ୍ଦ୍ରଙ୍କୁ ନିଲମ୍ବନ କରାଯାଇଥିଲା । ଏହି ଅମାନୁଷିକ ଘଟଣା ନେଇ  ଗତ ୧ ତାରିଖରେ ଆଇନଜୀବୀ ତଥା ମାନବାଧିକାରକର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ  ମାନବାଧିକାର ଆୟୋଗଙ୍କଠାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ଆୟୋଗ ଗତ  ୮ତାରିଖରେ ଭଦ୍ରକ ଏସ୍‌ପିଙ୍କୁ ଘଟଣାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ (ଏଟିଆର ବା ଆକ୍ସନ ଟେକେନ୍‌ ରିପୋର୍ଟ) ୪ସପ୍ତାହ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.